ମହିଳା ରୋଗୀଙ୍କ ସହ ଡାକ୍ତରଙ୍କ ସାଂଘାତିକ ଖେଳ, ଛଳରେ ଗର୍ଭବତୀ କରାଇ ୯୪ ପିଲାର ବାପା

Advertisment
ମହିଳା ରୋଗୀଙ୍କ ସହ ଡାକ୍ତରଙ୍କ ସାଂଘାତିକ ଖେଳ, ଛଳରେ ଗର୍ଭବତୀ କରାଇ ୯୪ ପିଲାର ବାପା

www.aajtak.in

ଇଣ୍ଡିଆନାପଲିସ୍‌: ଆମେରିକାର ଇଣ୍ଡିଆନାପଲିସ୍‌ରେ ଦେଖିବାକୁ ମିଳିଛି ଏକ ଚକିତ କରାଇବା ପରି ଘଟଣା। ଜଣେ ପ୍ରଜନନ ଡାକ୍ତର ୯୪ ପିଲାଙ୍କର ବାପା ବୋଲି ଜଣାପଡ଼ିଛି। ଡାକ୍ତର ଜଣକ ତାଙ୍କ ପାଖକୁ ଆସୁଥିବା ମହିଳା ରୋଗୀଙ୍କ ଗର୍ଭାଶୟରେ ନିଜ ସ୍ପର୍ମ(ବିର୍ଯ୍ୟ) ରଖି ସେମାନଙ୍କ ପିଲାର ବାପା ନିଜେ ବନୁଥିଲେ। ଏହି ଘଟଣାକୁ ନେଇ ନେଟ୍‌ଫ୍ଲିକ୍ସ ଏକ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ବି କରିଛି।

ଡାକ୍ତରଙ୍କ ନାମ ଡୋନାଲ୍ଡ କ୍ଲାଇନ୍‌। ଏହି ଡାକ୍ତରଙ୍କ ଜୀବନ କାହାଣୀକୁ ନେଇ ‘ଆୱାର ଫାଦର୍‌’ ନାମରେ ଏକ ଚଳଚ୍ଚିତ୍ର ନିର୍ମାଣ ହୋଇଛି। ୧୯୭୦ ଏବଂ ୧୯୮୦ ଦଶକରେ ତାଙ୍କ ପାଖକୁ ଆସୁଥିବା ମହିଳା ରୋଗୀମାନଙ୍କ ଅଜାଣତ‌ରେ ସେମାନଙ୍କ ଗର୍ଭାଶୟରେ ନିଜ ସ୍ପର୍ମ ଭରି ଦେଉଥିଲେ ଡାକ୍ତର ଡୋନାଲ୍ଡ। ଏହିପରି ଭାବେ ସେ ଏବେ ୯୪ ଜଣ ପିଲାଙ୍କ ବାପା ହୋଇ ପାରିଛନ୍ତି। ଆହୁରି ବି ଗଣତି ଚାଲୁ ରହିଛି।

publive-image www.aajtak.in

ଡାକ୍ତରଙ୍କ ଏହି ପିଲାମାନଙ୍କ ମଧ୍ୟରୁ ଜକୋବା ନାମ୍ନୀ ଜଣେ ଝିଅ ପ୍ରଥମେ ଏହି ଘଟଣାର ଖୁଲାସା କରିଛନ୍ତି। ସେ ଯେତେବେଳେ ନିଜେ ନିଜର ଡିଏନ୍‌ଏ ଟେଷ୍ଟ୍‌ କଲେ, ଜାଣିପାରିଲେ ଯେ ଯାହାକୁ ସେ ବାପା ବୋଲି ଭାବି ଆସୁଥିଲେ ସେ ତାଙ୍କ ବାପା ନୁହିଁନ୍ତି। ସେ ବାସ୍ତରରେ ଡାକ୍ତର ଡୋନାଲ୍ଡଙ୍କ ସ୍ପର୍ମ ଡୋନେଟ୍‌ ପ୍ରକ୍ରିୟାରୁ ଜାତ। ସେ ତା’ପରେ ନିଜର ଆହୁରି ୭ ଭାଇ ଭଉଣୀଙ୍କ ଟେଷ୍ଟ୍‌ କର‌ାଇବାରୁ ସେମାନେ ବି ସେହି ଡାକ୍ତରଙ୍କ ପିଲା ବୋଲି ଜଣାପଡ଼ିଲା। ମାତ୍ର ସମସ୍ତଙ୍କ ମାଆ ଭିନ୍ନ ଭିନ୍ନ।

ତା’ପରେ ଏହି ଗ୍ରୁପ୍‌ ତାଙ୍କର ଅନ୍ୟ ଭାଇଭଉଣୀଙ୍କ ବିଷୟରେ ଜାଣିବା ପାଇଁ କାମ ଆରମ୍ଭ କରିଦେଲେ ଓ ଜାଣିବାକୁ ପାଇଲେ ଯେ ସେମାନଙ୍କ ବାପାମାଆଙ୍କ ପ୍ରଜନନ ଡାକ୍ତର ହିଁ ଏପରି କା‌ଣ୍ଡ ରଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe