ଅସୁସ୍ଥ ମା’ର ଚିକିତ୍ସା ପାଇଁ ଆଇସକ୍ରିମ୍ ବିକ୍ରି କ‌ଲେ କୁନି ଭାଇ ଓ ଭଉଣୀ

ଅସୁସ୍ଥ ମା’ର ଚିକିତ୍ସା ପାଇଁ ଆଇସକ୍ରିମ୍ ବିକ୍ରି କ‌ଲେ କୁନି ଭାଇ ଓ ଭଉଣୀ

ନୂଆଦିଲ୍ଲୀ: ନିକଟରେ ବିଶ୍ବର ଅନେକ ସ୍ଥାନରେ ମଇ ୧ ତାରିଖରେ ଶ୍ରମିକ ଦିବସ ପାଳନ କରାଯାଇଛି। ଏହି କ୍ରମରେ ଚୀନ ସୋସିଆଲ ମିଡିଆରେ ଏକ ଭାବବିହ୍ବଳ ଘଟଣାର ଭିଡିଓ ଭାଇରାଲ ହୋଇଛି।

ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଘଟଣାଟି ହେଉଛି ଏପରି, ଜଣେ ଛୋଟ ଝିଅ ଓ ତାର ଭାଇ ହେନାନରୁ ନିଜ ଘର ଠାରୁ ତିନି କିମି ଦୂରରେ ଥିବା ପର୍ଯ୍ୟଟନସ୍ଥଳକୁ ସାଇକେଲ ଚଲାଇ ଯାଇଥିଲେ। ସେଠାରେ ତିନିଦିନରେ ୧ହଜାରରୁ ଅଧିକ ଆଇସକ୍ରିମ ବିକ୍ରି କରିଥିଲେ। ‌ତେବେ ଏଇ ଦୁଇ ଭାଇଭଉଣୀ ଏସବୁ ସେହି ସମୟରେ କରିଥିଲେ ଯେ‌ତେବେଳେ ତାଙ୍କର ମା’ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସା‌ଧୀନ ଥିଲେ।

ଉକ୍ତ ଶିଶୁ ଦ୍ବୟଙ୍କ ମା’ ପିଲାଟି ଦିନରୁ ପୋଲିଓଗ୍ରସ୍ତ ଥିବା ବେଳେ ସେ ରାସ୍ତାପାର୍ଶ୍ବରେ ଜଳଖିଆ ବିକ୍ରି କରି ଥାଆନ୍ତି। ଏଥିରୁ ସେ ଯେତିକି ଟଙ୍କା ପାଆନ୍ତି ସେଥିରେ ତାଙ୍କର ପରିବାର ପୋଷି ଥାଆନ୍ତି। ସେ ଜଳଖିଆ ସହିତ ଆଇସ-କ୍ରିମ ବି ବିକ୍ରି କରିଥାଆନ୍ତି। ନିକଟରେ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା। ସେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ଆବଶ୍ୟକ ପଡ଼ିବାରୁ ଭାଇ ଓ ଭଉଣୀ ମା’ଙ୍କ ବ୍ୟବସାୟକୁ ନିଜ ହାତକୁ ନେଇ ଭଲ ଦୁଇ ପଇସା ରୋଜଗାର କରି ପାରିଥିଲେ।

ଦୁଇ ଭାଇ ଓ ଭଉଣୀ ବୟସରେ ଅତି ଛୋଟ ହୋଇଥିବାରୁ ଜଳଖିଆ ତ ପ୍ରସ୍ତୁତ କରି ପାରିବେ ନାହିଁ, ତେଣୁ ମା’ ପୂର୍ବରୁ ତିଆରି କରି ରଖିଥିବା  ଆଇସ-କ୍ରିମକୁ ବିକ୍ରି କରିଥିଲେ। ଏହି ବିକ୍ରି ଟଙ୍କାରେ ଭାଇ ଓ ଭଉଣୀ ମା’ଙ୍କ ଚିକିତ୍ସା କରିବା ସହ ନିଜ ପାଠପଢ଼ା ପାଇଁ ଆବଶ୍ୟକ ପଡ଼ୁଥିବା ଟଙ୍କାକୁ ବି ସଞ୍ଚୟ କରି ପାରିଥିଲେ।

ଭାଇ ଓ ଭଉଣୀଙ୍କ ଏଭଳି କାମକୁ ସୋସିଆଲ ମିଡିଆ ବ୍ୟବହାରକାରୀ ଭୁରିଭୁରି ପ୍ରଶଂସା କରିବା ସହିତ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଗରିବ ବାପା ଓ ମା’ଙ୍କ ପିଲାମାନେ ‌ଛୋଟ ବୟସରୁ ଆତ୍ମନିର୍ଭଶୀଳ ହୋଇ ଯାଇଥାଆନ୍ତି। ବାପା ଓ ମା’ଙ୍କ ସମସ୍ୟା ଓ ଅସୁବିଧାକୁ ଦେଖି ପାରନ୍ତି ନାହିଁ। ସେମାନେ ଯେତିକି ପାରି ଥାଆନ୍ତି ମା’ ବାପାଙ୍କୁ ସାହାଯ୍ୟ କରି ଥାଆନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe