ସାଂସଦଙ୍କୁ ଭିଡିଓ ମାଧ୍ୟମରେ ଚ୍ୟାଲେଞ୍ଜ କଲେ ଅନ୍ତସତ୍ତ୍ବା ୟୁଟ୍ୟୁବର

Advertisment

ଅନ୍ତସତ୍ତ୍ବା ଥିବା ଲୀଲା ନାମକ ଜଣେ ମହିଳା ସୋସିଆଲ ମିଡିଆରେ ଭଙ୍ଗା ରାସ୍ତା ଦେଖାଇ ଏକ ଭିଡିଓ ପ୍ରସ୍ତୁତ କରି ସାଂସଦଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି। ଏହି ଭିଡିଓଟି  ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅନ୍ତସତ୍ତ୍ବା ଥିବା ଲୀଲା ନାମକ ଜଣେ ମହିଳା ସୋସିଆଲ ମିଡିଆରେ ଭଙ୍ଗା ରାସ୍ତା ଦେଖାଇ ଏକ ଭିଡିଓ ପ୍ରସ୍ତୁତ କରି ସାଂସଦଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି। ଏହି ଭିଡିଓଟି  ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

bdbe66d4-b8ce-4b74-a511-1966902691b6

ସିଧି: ଅନ୍ତସତ୍ତ୍ବା ଥିବା ଲୀଲା ନାମକ ଜଣେ ମହିଳା ସୋସିଆଲ ମିଡିଆରେ ଭଙ୍ଗା ରାସ୍ତା ଦେଖାଇ ଏକ ଭିଡିଓ ପ୍ରସ୍ତୁତ କରି ସାଂସଦଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି। ଏହି ଭିଡିଓଟି  ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମହିଳା ଜଣକ ମଧ୍ୟ ପ୍ରଦେଶର ସିଧି ଜିଲ୍ଲାର ସାଂସଦ ଡକ୍ଟର ରାଜେଶ ମିଶ୍ରଙ୍କ ବିରୋଧରେ ପ୍ରତିଶ୍ରୁତି ଭାଙ୍ଗିବାର ଅଭିଯୋଗ କରିଛନ୍ତି।

ଲୀଲା ସାହୁ ଏବେ ଗର୍ଭବତୀ ଅଛନ୍ତି।  ଭିଡିଓରେ ଲୀଲା ସାହୁ ସାଂସଦଙ୍କୁ କଟାକ୍ଷ କରି ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ କହିଛନ୍ତି, 'ହେ ସାଂସଦ ଜୀ, ଯେତେବେଳେ ରାସ୍ତା ନିର୍ମାଣ କରିବାର ସାହସ ନଥିଲା, ତେବେ ଆପଣ କାହିଁକି ଜନତାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ। ଯଦି ଆପଣ ମୋତେ ପୂର୍ବରୁ କହିଥାନ୍ତେ, ମୁଁ ବଡ଼ବଡ଼ ନେତାମାନଙ୍କୁ ଭେଟିଥାନ୍ତି। ମୁଁ ନୀତିନ ଗଡ଼କରି ଜି , ନରେନ୍ଦ୍ର ମୋଦି ଜିଙ୍କୁ ଭେଟି ଗ୍ରାମବାସୀଙ୍କ ଅସୁବିଧା ଜଣାଇ ଥାଆନ୍ତି। 

 ମୁଁ ଏବେ ୯ମ ମାସ ଅନ୍ତସତ୍ତ୍ବା। ଏଭଳି ଦୟନୀୟ ରାସ୍ତାର ଯାହା କରିବାର ଅଛି, ତାହା କରନ୍ତୁ ଏବଂ ତୁରନ୍ତ କରନ୍ତୁ। ଯଦି ଆମ ସହିତ କିଛି ଘଟିଯାଏ, ତେବେ ଆପଣ ଏଥିପାଇଁ ଦାୟୀ ରହିବେ।

ସୂଚନାଯୋଗ୍ୟ, ୟୁଟ୍ୟୁବର ଲୀଲା ସାହୁ ଖରାପ ରାସ୍ତା ସମ୍ପର୍କରେ ଏକ ବର୍ଷ ଧରି ସ୍ୱର ଉଠାଇ ଆସୁଛନ୍ତି। ବର୍ଷା ଯୋଗୁଁ ଖଡ୍ଡି ଖୁର୍ଦ୍ଦରୁ ଗଜରି ଗାଁ ପର୍ଯ୍ୟନ୍ତ ୧୦ କିଲୋମିଟର ରାସ୍ତା ଯାତାୟାତ ପାଇଁ ଉପଯୁକ୍ତ ନୁହେଁ। ଲୀଲା ସାହୁଙ୍କ ସମେତ  ଉକ୍ତ ଗ୍ରାମର ୧୨ରୁ ଅଧିକ ମହିଳା ଗର୍ଭବତୀ ଅଛନ୍ତି। ଏହି ଗର୍ଭବତୀ ମହିଳାମାନଙ୍କୁ ଏଭଳି ଅବସ୍ଥାରେ ଡାକ୍ତରଖାନାକୁ ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe