ଗୋଟିଏ ଚିତାରେ ଜଳିଲା ପତି ଓ ପତ୍ନୀଙ୍କ ଶବ:ଭୋଭୋ ହୋଇ କାନ୍ଦୁଥାଆନ୍ତି ପରିବାରଲୋକ

ରାଜସ୍ଥାନର ସିକର ଜିଲ୍ଲାର ଜ୍ୟୋତିବାନଗର ଧନିରେ ସ୍ତ୍ରୀଙ୍କ ମୃତ୍ୟୁ ଖବରକୁ ସହ୍ୟ କରି ନପାରି ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି।  l ଗୋଟିଏ ଚିତାରେ ଜଳିଲା ପତି ଓ ପତ୍ନୀଙ୍କ ଶବ

43

ସିକର: ରାଜସ୍ଥାନର ସିକର ଜିଲ୍ଲାର ଜ୍ୟୋତିବାନଗର ଧନିରେ ସ୍ତ୍ରୀଙ୍କ ମୃତ୍ୟୁ ଖବରକୁ ସହ୍ୟ କରି ନପାରି ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। 

ସୂଚନାଯୋଗ୍ୟ, ଗତବୁଧବାର ଦିନ ୧୨ଟା ସମୟରେ ଜ୍ୟୋତିବାନଗର ଧନିରେ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ପ୍ରେମଦେବୀଙ୍କ ମୃତ୍ୟୁ ହୋଇ ଯାଇଥିଲା। ତାଙ୍କ ମୃତ୍ୟୁ ସମୟରେ ତାଙ୍କ ସ୍ୱାମୀ ଜସବନ୍ତ ସିଂହ ନାରୁକା ବଜାରରେ ତାଙ୍କ ପନିପରିବା ଦୋକାନରେ ପରିବା ବିକ୍ରୟ କରୁଥିଲେ।

ଦୋକାନରେ ଥିବା ସମୟରେ ସେ ସ୍ତ୍ରୀ ପ୍ରେମଦେବୀଙ୍କ ମୃତ୍ୟୁ ଖବର ପାଇଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଦୁଃଖର ବିଷୟ ଡାକ୍ତର ଜସବନ୍ତ ସିଂହଙ୍କୁ ମୃତ ଘୋଷଣା କରିଥିଲେ। 

ପ୍ରେମଦେବୀଙ୍କ ମୃତ୍ୟୁର କିଛି ସମୟ ପରେ ସ୍ବାମୀ ଜସବନ୍ତଙ୍କ ମୃତ୍ୟୁ ହେବା ଖବର ପାଇବା ଗ୍ରାମବାସୀ ସ୍ତବ୍ଧ ହୋଇଯାଇଥିଲେ। ଏହି ଘଟଣାକୁ ସେମାନେ ସହଜରେ ବିଶ୍ବାସ କରି ପାରି ନଥିଲେ।

ଦମ୍ପତିଙ୍କ ଶବଯାତ୍ରାରେ କେବଳ ଗାଁରୁ ନୁହେଁ ବରଂ ଦୂରଦୂରାନ୍ତରୁ ମଧ୍ୟ ଶହଶହ ଲୋକ ଆସି ସାମିଲ ହୋଇଥିଲେ। ଗୋଟିଏ ଚିତାରେ ଜସବନ୍ତ ଓ ପ୍ରେମଦେବୀଙ୍କ ଶବଦାହ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe