୨୬ବର୍ଷର ପୁଅକୁ ପିଠିରେ ବସାଇ ବିଶ୍ବ ଭ୍ରମଣ କରାଉଛି ମା’

Advertisment
୨୬ବର୍ଷର ପୁଅକୁ ପିଠିରେ ବସାଇ ବିଶ୍ବ ଭ୍ରମଣ କରାଉଛି ମା’

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପର୍ଥରେ ରହୁଥିବା ଜିମି ଅନ୍ତରମ ଦୁନିଆର ଅନେକ ସ୍ଥାନ ବୁଲିଛନ୍ତି। କିନ୍ତୁ ସେସବୁ ସ୍ଥାନକୁ ସେ ନିଜ ମା’ଙ୍କ ପିଠିରେ ବସି ମା’ ଆଖିରେ ଦେଖିଛନ୍ତି। କାରଣ ଜିମି ପିଲାଟି ବେଳୁ ଦୃଷ୍ଟିଶକ୍ତି ହରାଇ ଥିଲେ। ସେଥିପାଇଁ ମା’ ନିକି ୨୬ବର୍ଷ ପୁଅ ଜିମିଙ୍କୁ ପିଠିରେ ବସାଇ ବିଶ୍ବ ଭ୍ରମଣ କରାଉଛନ୍ତି।

୧୭ବର୍ଷ ବୟସରେ ମା’ ହୋଇଥିବା ନିକି ଯେତେବେଳେ ଜାଣିଲେ ତାଙ୍କ ପୁଅର ଦୃଷ୍ଟିଶକ୍ତି ନାହିଁ। ସେ ପୂରାପୂରି ଭାଙ୍ଗି ପଡ଼ିଥିଲେ। ଅନେକ ଦିନ ଦୁଃଖରେ ରହିବା ପରେ ନିଜ ମନକୁ ଦୃଢ଼ କରିଥିଲେ। କାରଣ ସେ ଯଦି ଭାଙ୍ଗି ପଡିବେ ତେବେ ତାଙ୍କ ପୁଅକୁ ସାହାରା ଦେବ କିଏ? ଏହାକୁ ଭାବି ସେ ନିଜ ଦୁଃଖକୁ ନିଜ ମନରେ ଜାବୁଡ଼ି ଧରି ପୁଅ ଜୀବନରେ ଖୁସି ଭରିଦେବା ପାଇଁ ସ୍ଥିର କରିଥିଲେ। ଆଉ ନିଜ ଆଖିରେ ପୁଅକୁ ବିଶ୍ବ ଭ୍ରମଣ କରାଇବେ ବୋଲି ଅଣ୍ଟା ଭିଡିଥିଲେ।

ନିକି କହନ୍ତି, ମୋତେ ଏବେ ୪୩ବର୍ଷ। ଦିନକୁ ଦିନ ବୟସ ବଢ଼ିବା ସହିତ ଶରୀରରୁ ଶକ୍ତି ବି କମି ଯାଉଛି। ଏଭଳି ଅବସ୍ଥାରେ ପୁଅକୁ କାନ୍ଧରେ ବସାଇ ବୁଲିବା କଷ୍ଟ ହେଉଛି। କିନ୍ତୁ ଯେପର୍ଯ୍ୟନ୍ତ ମୁଁ ଏହା କରି ପାରୁଥିବି କରିବି। ଜିମିକୁ ୨ମାସ ହୋଇଥିବା ବେଳେ ତାର ଦୃଷ୍ଟିଶକ୍ତି ନଥିବା ଆମେ ଜାଣିବାକୁ ପାଇଥିଲୁ। ଏଥିସହିତ ତାର ଶରୀରର କିଛି ଅଙ୍ଗ ମଧ୍ୟ ଦୁର୍ବଳ ରହିଥିଲା

ଏହି ଖବର ଆମ ପରିବାର ଉପରେ ଦୁଃଖର ପାହାଡ ଲଦି ହୋଇଗଲା ପରି ଲାଗିଥିଲା। କିନ୍ତୁ ଧୀରେଧୀରେ ପରିସ୍ଥିତି ସହ ଖାପଖୁଆଇ ଚାଲିବା ଶିଖିଲି। ଜିମି ପାଇଁ ହୁଇଲ ଚ୍ୟାୟାର ଥିଲେ ବି ମୁଁ ତାକୁ କାନ୍ଧରେ ବସାଇ ବୁଲାଇବାକୁ ବେଶୀ ଭଲ ପାଏ। ସେ ମୋତେ ଦେଖି ପାରୁନି ତାହାକୁ ନେଇ ସବୁବେଳେ ମନରେ ଦୁଃଖ ରହିଛି। କିନ୍ତୁ ‌ସେ ମୋ ଆଖିରେ ଦୁନିଆ ଦେଖୁଛି ଭାବି ଖୁସି ହୋଇଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe