ଶିରିଡ଼ି କାନ୍ଥରେ ଦିଶିଲା ସାଇବାବାଙ୍କ ଚିତ୍ର, ଚମତ୍କାର ଦେଖିବାକୁ ଜମିଲା ଅଗଣିତ ଲୋକଭିଡ଼

Advertisment
ଶିରିଡ଼ି କାନ୍ଥରେ ଦିଶିଲା ସାଇବାବାଙ୍କ ଚିତ୍ର, ଚମତ୍କାର ଦେଖିବାକୁ ଜମିଲା ଅଗଣିତ ଲୋକଭିଡ଼

ଶିରିଡି ସାଇରେ ଚମତ୍କାର। ପ୍ରକଟ ହେଲେ ସାଇବାବା। ମହାରାଷ୍ଟ୍ରର ଶିରିଡ଼ି ସାଇ ମନ୍ଦିର କାନ୍ଥରେ ସାଇବାବାଙ୍କ ଦେଖାଯିବାକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ବୁଧବାର ରାତିରେ ମନ୍ଦିିର କାନ୍ଥରେ ସାଇବାବାଙ୍କ ଚିତ୍ର ଦୃଶ୍ୟମାନ ହୋଇଥିବା ଭକ୍ତମାନେ ଦାବି କରିଛନ୍ତି। ଏହାକୁ ନେଇ ସାଇ ମନ୍ଦିରରେ ଏବେ ଭକ୍ତଙ୍କ ଗହଳି ବିଢ଼ିବାରେ ଲାଗିଛି। ଏପରିକି ଦୁଇଦିନ ଧରି ମନ୍ଦିରରେ କବାଟ ପଡ଼ିନାହିଁ।

ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ଶିରିଡିଠାରେ ଅବସ୍ଥିତ ପ୍ରସିଦ୍ଧ ସାଇ ମନ୍ଦିରରେ ଏବେ ଭକ୍ତଙ୍କ ପ୍ରବଳ ଭିଡ। ବୁଧବାର ରାତି ପରଠାରୁ ଏହି ଭିଡ଼ ବଢିବାରେ ଲାଗିଛି। ଏକ ଗୁଜବ ଜଙ୍ଗଲର ନିଆଁ ଭଳି ବ୍ୟାପିବାରେ ଲାଗିଛି। ମହାରାଷ୍ଟ୍ର ଶିରିଡିର ସାଇବାବାଙ୍କ ମନ୍ଦିରରେ ଏକ ଚମତ୍କାର ଘଟଣା ଦେଖିବାକୁ ମିଳିଛି। ଶିରିଡି ସାଇ ମନ୍ଦିର କାନ୍ଥରେ ସାଇ ବାବା ପ୍ରକଟ ହୋଇଛନ୍ତି। ଯାହା ସାଇଭକ୍ତଙ୍କୁ ଆଶ୍ଚଯ୍ୟ କରିଛି। ଆଉ ଏଭଳି ଚମତ୍କାର ଦେଖିବାକୁ ଦୂରଦୂରାନ୍ତରରୁ ଶ୍ରଦ୍ଧାଳୁ ମାନେ ଧାଇଁ ଆସିଛନ୍ତି ଶିରିଡି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ସ୍ଥାନୀୟ ପ୍ରଶାସନ ଏହାକୁ ଗୁଜବ ବୋଲି କହିଛନ୍ତି।

publive-image
ସୂଚନା ଅନୁଯାୟୀ, ଗତ ବୁଧବାର ଦିନ ରାତିରେ ମନ୍ଦିର କାନ୍ଥରେ ସାଇବାବାଙ୍କ ମୁଖମଣ୍ଡଳ ଦୃଶ୍ୟମାନ ହୋଇଥିବାର ଖବର ସାମ୍ନାକୁ ଆସିଥିଲା। ଆଉ ଏହା ବିଜୁଳି ବେଗରେ ଭକ୍ତଙ୍କ ମଧ୍ୟରେ ଖେଳିଯାଇଥିଲା। କିଛି ଭକ୍ତ ଏହାକୁ ଦେଖି କାନ୍ଦିବା ଆରମ୍ଭ କରିଥିବା ବେଳେ ଆଉ କିଛି ଭକ୍ତ ଏହି ଦୃଶ୍ୟ ଦେଖିବା ପରେ ଭାବୁକ ହୋଇ ଭଗବାନ ପ୍ରକଟ ହେଲେ ବୋଲି ଜୋରରେ କହିଥିଲେ।

ଶିରିଡି ସାଇ ଟ୍ରଷ୍ଟର ସିଇଓ ସୁବଳ ଅଗ୍ରୱାଲଙ୍କ କହିବା ଅନୁସାରେ, ଏହି ଘଟଣାଟି ସାଇ ବାବାଙ୍କ ପ୍ରତି ଥିବା ଲୋକମାନଙ୍କ ଭାବନା କାରଣରୁ ହୋଇଛି। ଏହି ଘଟଣା ଉପରେ ଟ୍ରଷ୍ଟ ତଦନ୍ତ କରୁଛି। ତଦନ୍ତରୁ ଯାହା କିଛି ଜଣାପଡ଼ିବ ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜଣେ ଭକ୍ତଙ୍କ କହିବା ଅନୁସାରେ, ୨୦୧୨ରେ ଏହିଭଳି ଏକ ଘଟଣା ଘଟିଥିଲା। ଯହାକୁ ଦେଖିବା ପାଇଁ ହଜାର ହଜାର ଲୋକ ଆସିଥିଲେ। ପୁନର୍ବାର ଏହି ଘଟଣା ବୁଧବାର ଦିନ ଘଟିଛି। ତେବେ ଏହି ଘଟଣାକୁ ଦେଖି ମନେ ହେଉଛି ବୋଧହୁଏ ଏହା ମୁର୍ତ୍ତିରର ଏକ ପ୍ରତିବିମ୍ବ ଅଟେ। ଯାହା କାନ୍ଥରେ ପଡ଼ିବା ଦେଖି ଲୋକମାନେ ଭାବୁକ ହୋଇ ଉଠୁଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଦ୍ୱାରକା ମାଇ ଏଭଳି ଏକ ମନ୍ଦିର ଯେଉଁଠାରେ ସାଇବାବା ପାଣିରେ ଦୀପ ଜଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe