ଦିବ୍ୟାଙ୍ଗ ଭାଇ ପାଇଁ ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଛନ୍ତି ଭଉଣୀ

Advertisment

ବିହାରର ଛପରାରେ ରହୁଥିବା ବଡ଼ଭାଇର ଅସହାୟ ଅବସ୍ଥା ଦେଖି ସାନ ଭଉଣୀ ମା’ ଭଳି ନେଉଛି ଯତ୍ନ । ଅଭିନେତା ସୋନୁ ସୁଦଙ୍କୁ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି ଭାଇ ଓ ଭଉଣୀ  । 

ବିହାରର ଛପରାରେ ରହୁଥିବା ବଡ଼ଭାଇର ଅସହାୟ ଅବସ୍ଥା ଦେଖି ସାନ ଭଉଣୀ ମା’ ଭଳି ନେଉଛି ଯତ୍ନ । ଅଭିନେତା ସୋନୁ ସୁଦଙ୍କୁ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି ଭାଇ ଓ ଭଉଣୀ  । 

WEQFERWEQR


ନୂଆଦିଲ୍ଲୀ: ବିହାରର ଛପରାରେ ରହୁଥିବା ଭାଇ ଓ ଭଉଣୀଙ୍କ ସଂଘର୍ଷର କାହାଣୀ ସାମ୍ନାକୁ ଆସିଛି। ବଡ଼ଭାଇର ଅସହାୟ ଅବସ୍ଥା ଦେଖି ସାନ ଭଉଣୀ ମା’ ଭଳି ଯତ୍ନ ନେଉଛି। ନିକଟରେ ଭାଇ ଓ ଭଉଣୀ  ଅଭିନେତା ସୋନୁ ସୁଦଙ୍କୁ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି। 

ଜିତେଶ କୁମାର ନାମକ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଭାଇ ଏବଂ ଭଉଣୀର ଏହି ସ୍ପର୍ଶକାତର ଭିଡିଓ ସେୟାର ହୋଇଛି। ଆପଣ ଏହି ଭିଡିଓରେ ଦେଖିପାରିବେ ‘ଦିବ୍ୟାଙ୍ଗ ଯୁବକ ଜଣକଙ୍କୁ ତାଙ୍କ ଭଉଣୀ କୋଳରେ ଧରିଥିବା ବେଳେ ମା’ ମଧ୍ୟ ପାଖରେ ଛିଡ଼ା ହୋଇଛନ୍ତି। 

ଦିବ୍ୟାଙ୍ଗ ଜଣକ କହିଛନ୍ତି,‘ ଡାକ୍ତରମାନେ ମୋର ଚିକିତ୍ସା ଛାଡି ଦେଇଛନ୍ତି। ଚିକିତ୍ସା ପାଇଁ ଯେତେ ଟଙ୍କା ଖର୍ଚ୍ଚ କଲେ ବି ମୁଁ ଆଉ ସୁସ୍ଥ ହୋଇପାରିବି ନାହିଁ ବୋଲି ସ୍ପଷ୍ଟ ଭାବେ କହି ଦେଇଛନ୍ତି।  ଘରର ଆର୍ଥିକସ୍ଥିତି ବି ଏତେଟା ଭଲ ନାହିଁ। ମୋର ରୋଗର ଚିକିତ୍ସା ପାଇଁ ସବୁ ଟଙ୍କା ଖର୍ଚ୍ଚ ହୋଇଯାଇଥିବାରୁ ବାପାଙ୍କ ଦୋକାନ ବି ବନ୍ଦ ହୋଇଯାଇଛି। ମୋର ସମସ୍ତ ଦାୟିତ୍ବ ମୋ ସାନ ଭଉଣୀ ବହନ କରୁଛି। ଖୁଆଇଦେବା, ଉଠାଇବା, କୌଣସି ସ୍ଥାନକୁ ନେବା ଏମିତି କି ମୁଁ ବସିଥିବା ସ୍ଥାନ ପରିଷ୍କାର ପରିଚ୍ଛନ କରିବା ଭଳି ସମସ୍ତ କାମ ସେ ମା’ ଭଳି ତୁଲାଉଛି।

ଏଭଳି ଅବସ୍ଥାରେ ଭାଙ୍ଗି ପଡ଼ିଥିବା ଦିବ୍ୟାଙ୍ଗ ଓ ତାଙ୍କ ଭଉଣୀ କହିଛନ୍ତି,‘ ଅଭିନେତା ସୋନୁ ସୁଦଙ୍କୁ ଆମ ଭଳି ଲୋକଙ୍କୁ ସାହାଯ୍ୟ କରିଥିବା ଖବର ପାଇଛୁ। ତେଣୁ ତାଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରୁଛି। ଆଶା ରଖିଛୁ ସେ ନିଶ୍ଚିୟ ଆମ ଦୁଃଖ ବୁଝି ସାହାଯ୍ୟ କରିବେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe