ଆପଣ ଜାଣିଥିବେ ନିଶ୍ଚୟ ଜନକ ନନ୍ଦିନୀ ଜାନକୀଙ୍କ ବିବାହ ସ୍ୱୟଂବର ମାଧ୍ୟମରେ ହୋଇଥିଲା। ଶିବ ଧନୁ ଭାଙ୍ଗି ପ୍ରଭୁ ରାମଚନ୍ଦ୍ର ମାଆ ସୀତାଙ୍କୁ ପତ୍ନୀ ରୂପେ ଗ୍ରହଣ କରିଥିଲେ। ମାତ୍ର ଏକଥା ହୁଏତ ଆପଣ ଜାଣିନଥିବେ ସୀତାଙ୍କ ସ୍ୱୟଂବରରୁ ହିଁ ଆରମ୍ଭ ହୋଇଥିଲା ରାମ-ରାବଣ ବିବାଦ। ସେଇଦିନଠାରୁ ସୀତାଙ୍କୁ ଅପହରଣ କରିବାକୁ ମନସ୍ତ କରିଥିଲେ ରାବଣ।
/sambad/media/post_attachments/wp-content/uploads/2018/01/c15e861724f3f4546b253ed4948221a8_1452863826-300x120.jpg)
ସେଦିନ ସୀତାଙ୍କ ସ୍ୱୟଂବର ପାଇଁ ବିଭିନ୍ନ ରାଜା ଏବଂ ରାଜକୁମାରଙ୍କୁ ସୀତାଙ୍କ ପିତା ଜନକ ନିମନ୍ତ୍ରଣ ଦେଇଥିଲେ। ନିମନ୍ତ୍ରଣ ରକ୍ଷା କରି ଅନ୍ୟମାନଙ୍କ ପରି ରାବଣ ବି ପହଞ୍ଚିଥିଲେ ସୀତାଙ୍କ ସ୍ୱୟଂବରରେ ଯୋଗ ଦେବାକୁ। ସମସ୍ତଙ୍କୁ ଜଣାଥିଲା ଶିବ ଧନୁ ରାବଣ ନିଶ୍ଚୟ ଭାଙ୍ଗି ଦେବେ। ସେ ଶିବଙ୍କର ଜଣେ ପରମ ଭକ୍ତି ହେବା ସହ ଜଣେ ତ୍ରିପୁର ବିଜୟୀ ଯୋଦ୍ଧା ମଧ୍ୟ। ମାତ୍ର ରାବଣଙ୍କୁ ପତି ରୂପେ ପାଇବା କଥା ଭାବି ଦେଇ ବିବ୍ରତ ହୋଇପଡୁଥିଲେ ସୀତା। ସେ ଜାଣିଥିଲେ ଯେ ରାବଣଙ୍କର ପୂର୍ବରୁ ମନ୍ଦୋଦରୀ ନାମରେ ଜଣେ ପତ୍ନୀ ଅଛନ୍ତି। ଏହାଛଡ଼ା ରାବଣଙ୍କ ଆଶୁରିକ ପ୍ରବୃତି ବିଷୟରେ ସୀତା ଅବଗତ ଥିଲେ।
/sambad/media/post_attachments/wp-content/uploads/2018/01/a95eb3e232d02f64b5eb878e028facbd_1452863294-300x120.jpg)
/sambad/media/post_attachments/wp-content/uploads/2018/01/5c3c2dc46fd179162acf600a666cf4d0_1452862492-300x120.jpg)
ସେ ରାବଣଙ୍କୁ ବିବାହ କରିବାକୁ ଅନିଚ୍ଛୁକ ବୋଲି ନିଜ ମାଆ ରାଣୀ ସୁନୟନାଙ୍କୁ ଜଣାଇଲେ। ସୁନୟନା ସୀତାଙ୍କୁ ଶିବ ପତ୍ନୀ ଗୌରୀଙ୍କୁ ଆରାଧନା କରିବାକୁ କହିଲେ। ସୀତା ମାଆଙ୍କ କଥା ମାନି ରାତି ଯାକ ଗୌରୀଙ୍କୁ ସ୍ମରଣ କଲେ। ସକାଳୁ ସ୍ୱୟଂବର ସଭା ଆରମ୍ବ ହେଲା। ଅନେକ ଜଣ ଆସି ଶିବ ଧନୁ ଭାଙ୍ଗିବାକୁ ଚେଷ୍ଟା କରି ବିଫଳ ହୋଇ ଫେରିଗଲେ। ଯେତେବେଳେ ରାବଣଙ୍କ ପାଳି ପଡ଼ିଲା ସେତେବେଳେ ସୀତା ଥରିବାକୁ ଲାଗିଲେ। ସେତିକି ବେଳେ ଋଷି ବିଶ୍ୱାମିତ୍ର ରାମ, ଲକ୍ଷ୍ମଣଙ୍କୁ ନେଇ ସଭାରେ ପହଞ୍ଚିଲେ। ରାମ ଶିବ ଧନୁ ଭାଙ୍ଗିପାରିବେ ବୋଲି ଦାବିର ସହ କହିଲେ। ଏକଥା ରାବଣଙ୍କୁ ବିଶ୍ୱାସ ହେଲା ନାହିଁ। ସେ ଧନୁ ଛାଡ଼ି ରାମଙ୍କୁ ବଢ଼ାଇ ଦେଲେ। ରାମ ସେହି କ୍ଷଣ ଭିତରେ ଶିବ ଧନୁ ଭାଙ୍ଗି ବିଜୟ ଲାଭ କଲେ।
/sambad/media/post_attachments/wp-content/uploads/2018/01/c399932f42a6d71e9584a31e5fbee2dd_1452863893-300x120.jpg)
/sambad/media/post_attachments/wp-content/uploads/2018/01/a090b79f41e2766aacaae8ab8ba7b986_1452864324-300x165.jpg)
ସୀତାଙ୍କ ମୁହଁରୁ ହସ ଝରିପଡ଼ିଲା। ଶ୍ରୀରାମଙ୍କୁ ପତି ରୂପେ ପାଇ ସେ ଦେବୀ ଗୌରୀଙ୍କୁ ଅନେକ କୃତଜ୍ଞତା ଜଣାଇଲେ। ସେହି ସଭାରେ କିନ୍ତୁ ଅପମାନିତ ହେଲେ ରାବଣ। ସୀତାଙ୍କୁ ବିଜୟ କରିବାର କିଛି ସମୟ ପୂର୍ବରୁ ହିଁ ତାଙ୍କୁ ହରାଇ ଦେଇଥିବାରୁ ପଶ୍ଚାତାପର ନିଆରଁରେ ଜଳିବାକୁ ଲାଗିଲେ। ସେଇଦିନଠାରୁ ପ୍ରତିଶୋଧ ନେବାକୁ ସ୍ଥିର କରିଥିଲେ ରାବଣ।
/sambad/media/post_attachments/wp-content/uploads/2018/01/6a745c239116ccfe34639f7a9f261bd6_1452861284-300x120.jpg)
Follow Us