ସର୍ପ ଦଂଶନ କରିଥିବା ମହିଳାଙ୍କ ମୃତଦେହକୁ ଗୋବରରେ ପୋତି ଦେଲେ ତାନ୍ତ୍ରିକ; ପୁଲିସ ସମେତ ପରିବାରଲୋକ ରାତି ୮ଟାକୁ କରିଛନ୍ତି ଅପେକ୍ଷା

New Project (5)

ଲକ୍ଷ୍ମୌ: ଅନ୍ୟଋତୁ ଅପେକ୍ଷା ବର୍ଷାଦିନେ ସର୍ପ ଦଂଶନର ଅନେକ ମାମଲା ସାମ୍ନାକୁ ଆସିଥାଏ। ଏହି କ୍ରମରେ ଦେଖିବାକୁ ଗଲେ  ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାରେ ଜଣେ ମହିଳାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଏହାପରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଉକ୍ତ ମୃତ ମହିଳାଙ୍କୁ ଜୀବିତ କରିବା ପାଇଁ ଗାଁର ଜଣେ ତାନ୍ତ୍ରିକ ମୃତଦେହକୁ ଗୋବର‌ରେ ଘୋଡ଼ାଇ ଦେଇଥିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।  

ତମ୍ବାଉର ଥାନା ଅଞ୍ଚଳର ଚକପୂର୍ବା ଗାଁରେ ବସବାସ କରୁଥିବା କଳାବତୀ ଦେବୀ (ବର୍ଷ ୬୦) ଗତ ଗୁରୁବାର କାଠ ସଜାଡ଼ୁଥିବା ବେଳେ ସର୍ପ ଦଂଶନର ଶିକାର ହୋଇଥିଲେ। ସର୍ପ ଦଂଶନରେ କଳାବତୀଙ୍କ ମୃତ୍ୟୁ ହୋଇଯାଇଥିଲା।

ଏହି ଘଟଣା ବିଷୟରେ ସୂଚନା ପାଇବା ପରେ ଗାଁ ନିକଟରେ ରହୁଥିବା ତାନ୍ତ୍ରିକ କୃପାଳ ଦାସ ଘଟଣାସ୍ଥଳରେ ପହଞ୍ଚି କଳାବତୀଙ୍କୁ ପୁନର୍ଜୀବିତ କରିବା ପାଇଁ ଦାବି କରିଥିଲେ।

ତାନ୍ତ୍ରିକ କୃପାଳ ଦାସ ଗ୍ରାମବାସୀଙ୍କ ନିକଟରେ ଦାବି କରି କହିଥିଲା, ‘ଯଦି କଳାବତୀଙ୍କୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଗୋବରରେ ପୋତି ରଖାଯାଏ, ତେବେ ସେ ପୁନର୍ଜୀବିତ ହୋଇଯିବେ।’

ତାନ୍ତ୍ରିକ କୃପାଳ ଦାସଙ୍କ ଦାବିକୁ ବିଶ୍ବାସ କରି କଳାବତୀଙ୍କ ମୃତଦେହକୁ ଗୋବରରେ ପୋତିବା ପାଇଁ ପରିବାରଲୋକଙ୍କ ସମେତ ଗ୍ରାମବାସୀ ଅନୁମତି ଦେଇଥିଲେ। ଏହାପରେ, ତାନ୍ତ୍ରିକ କଳାବତୀଙ୍କ ମୃତଦେହକୁ ଗୋବର ତଳେ ପୋତି ଦେଇଛନ୍ତି। ରାତି ୮ଟାରେ କଳାବତୀଙ୍କ ମୃତଦେହକୁ ଗୋବର ଭିତରୁ ବାହାର କରାଯିବ। ଏହାପରେ ତାନ୍ତ୍ରିକଙ୍କ ଦାବିର ସତ୍ୟତା ଜଣାପଡିବ। ଖବର ପାଇ ପୁଲିସଫୋର୍ସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ରାତି ୮ଟାକୁ ଅପେକ୍ଷା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe