photo-yogaasan.com
ଆଜିକାଲି ଅଧିକାଂଶ ଲୋକେ ଅନିଦ୍ରା ଜନିତ ରୋଗର ଶିକାର ହେଉଛନ୍ତି। ସେମାନେ ଏଥିପାଇଁ ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରିଥାନ୍ତି ତଥାପି କିଛି ଫାଇଦା ମିଳି ନଥାଏ। କିନ୍ତୁ ଏଭଳି ଏକ ଆସନ ଅଛି ଯାହାକୁ କଲେ ଆପଣଙ୍କୁ ରାତିରେ ଭଲ ନିଦ ଆସିବ। ଏହା ହେଲା ଶିଥିଳାସନ ।ସାଧାରଣତଃ ଶିଶୁମାନେ ଯେଉଁଭଳି ଭାବରେ ଶୋଇଥାନ୍ତି,ସେହିଭଳି ଭାବରେ ଏହି ଆସନକୁ କରା ଯାଇଥାଏ। ତେବେ ଏହା ହେଉଛି ବିଶ୍ରାମର ସବୁଠାରୁ ଭଲ ଉପାୟ ,ଯାହାକି କ୍ଳାନ୍ତ,କବ୍ଜ,ପେଟ ଭାରି ଭାରି ଲାଗିବା,ମୁଣ୍ଡ ବ୍ୟଥା,ନିଦ୍ରାହୀନତା ଏବଂ ଗ୍ୟାସ୍ ଆଦି ସମସ୍ୟା ଠାରୁ ବ୍ୟକ୍ତିକୁ ସୁରକ୍ଷା ଦେଇଥାଏ।
ଜାଣନ୍ତୁ କିପରି କରିବେ ଏହି ଆସନ। ଆପଣ ସର୍ବପ୍ରଥମେ ଚଟାଣ ଉପରେ ଦରିକୁ ବଛାଇ ଦିଅନ୍ତୁ ଏବଂ ଏହା ଉପରେ ପେଟକୁ ମାଧ୍ୟମ କରି ଶୋଇ ପଡ଼ନ୍ତୁ। ତେବେ ଏହାକୁ କରିବାକୁ ହେଲେ ଆପଣଙ୍କୁ ପ୍ରଥମେ ଆପଣଙ୍କର ଦୁଇ ହାତକୁ ଆଗକୁ ରଖି,ସେଥିରେ ମୁଣ୍ଡ ରଖିବାକୁ ହେବ।ଏହାପରେ ପୁଣି ବାମ ପାଖକୁ ଲେଉଟାଇ ଡ଼ାହାଣ ହାତକୁ ଆଗ ଆଡ଼କୁ ବଢ଼ାଇବାକୁ ପଡ଼ିବ ଏବଂ ବାମ ହାତକୁ ସିଧା କରିବାକୁ ହେବ।
photo-stylesatlife.comଏହାପରେ ଆପଣ ଡ଼ାହାଣ ଗୋଡ଼କୁ ସିଧା ରଖି ବାମ ପାଦକୁ ଆଣ୍ଠୁ ଉପରେ ମାଡ଼ି ଦିଅନ୍ତୁ। ଏହାପରେ ଆପଣ ଲମ୍ବା ନିଶ୍ୱାସ ନିଅନ୍ତୁ,ଯେମିତିକି ଛୋଟ ଶିଶୁମାନେ ନେଇଥା’ନ୍ତି।ଏଥିସହିତ ଧିରେ-ଧିରେ ଆପଣ ଆପଣଙ୍କର ପ୍ରଶ୍ୱାସକୁ ଛାଡ଼ି ଦିଅନ୍ତୁ।ଏହି ଉପାୟକୁ କରିଲାପରେ ଆପଣଙ୍କୁ ଧିରେଧିରେ ନିଦ ଆସିଯିବ । ଏହାପରେ ଆପଣ ସିଧା ଯାଇ ଶୋଇ ପଡ଼ିବେ।
Follow Us