ଭଗବାନ ଶିବଙ୍କର କେଉଁ ପରାମର୍ଶ ମାନିବାକୁ ପ୍ରସ୍ତୁତ ହେଲେନି ସତୀ ? ତା’ର କି ପରିଣାମ ଘଟିଥିଲା ?

Advertisment
ଭଗବାନ ଶିବଙ୍କର କେଉଁ ପରାମର୍ଶ ମାନିବାକୁ ପ୍ରସ୍ତୁତ ହେଲେନି ସତୀ ? ତା’ର କି ପରିଣାମ ଘଟିଥିଲା ?

ଭଗବାନ ଶିବଙ୍କର ମହିମା ଅନେକ। ତାଙ୍କର ଅନେକ କଥା ଆଜି ବି ଖୁବ୍‌ ଲୋକପ୍ରିୟ। ସେଥି ଭିତରୁ ଗୋଟିଏ କଥା ଆସନ୍ତୁ ଜାଣିବା…
ସତୀଙ୍କ ପିତା ମହାରାଜ ଦକ୍ଷ କନ୍ୟା ସତୀ ଏବଂ ଜାମାତା ଭଗବାନ ଶିବଙ୍କୁ ଯଜ୍ଞକୁ ନିମନ୍ତ୍ରଣ କଲେ ନାହିଁ ହେଲେ ସେଠାକୁ ଯିବାକୁ ଜିଦ୍‌ ଧରିଥିଲେ ସତୀ। ଶିବ ବୁଝଶଇଥିଲେ ଯେ ଏଥିରେ ସନ୍ଦେହ ନାହିଁ ଯେ,ଗୁରୁଜନଙ୍କ ନିମନ୍ତ୍ରଣ ବିନା ଯିବାରେ କିଛି ଦୋଷ ନାହିଁ, କିନ୍ତୁ ଯେଉଁଠି କୌଣସି ବିରୋଧ ହୁଏ, ସେଠାକୁ ଯିବା ଦ୍ୱାରା କୌଣସି ମଙ୍ଗଳ ହେବ ନାହିଁ। ଏଣୁ ତୁମେ ସେଠାକୁ ଯିବାର ବିଚାର ତ୍ୟାଗ କରିବା ଠିକ୍‌ ହେବ।’’

ଭଗବାନ ଶିବଙ୍କର ପରାମର୍ଶ ମାନିବାକୁ ପ୍ରସ୍ତୁତ ହେଲେନି ସତୀ।ସେ ଜୋରଜୋରରେ କାନ୍ଦିବାକୁ ଲାଗିଲେ। ତା’ପରେ ଭଗବାନ ଶିବ ସତୀଙ୍କ ଜିଦ୍‌ ଆଗରେ ମଥା ନୁଆଁଇ ତାଙ୍କର ପ୍ରମୁଖ ଗଣମାନଙ୍କ ସହିତ ତାଙ୍କୁ ବିଦାୟ ଦେଲେ। ଦକ୍ଷ ଯଜ୍ଞରେ ପହଞ୍ଚବାପରେ ମଧ୍ୟ ସତୀଙ୍କର ସତ୍କାର କରିଲେନି ପିତା। ତାଙ୍କ ଭଉଣୀମାନେ ମଧ୍ୟ ସତୀଙ୍କୁ ଅଣଦେଖା କରି ବ୍ୟଙ୍ଗପୂର୍ଣ୍ଣ କଥା କହିଲେ। କେବଳ ତାଙ୍କ ମାତା ସତୀଙ୍କୁ ଦେଖି ଖୁସି ହେଲେ ଏବଂ ମଧୁର କଥା କହିଲେ।

publive-image
ଭଗବାନ ଶିବଙ୍କର ଅପମାନ ଦେଖି ସତୀଙ୍କର ମନରେ କ୍ରୋଧ ଜାତ ହେଲା। ସେ ପିତା ଦକ୍ଷଙ୍କୁ କହିଲେ,‘‘ପିତା ଯେଉଁ ଭଗବାନ ଶିବଙ୍କ ଦୁଇ ଅକ୍ଷରର ନାମ ଅଜ୍ଞାତ ସାରରେ ଜିଭରେ ଆସିଲେ ବି ସମସ୍ତ ପାପ ନାଶ ହୋଇଯାଏ,ଆପଣ ସେହି ଶିବଙ୍କ ସହିତ ବିଦ୍ୱେଷ କରୁଛନ୍ତି। ଏଣୁ ଆପଣଙ୍କ ଅଙ୍ଗର ସଂସର୍ଗରୁ ଉତ୍ପନ୍ନ ଏହି ଶରୀରକୁ ମୁଁ ତତ୍‌କ୍ଷଣାତ୍‌ ତ୍ୟାଗ କରିବି। କାରଣ ଏହା ମୋ’ ପାଇଁ କଳଙ୍କ ରୂପ ଅଟେ। ’’ଏହା କହି ସତୀ ଭଗବାନ ଶିବଙ୍କର ଧ୍ୟାନ କରି ନିଜର ଶରୀରକୁ ଯୋଗାଗ୍ନିରେ ଭସ୍ମ କରିଦେଲେ। ସତୀଙ୍କ ଆତ୍ମଦାହ ତାଙ୍କ ଦିବ୍ୟ ପତିପ୍ରେମର ନମୁନା ,ଯାହାକୁ ଆଜି ମଧ୍ୟ ଭାରତୀୟ ନାରୀମାନଙ୍କ ପାଇଁ ଏକ ମହାନ୍‌ ଆଦର୍ଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe