ଭୟାବହ ସଡ଼କ ଦୁର୍ଘଟଣାରେ ଟ୍ରକ୍‌ ତଳକୁ ଖସି ପଡ଼ିଲେ ଅନ୍ତସତ୍ତ୍ୱା ମହିଳା, ଦୁର୍ଘଟଣାସ୍ଥଳରେ ମା’ପେଟରୁ ବାହାରି ପଡ଼ିଲା ଶିଶୁ

Advertisment
ଭୟାବହ ସଡ଼କ ଦୁର୍ଘଟଣାରେ ଟ୍ରକ୍‌ ତଳକୁ ଖସି ପଡ଼ିଲେ ଅନ୍ତସତ୍ତ୍ୱା ମହିଳା, ଦୁର୍ଘଟଣାସ୍ଥଳରେ ମା’ପେଟରୁ ବାହାରି ପଡ଼ିଲା ଶିଶୁ

Baby miraculously survives after being ripped from her mother's womb and thrown onto a grass verge in horror car crash

ବ୍ରାଜିଲ: କଥାରେ ଅଛି ‘ଯାହାକୁ ରଖିବ ଅନନ୍ତ, କି କରି ପାରେ ବଳବନ୍ତ’। ଏଭଳି ଉକ୍ତିର ପ୍ରମାଣ ବ୍ରାଜିଲରେ ଘଟିଥିବା ଏକ ଭୟାବହ ଦୁର୍ଘଟଣାରେ ଦେଖିବାକୁ ମିଳୁଛି। ବ୍ରାଜିଲରେ ଜଣେ ଅନ୍ତସତ୍ତ୍ୱା ମହିଳା ଟ୍ରକରେ ଯାତ୍ରା କରୁଥିଲେ, ହଠାତ୍‌ ଚାଳକର ଗାଡ଼ି ଚାଳନା ଉପରୁ ନିୟନ୍ତ୍ରଣ ହଟି ଯାଇଥିଲା। ଅନ୍ତସତ୍ତ୍ୱା ମହିଳା ଟ୍ରକ୍‌ରୁ ଖସି ଚଟାଣରେ ପଡ଼ି ଯାଇଥିଲେ, ଏହି ସମୟରେ ତାଙ୍କ ଗର୍ଭରୁ ସନ୍ତାନ ବାହାରକୁ ବାହାରି ଯାଇଥିଲା ଓ ଘଟଣାସ୍ଥଳରେ ମା’ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ। ଆଶ୍ଚର୍ଯ୍ୟର କଥା ଏତେ ବଡ଼ ଦୁର୍ଘଟଣା ଘଟିଥିଲେ ହେଁ ଶିଶୁକୁ ସମାନ୍ୟ ଆଘାତ ବି ଲାଗି ନାହିଁ ସେ ଏବେ ସୁସ୍ଥ ଅଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।

publive-image

ଏଭଳି ଏକ ଭୟାବହ ଦୁର୍ଘଟଣା ଗତ ଗୁରୁବାର ସାଓ ପାଉଲୋ ଓ କ୍ୟୁରିଟିବା ମଧ୍ୟରେ ହୋଇଥିଲା। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ସ୍ୱାସ୍ଥ୍ୟକର୍ମୀ ସେତେବେଳେ ଆଶ୍ଚର୍ଯ୍ୟଚକିତ ହୋଇ ରହିଯାଇଥିଲେ ଯେତେବେଳେ ସେମାନେ ଦୁର୍ଘଟଣାସ୍ଥଳରୁ କିଛି ମିଟର ଦୂର ଘାସରେ ପଡ଼ିଥିବା ନବଜାତ ଶିଶୁକୁ ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ସ୍ୱାସ୍ଥ୍ୟକର୍ମୀ ଶିଶୁଟିକୁ ସେଠାରୁ ଉଦ୍ଧାର କରି ଚିକିତ୍ସା ଆରମ୍ଭ କରି ଦେଇଥିଲେ।

ଡାକ୍ତରଙ୍କ କହିବାନୁସାରେ, ଦୁର୍ଘଟଣା ସମୟରେ ଶିଶୁର ଗର୍ଭନଳୀ ଅଲଗା ହୋଇଯାଇଥିଲା। ସେଥିପାଇଁ ସେ ମା’ଠାରୁ ଅଲଗା ହୋଇ ଅନ୍ୟତ୍ର ପଡ଼ି ଯାଇଥିଲା। ଶିଶୁଟିର ଚିକିତ୍ସା ଏକ ପାଖ ହସ୍‌ପିଟାଲରେ କରାଯାଉଛି। ଡାକ୍ତର ଏହାକୁ ଆଶ୍ଚର୍ଯ୍ୟଜନକ ଘଟଣା କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe