କାର ଇଞ୍ଜିନ ଭିତରେ ଫସି କଇଁକଇଁ ହୋଇ କାନ୍ଦୁ ଥିବା କୁକୁର ଛୁଆକୁ ସୁରକ୍ଷିତ କରାଗଲା ଉଦ୍ଧାର

କାର ଇଞ୍ଜିନ ଭିତରେ ଫସି କଇଁକଇଁ ହୋଇ କାନ୍ଦୁ ଥିବା କୁକୁର ଛୁଆକୁ ସୁରକ୍ଷିତ କରାଗଲା ଉଦ୍ଧାର

ନୂଆଦିଲ୍ଲୀ: ‘ଯାହାକୁ ରଖିବ ଅନନ୍ତ କି କରି ପାରିବ ବଳବନ୍ତ’ ଏହି ଉକ୍ତିର ଅନେକ ଉଦାହରଣ ପୂର୍ବରୁ ଆମେ ଦେଖିବାକୁ ପାଇଛେ। ଏମିତି ଏକ ଘଟଣାକୁ ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଛି।

ଏଥିରେ ଦେଖିବାକୁ ମିଳୁଛି ଆମେରିକାର ଏକ କାର ଇଞ୍ଜିନରେ କୁକୁର ଛୁଆ ଫସି ଯାଇଛି। ଏ ଦୃଶ୍ୟକୁ ଦେଖି କିଛି ଲୋକ କାର ନିକଟକୁ ଧାଇଁ ଯାଇଥିଲେ। ବହୁ ଚେଷ୍ଟା କରିବା ପରେ ସେମାନେ ଉକ୍ତ ଇଞ୍ଜନ ଭିତରୁ କୁକୁର ଛୁଆକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

କାର ଇଞ୍ଜିନ ଭିତରେ କୁକୁର ଛୁଆ ଫସିଥିବା କାର ଚାଳକ ଜାଣି ପାରି ନଥିଲେ। କାର ଭିତରୁ କୁକୁର ଛୁଆ କାନ୍ଦିବା ଶୁଣିବା  ପରେ ସେ କାରକୁ ପାର୍କିଂରେ ଛିଡ଼ା କରିଥିଲେ। ଏହାପରେ କୁକୁରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାଣି ପିଇବାକୁ ଓ ଖାଦ୍ୟ ଖାଇବାକୁ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe