ମାଙ୍କଡ଼ କଲା ଅନଲାଇନ୍ ସପିଂ ! ମାଲିକାଣୀ ଯିବା ପରେ ଏଭଳି ଜିନିଷ ଅର୍ଡର କଲା ମାଙ୍କଡ଼, ଦେଖନ୍ତୁ ସେ ସମୟର ଦୃଶ୍ୟ

Advertisment
ମାଙ୍କଡ଼ କଲା ଅନଲାଇନ୍ ସପିଂ ! ମାଲିକାଣୀ ଯିବା ପରେ ଏଭଳି ଜିନିଷ ଅର୍ଡର କଲା ମାଙ୍କଡ଼, ଦେଖନ୍ତୁ ସେ ସମୟର ଦୃଶ୍ୟ

timesnownews.com

ନୂଆଦିଲ୍ଲୀ : ଚୀନର ଚାଙ୍ଗହୁରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଟେକ୍ନୋଲୋଜି ବିଷୟରେ କୌଣସି ଜ୍ଞାନ ରଖୁ ନ ଥିବା ମାଙ୍କଡ଼ କିଭଳି ମାଲିକାଣୀର ଫୋନ ନେଇ ଅନଲାଇନ୍ ସପିଂ କଲା, ତାହା ଏବେ ଆଲୋଚନାର ବିଷୟ ପାଲଟିଛି। ପ୍ରଥମେ ଫୋନକୁ ଅର୍ଡର କନଫର୍ମମେସନ ଆସିବାର ମେସେଜ୍ ପାଇ ମହିଳା ଆଶ୍ଚର୍ଯ୍ୟ ହୋଇଯିବା ସହ ଅଫିସରେ ଫୋନ ଛାଡ଼ି ଯାଇଥିବାରୁ ତୁରନ୍ତ ଆସି ସିସିଟିଭି ଚେକ୍ କରିଥିଲେ। ସିସିଟିଭି‌ରେ କଏଦ ହୋଇଥିବା ଦୃଶ୍ୟକୁ ଦେଖି ମାଙ୍କଡ଼ର ମାଲିକାଣୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ସୂଚନା ମୁତାବକ, ନଭେମ୍ବର ୬ରେ ୟାନଚେଙ୍ଗ ୱାଇଲଡ୍ ଆନିମଲ ୱାର୍ଲଡରେ ଏହି ଘଟଣା ଘଟିଥିଲା। ଚିଡିଆଘରର ସଞ୍ଚାଳକ ନିଜ ସହ ନିଜର ପୋଷା ମାଙ୍କଡ଼କୁ ଧରି ଅଫିସ ଭିତରକୁ ଆସିଥିଲେ। ଏହି ସମୟରେ ମାଙ୍କଡ଼କୁ ଭୋକ ଲାଗୁଥିବାର ଦେଖି ସେ ଫୋନକୁ ଅଫିସରେ ରଖି ଖାଇବା ଆଣିବା ପାଇଁ ଚାଲି ଯାଇଥିଲେ। ଯିବାର କିଛି ସେକେଣ୍ଡ ସମୟରେ ମାଙ୍କଡ଼ଟି ଫୋନ ଉଠାଇ ଟିପିବା ଆରମ୍ଭ କରିଥିଲା। କିଛି ନ ଜାଣି ଏପଟ ସେପଟ ଟିପିବାରୁ ମହିଳାଜଣଙ୍କ ବାଛି ବାଛି ନିଜର ସପିଂ କାର୍ଟରେ ‌ଯେଉଁ ସବୁ ଜିନିଷ ରଖିଥିଲେ, ତାହା ଅର୍ଡର ହୋଇ ଯାଇଥିଲା। ଆଗକୁ ଅଫର ଆସିବାକୁ ଥିବାରୁ ମହିଳାଜଣଙ୍କ ଜିନିଷକୁ ଅର୍ଡର ନ କରି ସପିଂ କାର୍ଟରେ ରଖିଥିଲେ। କିନ୍ତୁ ତାଙ୍କର ପୋଷା ମାଙ୍କଡ଼ଟି ସବୁ ଯୋଜନା ବିଫଳ କରି ଦେଇଥିଲା। ଫୋନକୁ ମେସେଜ୍ ଆସିବା ପରେ ଯାଇ ମହିଳାଜଣଙ୍କ ମାଙ୍କଡ଼ର କାମ ବିଷୟରେ ଜାଣି ପାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe