BGR.com
ଲଣ୍ଡନ : ବର୍ତ୍ତମାନ ଜନ୍ମ ହେଉଥିବା ଶିଶୁ ମଧ୍ୟ ସ୍ମାର୍ଟଫୋନର ବ୍ୟବହାର ବିଷୟରେ ଜ୍ଞାନ ରଖୁଛି । ତେବେ ବ୍ରିଟେନରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ସ୍ମାର୍ଟଫୋନର ଟଚ ସ୍କିନ୍ ବ୍ୟବହାର କରିବା ଦ୍ୱାରା ଶିଶୁମାନଙ୍କ ଆଙ୍ଗୁଠି ମାଂସପେଶୀର ଠିକ ବିକାଶ ହୋଇପାରୁ ନାହିଁ । ଯାହା ଫଳରେ ଶିଶୁମାନଙ୍କୁ ପେନ ଏବଂ ପେନସିଲ ଧରିବା ସହ ଲେଖିବା ପାଇଁ ଅନେକ ଅସୁବିଧା ହୋଇଥାଏ ।
Psychology Todayବିଟ୍ରେନର ହାଇ ଅଫ ଇଂଲଣ୍ଡ ଫାଉଣ୍ଡେସନ ଏନଏଚଏସ ଟେଷ୍ଟର ପ୍ରଧାନ ପେଡ଼ିଆଟ୍ରିକ ଥେରାପିଷ୍ଟ (ଶିଶୁ ବିଶେଷଜ୍ଞ) ସିଲି ପାୟନେ କହିଛନ୍ତି ଗତ ଦଶ ବର୍ଷ ହେବ ବିଦ୍ୟାଳୟରେ ର୍ଦୁବଳ ମାଂସପେଶୀ ଯୁକ୍ତ ଶିଶୁଙ୍କୁ ଦେଖିବାକୁ ମିଳୁଛି। ପେନସିଲ ଧରିବା ପାଇଁ ଆପଣଙ୍କ ଆଙ୍ଗୁଠିର ମୁଖ୍ୟ ମାଂସପେଶୀ ଉପରେ ଆପଣଙ୍କର ନିୟନ୍ତ୍ରଣ ରହିବା ଆବଶ୍ୟକ । ଏହାକୁ ବିକଶିତ କରିବା ଦିଗରେ ମାତାପିତାଙ୍କୁ ଧ୍ୟାନ ଦେବା ଆବଶ୍ୟକ ।
The Conversationକିନ୍ତୁ ଆଜିକାଲି ଟେକ୍ନୋଲୋଜିର ବଢ଼ିବା ଦ୍ୱାରା ମାତାପିତା ଖେଳକୁଦା କରାଇବା ଛାଡ଼ି ତାଙ୍କର ହାତରେ ଧରାଇଥାନ୍ତି ସ୍ମାର୍ଟଫୋନ ଏବଂ ଆଇପ୍ୟାଡ଼ । ଏହା ଦ୍ୱାରା ସଠିକ ଭାବେ ଆଙ୍ଗଠି ମାଂସପେଶୀର ବ୍ୟାୟାମ ହୋଇ ନଥାଏ । ଯାହା ଦ୍ୱାରା ଶିଶୁମାନେ ପେନସିଲ, ପେନ ଧରିବା ଏବଂ ଲେଖିବା ପାଇଁ ଇଛା ପ୍ରକାଶ କର ନଥାନ୍ତି ।
Follow Us