ଜାରିହେଲା ଶରୀର ପାଇଁ କ୍ଷତିକାରକ ସାଜୁଥିବା ସ୍ମାର୍ଟଫୋନର ତାଲିକା!

Advertisment
ଜାରିହେଲା ଶରୀର ପାଇଁ କ୍ଷତିକାରକ ସାଜୁଥିବା ସ୍ମାର୍ଟଫୋନର ତାଲିକା!

ଦିନକୁ ଦିନ ବଢ଼ିବାରେ ଲାଗିଛି ସ୍ମାର୍ଟଫୋନ୍‌ର ବ୍ୟବହାର। ଏହା ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ଦିନର ୨୪ ଘଣ୍ଟା ମଧ୍ୟରୁ ପ୍ରାୟ ୨୨ରୁ ୨୩ ଘଣ୍ଟା ମୋବାଇଲ ଫୋନ ଆମ ପାଖେପାଖେ ଅର୍ଥାତ୍‌ ଆମ ହାତରେ, ପକେଟରେ ବା ତକିଆ ପାଖରେ ରହୁଛି। ତେବେ ପ୍ରତିଦିନ ଅଧିକ ସମୟ ଧରି ସ୍ମାର୍ଟଫୋନ୍‌ ବ୍ୟବହାର କରିବା ଦ୍ୱାରା ଏହା ମନୁଷ୍ୟ ଶରୀରରେ ଉପରେ କୁପ୍ରଭାବ ପକାଉଛି।

publive-image photo by : jammulinksnews.com

ପ୍ରକୃତ କଥା ହେଲା ଫୋନ ରେଡ଼ିଏସନକ ଶରୀର ପାଇଁ ବହୁତ ଭୟଙ୍କର ହୋଇଥାଏ। ଏହି ରେଡ଼ିଏସନ ମୋବାଇଲ ବ୍ୟବହାରକାରୀଙ୍କ ମସ୍ତିସ୍କରେ ବହୁତ ପ୍ରଭାବ ପକାଇଥାଏ। ଜର୍ମାନ ଫେଡ଼େରାଲ ଅଫିସ ଫର୍‌ ରେଡ଼ିଏସନ୍‌ ଏକ ଡାଟା ଶେୟାର କରିଛି ଯେଉଁଥିଲେ ସ୍ମାର୍ଟଫୋନ ମାନଙ୍କର ଏକ ତାଲିକା ଦିଆଯାଇଛି ଯେଉଁଥିରୁ ଅଧିକ ରେଡ଼ିଏସନ୍‌ ହେଉଛି।

publive-image

ମୋବାଇଲ ଫୋନ ବିକିରଣ ଆମ ଶରୀର ପାଇଁ ବେଶ କ୍ଷତିକାରକ। ସବୁବେଳେ ମୋବାଇଲ ଫୋନ ବ୍ୟବହାର କରାଯିବା ଦ୍ୱାରା ସାଧାରଣ ମୁଣ୍ଡବ୍ୟଥା, ସ୍ମରଣଶକ୍ତି ହ୍ରାସ, ଶୁକ୍ରାଣୁ ହ୍ରାସ ଠାରୁ ଆରମ୍ଭ କରି କ୍ୟାନସର, ଟ୍ୟୁମର ପରି ରୋଗ ହୋଇପାରେ। ଏପରିକି ଆମେ କାର ବା ବସରେ ଗଲାବେଳେ ମୋବାଇଲରୁ ସର୍ବାଧିକ ପରିମାଣରେ ବିକିରଣ ହୋଇଥାଏ। ଏଣୁ ମୋବାଇଲ ଫୋନର ବ୍ୟବହାର ଯଥାସମ୍ଭବ ହ୍ରାସ କରିବା, ହେଡ଼ଫୋନର ବ୍ୟବହାର, ରାତିରେ ଶୋଇବାବେଳେ ମୋବାଇଲ ଫୋନକୁ ଶରୀରଠାରୁ ଦୂରେଇ ରଖିବା ଲାଗି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

publive-image

ମୋବାଇଲ ବିକିରଣ ଯୋଗୁଁ କେଉଁ କେଉଁ ଅସୁବିଧା ହୁଏ ?

ଏକ ଗବେଷଣାରୁ ଜଣାପଡ଼ିଛି ଯେ ମୋବାଇଲ ଟାୱାରରୁ ଆସୁଥିବା ବିକିରଣ ପୁରୁଷମାନଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇଥାଏ। ଶରୀରର ରୋଗ ପ୍ରତିରୋଧ ଶକ୍ତି ମଧ୍ୟ ହ୍ରାସ ପାଇଥାଏ।

ଯେଉଁମାନେ ଅଧିକ ସମୟ ମୋବାଇଲରେ କଥାବାର୍ତ୍ତା ହୁଅନ୍ତି ସେମାନଙ୍କୁ ବ୍ରେନ୍‌ ଟ୍ୟୁମର ହେବାର ଆଶଙ୍କା ରହିଥାଏ। କାରଣ ମୋବାଇଲ ଫୋନ୍‌ରୁ ବାହାରୁଥିବା ରେଡିଏସନ୍‌ ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ।

ଲାପଟପର ରେଡିଏସନ୍‌ରୁ ସ୍ମରଣ ଶକ୍ତି ଉପରେ ପ୍ରଭାବ ପଡ଼େ। ଏଥିପାଇଁ ଆମେ ସବୁକିଛି ଧିରେ ଧିରେ ଭୁଲିବାକୁ ଲାଗୁ।

ଲାପଟପ୍ର ସ୍କ୍ରିନ୍‌ରୁ ଲଗାତାର ଭାବେ ସଫ୍‌ଟ ରେଡିଏସନ କିରଣ ବାହାରିଥାଏ। ଏହା ଆଖି ପାଇଁ ବହୁତ କ୍ଷତିକାରକ। ଆଖିର ବାହାର ଅଂଶରେ ପାଣି ପରି ଏକ ଦ୍ରବ୍ୟଥାଏ ଯାହାଦ୍ୱାର ଆମର ଦୃଷ୍ଟି ସଫା ହୋଇଥାଏ। ଏହାର ପ୍ରଭାବରେ ଦୃଷ୍ଟି ଦୋଷ ଓ ଆଖି ବିନ୍ଧା ହେବା ଭଳି ସମସ୍ୟା ଦେଖାଦିଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe