ଇତି ଊଣେଇଶ : ଅକଳରେ ପକାଇଲା ସ୍ମିତାରାଣୀ ହତ୍ୟାକାଣ୍ଡ

Advertisment
ଇତି ଊଣେଇଶ : ଅକଳରେ ପକାଇଲା ସ୍ମିତାରାଣୀ ହତ୍ୟାକାଣ୍ଡ

ଚଳିତ ବର୍ଷ ରାଜ୍ୟରେ ଅନେକ ଚର୍ଚିତ ହତ୍ୟାକାଣ୍ଡ ଘଟିଥିଲେ ମଧ୍ୟ ଯାଜପୁର ଜିଲ୍ଲା ପିଇଓ ସ୍ମିତାରାଣୀ ହତ୍ୟାକାଣ୍ଡ ସାରା ରାଜ୍ୟରେ ଚର୍ଚାର ବିଷୟ ପାଲଟିଥିଲା। ଏହି ଘଟଣାକୁ ନେଇ ବିରୋଧୀଦଳ ନେତାମାନେ ରାଜ୍ୟ ସରକାରଙ୍କୁ ଅଡୁଆ ପରିସ୍ଥିତିରେ ପକାଇଥିଲେ। ଘଟଣାର ସିବିଆଇ ତଦନ୍ତ ଦାବି ହୋଇଥିଲା। ଜିଲ୍ଲା ଏସପି ମଧ୍ୟ ତାଙ୍କ ମନ୍ତବ୍ୟକୁ ନେଇ ବିରୋଧାଭାସର ଶିକାର ହୋଇଥିଲେ। କଥା ମହିଳା କମିସନଙ୍କଠାରୁ ଆରମ୍ଭ କରି ମାନବାଧିକାର କମିସନଙ୍କ ପର୍ଯ୍ୟନ୍ତ ଯାଇଥିଲା। ସ୍ମିତାରାଣୀଙ୍କ ହତ୍ୟାକାଣ୍ଡରେ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀଙ୍କ ସମେତ ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବା ଚର୍ଚା ହେଉଥିଲା। ହତ୍ୟାକାଣ୍ଡର କାରଣ ମଧ୍ୟ ସ୍ପଷ୍ଟ ନ ଥିଲା। କିଏ କାହିଁକି ସ୍ମିତାରାଣୀଙ୍କୁ ହତ୍ୟା କଲା ତାହା ଏବେ ବି ଅସ୍ପଷ୍ଟ। ପୁଲିସ କିନ୍ତୁ ଏହାକୁ ଏକ ଆତ୍ମହତ୍ୟାର ରୂପ ଦେଇ ସରପଞ୍ଚଙ୍କ ସ୍ବାମୀ ରୁପେଶ ଭଦ୍ରଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଏବେ ଆଉ ଦୁଇ ଜଣ ଫେରାର ଅଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ଯେଉଁଠି ସ୍ମିତାରାଣୀଙ୍କୁ ହତ୍ୟା କରାଯାଇଥିଲା, ତାହା ଥିଲା ରୁପେଶଙ୍କର। ରୁପେଶ ସରକାରୀ ଜମିରେ ରଙ୍ଗଶାଳା ଚଳାଇଥିଲେ। ଏତଦ ବ୍ୟତୀତ ରାଜ୍ୟରେ ଏକାଧିକ ଚର୍ତିତ ହତ୍ୟାକାଣ୍ଡ ଘଟି ଯାଇଛି। ଯାହାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe