ସର୍ବସାଧାରଣ ସ୍ଥାନରେ ଧୂମପାନ କରୁଥିଲେ କନେଷ୍ଟବଳ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ!

Advertisment
ସର୍ବସାଧାରଣ ସ୍ଥାନରେ ଧୂମପାନ କରୁଥିଲେ କନେଷ୍ଟବଳ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ!

ମୁମ୍ବାଇ:କୋଟପା ଆକ୍ଟର-୨୦୦୩କୁ ଅଧିକ ଶକ୍ତିଶାଳୀ କରିବା ପାଇଁ କେତେକ ପରିବର୍ତ୍ତନ କରାଯାଇଛି। ଏବେ କୋଟପାର ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୁଦ୍ଧରେ ମୁଖ୍ୟ କନେଷ୍ଟେବଲ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ବୋଲି ଏହି ଆଇନ୍‌ରେ ରହିଛି। ଏହା ଆଗରୁ ଏହି ଅଧିକାର ସବ୍‌-ଇନସ୍ପେକ୍ଟର ଓ ତାଙ୍କ ଉପରିସ୍ଥ ପୁଲିସ କର୍ମଚାରୀଙ୍କୁ ମିଳିଥିଲା।ଏ ସଂପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟମାନଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଉଛି ଯେ,ଭାରତ ହେଉଛି ସାରା ବିଶ୍ୱର ତମାଖୁ ଉତ୍ପାଦକ ତୃତୀୟ ବୃହତ୍‌ ରାଷ୍ଟ୍ର ଓ ଏହାର ଉପଯୋଗ କରୁଥିବା ଦ୍ୱିତୀୟ ବୃହତ୍ତମ ଦେଶ। ତମାଖକୁ ସେବନ ଫଳରେ କର୍କଟ ରୋଗ ବ୍ୟାପୁଥିବାର ଜଣାଯିବା ପରେ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।

publive-image
କୋଟପା ଆଇନ୍‌ ଅନୁଯାୟୀ ସର୍ବସାଧାରଣ ସ୍ଥାନରେ ଧୂମପାନ ସଂପୂର୍ଣ୍ଣ ରୂପେ ନିଷିଦ୍ଧ। ସରକାରୀ-ଘରୋଇ କ୍ଷେତ୍ରରେ ମଧ୍ୟ ନୋ-ସ୍ମୋକିଂ ଜୋନ୍‌ର ବୋର୍ଡ ଲଗା ହେବା ଜରୁରୀ। ତମାଖୁ ଉତ୍ପାଦର ବିଜ୍ଞାପନ,ପ୍ରମୋସନ୍‌ ଓ ପ୍ରୋତ୍ସାହନ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିବ। ଶିକ୍ଷାନୁଷ୍ଠାନଠାରୁ ଶହେ ମିଟର ଭିତରେ ତମାଖୁ ଉତ୍ପାଦ ବିକ୍ରି ମଧ୍ୟ କରାଯାଇପାରିବ ନାହିଁ। ନାବାଳିକମାନଙ୍କୁ ତମାଖୁ ଉତ୍ପାଦ ବିକ୍ରି ମଧ୍ୟ ନିଷିଦ୍ଧ ନିୟମ ରହିଛି ଆଇନ୍‌ରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe