ନୂଆ ଆଖି ଫେରି ପାଉଥିବା ଜୀବ

ନୂଆ ଆଖି ଫେରି ପାଉଥିବା ଜୀବ

AZ Animals

ପ୍ରକୃତି ଦତ୍ତ ଜୀବଜଗତ ଯେତିକି ବିଚିତ୍ର, ତାହା ସହ ଜଡ଼ିତ ବିଭିନ୍ନ ପ୍ରାକୃତିକ କ୍ରିୟା ମଧ୍ୟ ଆହୁରି ବିଚିତ୍ର। ଆମର ଦାନ୍ତ, ନଖ, କେଶ ଝଡ଼ିଗଲେ ପୁଣି ଥରେ ତାହା ସୃଷ୍ଟି ହୋଇଥାଏ। ମାତ୍ର କୌଣସି ଆଖି ନଷ୍ଟ ହୋଇଗଲେ ଆମକୁ ତାହା ଚିରଦିନ ପାଇଁ ହରାଇବାକୁ ପଡ଼ିଥାଏ। ତେବେ ଗେଣ୍ଡା ପରି ଇତର ପ୍ରାଣୀ ତାହାର ଆଖିକୁ ପୁନର୍ଜନ୍ମ ଦେଇପାରିବାର କ୍ଷମତା ରଖିଥିବା କଥା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଗେଣ୍ଡାର ଖୋଳପା ଭିତରେ ଛପି ରହୁଥିବା ମାଂସଳ ଅଂଶର ଶୀର୍ଷ ଭାଗ ଶୁଣ୍ଢ (ଟେଣ୍ଟାକଲ୍‌)ରେ ରହିଥିବା ଏହାର ଆଖି ଦୁଇଟି କୌଣସି କାରଣରୁ ଆଘାତ ପାଇ ନଷ୍ଟ ହୋଇଗଲେ, ଦୁଇ ସପ୍ତାହ ଭିତରେ ସେଠାରେ ନୂତନ ଆଖି ଜାତ ହୋଇଥାଏ।

ତେବେ କେବଳ ଏହି ଦୁଇ ସପ୍ତାହ ପାଇଁ ସେ ଅନ୍ଧ ହୋଇଯାଇଥାଏ। ଅପରପକ୍ଷେ, ଆଖି ହରାଇବା ଠାରୁ ନୂତନ ଆଖି ଫେରି ପାଇବା ଯାଏ ଗେଣ୍ଡାର ଦୈନନ୍ଦିନ ଜୀବନଯାପନରେ କୌଣସି ଅସୁବିଧା ହୋଇନଥାଏ। ସେତିକି ସମୟ ଯାଏ ଏହା କିଛି ଦେଖି ପାରୁନଥିଲେ ମଧ୍ୟ ଏହାର ପ୍ରଖର ସ୍ପର୍ଶ ଓ ଘ୍ରାଣ ଶକ୍ତି ପାଇଁ ସମସ୍ତ କ୍ରିୟା ସ୍ବାଭାବିକ ହୋଇଥାଏ। ବିଶେଷ କରି ଖାଦ୍ୟସଂଗ୍ରହ ଓ ଗମନାଗମନ ଅନାୟାସରେ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe