ହେଲମେଟରୁ ବାହାରିଲା ସାପ, ଲୋକଙ୍କ ମଧ୍ୟରେ କୋକୁଆ ଭୟ

Advertisment
ହେଲମେଟରୁ ବାହାରିଲା ସାପ, ଲୋକଙ୍କ ମଧ୍ୟରେ କୋକୁଆ ଭୟ

କେନବରା: ଟଏଲେଟରୁ ସାପ ବାହାରିବା ନେଇ ଅନେକ ଥର ଖବର ପ୍ରକାଶ ପାଇଛି। କିନ୍ତୁ ହେଲମେଟରୁ ସାପ ବାହାରିବାର ଖବର ପ୍ରଥମଥର ଶୁଣିବାକୁ ମିଳିଛି। ଜଣେ ଫାୟାରଫାଇଟର ନିଜ କାମରେ ଯାଉଥିବା ସମୟରେ ତାଙ୍କ ହେଲମେଟ ଭିତରେ ଏକ ସାପ ବାହାରିବା ଘଟଣା ସାମ୍ନାକୁ ଆସିଛି। ହେଲମେଟରେ ସାପ ଦେଖି ସେ କ’ଣ କରିବେ ଜାଣି ନପାରି ସେ ସ୍ଥାନ ଛାଡ଼ି ଚାଲି ଯାଇଥିଲେ।

publive-image

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆରେ ଏକ ଫାୟରଫାଇଟର ନିଜ କାମରେ ବାହାରୁଥିଲେ। ତେବେ ଗାଡ଼ି ଚଳାଇବା ସମୟରେ ଉକ୍ତ ଫାୟାରଫାଇଟର ହେଲମେଟ ପିନ୍ଧିବା ପାଇଁ ବାହାର କରିଲା ବେଳକୁ ତାଙ୍କ ହେଲମେଟ ଭିତରେ ଏକ କଳା ରଙ୍ଗର ସାପ ଥିବା ସେ ଦେଖିବାକୁ ପାଇଥିଲେ। ସେ କ’ଣ କରିବେ କିଛି ଜାଣି ପାରି ନଥିଲେ। ତାଙ୍କ ପାଖରେ ଥିବା ଅନ୍ୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। କିଛି ସମୟ ପରେ ସେ ସାପ ଧରାଳିଙ୍କୁ ଡକାଇଥିଲେ। ସାପ ଧରାଳି ଘଟଣାସ୍ଥଳରେ ପହଁଞ୍ଚି ସାପକୁ କାବୁ କରି ନେଇଥିଲା। ଏହି ସାପକୁ ରେଡ-ବେଲିଡ ବ୍ଲାକ୍‌ ବୋଲି କୁହାଯାଉଛି। ଏହା ସାପ ଅଧିକ ପରିମାଣରେ ପୂର୍ବ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe