ଜୋତା ଭିତରେ ଲୁଚି ରହିଥିଲା ସାପ, ହାତ ପୂରାଇ ବାହାରକୁ ଟାଣି ଆଣିଲେ ମହିଳା; ଦେଖନ୍ତୁ ଭିଡିଓ

Advertisment
ଜୋତା ଭିତରେ ଲୁଚି ରହିଥିଲା ସାପ, ହାତ ପୂରାଇ ବାହାରକୁ ଟାଣି ଆଣିଲେ ମହିଳା; ଦେଖନ୍ତୁ ଭିଡିଓ

ନୂଆଦିଲ୍ଳୀ: ସୋସିଆଲ ମିଡିଆରେ ଆପଣ ଅନେକ ସାପ ଭିଡିଓ ଦେଖିଥିବେ। ବର୍ଷା ଦିନେ ଜୋତା ଭିତରେ ସାପ ପଶି ରହିବା ବି ଏକ ସାଧାରଣ କଥା। ପୂର୍ବରୁ ମଧ୍ୟ‌ ଏପରି ଅନେକ ଘଟଣା ବିଷୟରେ ଆପଣ ଶୁଣିଥିବେ। କେବଳ ଜୋତା କାହିଁକି, ଶୌଚାଳୟରୁ ନେଇ ଘରର କୋଣ ଆଦିରେ ବି ବର୍ଷାଦିନେ ସାପ ଲୁଚି ରହିଥାନ୍ତି। ସେଥିପାଇଁ ଆମକୁ ସଚେତନତା ଅବଲମ୍ବନ କରିବାକୁ ହେବ। ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଖୁବ୍‌  ଭାଇରାଲ୍‌ ହେବାରେ ଲାଗିଛି। ଭାଇରାଲ୍‌ ଭିଡିଓରେ ସାପ‌ଟି ଏକ ଜୋତା ଭିତରେ ପଶି ରହିଥିବା ବେଳେ ଜଣେ ମହିଳା ତାକୁ ନିଜ ହାତ ପୂରାଇ ବାହାର କରୁଥିବାର ନଜର ଆସିଛନ୍ତି।

ଲୋକମାନେ ଏହିପରି ଭିଡିଓ ଦେଖିବା ପାଇଁ ପସନ୍ଦ କରିଥାନ୍ତି। ଅନେକ ଥର ନାଗ ଆକ୍ରମଣର ବିପଜ୍ଜନକ ଭିଡିଓ ମଧ୍ୟ ଆମେ ଦେଖିଛନ୍ତି। ବର୍ତ୍ତମାନ ଏକ ସାପ ଜୋତା ଭିତରେ ଲୁଚିଥିବାର ବିପଜ୍ଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହୋଇଥିବା ଏହି ଭିଡିଓରେ, ଆପଣ ଦେଖିପାରୁଥିବେ ଯେ ଜଣେ ମହିଳା ଜୋତାକୁ ଝାଡୁଛନ୍ତି। ଜୋତା ଭିତରେ ଏକ ସାପ ପଶି ରହିଛି। ଜୋତାରୁ ସାପ ସହଜରେ ବାହାରୁନାହିଁ। ମହିଳା ଜୋତାକୁ ଅନେକ ଥର ଏପଟ ସେପଟ କରି ତଳେ ବାଡ଼ଉଛନ୍ତି। ତା’ପରେ ସେ ଏକ ଲୁହା ଛଡ଼ରେ ଜୋତାକୁ କେଞ୍ଚିବା ଆରମ୍ଭ କରୁଛନ୍ତି। କେଞ୍ଚା କେଞ୍ଚି କରିବାରୁ ସାପଟି ଟିକେ ବାହାରକୁ ଆସି ପୁଣି ଭିତରକୁ ପଶିଯାଉଛି। ତା’ପରେ ମହିଳା ଜଣକ ସାପଟିକୁ ନିଜ ହାତ ପୂରାଇ ଟାଣି ଆଣୁଛନ୍ତି।

ଭିଡିଓ ଦେଖିବା ଦ୍ୱାରା, ଆପଣ ନିଶ୍ଚିତ ଭାବେ ବୁଝି ସାରିଥିବେ ଯେ ସାପ କୌଣସି ବି ସ୍ଥାନରେ ଲୁଚି ରହିପାରେ ଏବଂ ଏହା ଆପଣଙ୍କ ପାଇଁ ବିପଦଜନକ ମଧ୍ୟ ହୋଇପାରେ। ଏହି ଭିଡିଓ ଦେଖିବା ପରେ, ଆପଣ ସମସ୍ତେ ସଚେତନ ହେବା ଉଚିତ୍ ଏବଂ ଯେତେବେଳେ ଆପଣ ଜୋତା ପିନ୍ଧିବାକୁ ଯାଉଛନ୍ତି, ପ୍ରଥମେ ଏହାକୁ ଭଲ ଭାବରେ ଝାଡ଼ି କରି ପିନ୍ଧନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe