ଜମିରେ ସାପ ସହିତ ଲଢ଼ି ମାଲିକର ଜୀବନ ବଞ୍ଚାଇଲା କୁକୁର

Advertisment
ଜମିରେ ସାପ ସହିତ ଲଢ଼ି ମାଲିକର ଜୀବନ ବଞ୍ଚାଇଲା କୁକୁର

latestly.com

ନୂଆଦିଲ୍ଲୀ: କଥାରେ ଅଛି କୁକୁର ମନୁଷ୍ୟର ସବୁଠାରୁ ଭଲ ବନ୍ଧୁ। କୁକୁର ନିଜ ମାଲିକର ଋଣ ସୁଝିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ନିକଟରେ ଏଭଳି ଏକ ଘଟଣା ଟିକ୍‌ଟକ୍‌ ଭିଡିଓରେ ଦେଖିବାକୁ ମିଳିଛି, ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓରେ ସାପ ସହ ଲଢ଼ି କୁକୁର ତାର ମାଲିକର ଜୀବନ ବଞ୍ଚାଉ ଥିବା ଦେଖିବାକୁ ମିଳିଛି। ଏହି ଘଟଣା କେଉଁ ସ୍ଥାନରେ ଘଟିଛି ତାର କୌଣସି ସୂଚନା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମିଳି ପାରି ନଥିଲା। କିନ୍ତୁ ଏହି ଟିକ୍‌ଟକ୍‌ ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି କି ଡୋବରମ୍ୟାନ୍‌ ପ୍ରଜାତିର ଏକ ପୋଷାକୁକୁର ଜମିରେ ତାର ମାଲିକ ସହିତ ଅଛି। ହଠାତ ମାଲିକ ଜମିରେ ସାପକୁ ଦେଖି ପୋଷାକୁକୁରକୁ ଡାକିଥିଲେ। ମାଲିକର ଡାକ ଶୁଣି କୁକୁର ଦୌଡ଼ି ଯାଇଥିଲା। ଘଟଣାସ୍ଥଳରେ ପହଞ୍ଚିବା ପରେ ମାଲିକ ପାଖରେ ଏକ ସାପ ଥିବା ଦେଖି ପୋଷାକୁକୁରଟି ନିଜ ଜୀବନକୁ ଖାତିର ନ କରି ସାପ ଉପରେ ଆକ୍ରମଣ କରିଥିଲା। କୁକୁର ସାପକୁ ସେଠାରୁ ଉଠାଇ ନିକଟରେ ଥିବା ଏକ ଝାଡ଼ିରେ ଫିଙ୍ଗି ଦେଇଥିଲା।

ଏହି ଟିକ୍‌ଟକ୍‌ ଭିଡିଓକୁ @kbeachnau ସେୟାର କରିଛନ୍ତି। ମଣିଷ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିବା କୁକୁରର ଏହି ଭିଡିଓକୁ ଏଯାବତ ୧.୫ଲକ୍ଷରୁ ଅଧିକ ଥର ଦେଖା ଯାଇ ସାରିଲାଣି। ଜଣେ ଟୁଇଟର ବ୍ୟବହାରକାରୀ ଡାଏନା ସରକିସୋଭା ଏହି ପୋଷାକୁକୁରକୁ ହିରୋ ବୋଲି କହି ଏହି ଭିଡିଓକୁ ବି ସେୟାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe