ଗାଧେଇବାକୁ ଯିବା ସମୟରେ ଶୌଚାଳୟରୁ ବାହାରିଲା ସାପ, ମହିଳା ଦେଖି ହେଲେ ଭୟଭୀତ

Advertisment
ଗାଧେଇବାକୁ ଯିବା ସମୟରେ ଶୌଚାଳୟରୁ ବାହାରିଲା ସାପ, ମହିଳା ଦେଖି ହେଲେ ଭୟଭୀତ

ଘରୁ ସାପ ବାହାରିବା ନେଇ ବିଭିନ୍ନ ଘଟଣା ସାମ୍ନାକୁ ଆସିଛି। ଏହାକୁ ନେଇ ଅନେକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥାଏ। ତେବେ ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଟଏଲେଟ ପ୍ୟାନ୍‌ ଭିତରେ ଏକ କଳା ରଙ୍ଗର ସାପ ଥିବା ଦେଖିବାକୁ ମିଳୁଛି। ଏହି ଭିଡିଓଟି ମାଇ ୧୭ ତାରିଖର ବୋଲି କୁହାଯାଉଛି।

ଏଥିରେ ଜଣେ ମହିଳା ଯେମିତି ହିଁ ଗାଧେଇବାକୁ ଯାଉଛନ୍ତି, ଶୌଚାଳୟ ପ୍ୟାନ୍‌ ଭିତରେ କ’ଣ ଗୋଟେ ହଲଚଲ ହେଉଥିବାର ସେ ଦେଖିବାକୁ ପାଇଥିଲେ। ଏହାପରେ ପାଖକୁ ଯାଇଥିଲେ, ସେତେବେଳେ ହଠାତ୍‌ ଏକ କଳା ରଙ୍ଗର ସାପ ବାହାରି ଥିଲା। ଯାହାକୁ ଦେଖି ମହିଳା ଚିତ୍କାର କରି ସେଠାରୁ ଦଉଡି ପଳାଇ ଆସିଥିଲେ। ଏହି ଘଟଣା ସମ୍ପର୍କରେ ମହିଳା ଘରେ ଥିବା ତାଙ୍କ ଜେଜେବାପାଙ୍କୁ କହିଥିଲେ। ମହିଳାଙ୍କଠାରୁ ଶୌଚାଳୟରେ ସାପ ଥିବା କଥା ଶୁଣିବା ପରେ ଜେଜେବାପା ସାହାସ ଦେଖାଇ ଏକ ମିଟର ଲମ୍ବର ସାପକୁ ଶୌଚାଳୟରୁ ବାହାର କରି ବାହାରେ ଛାଡ଼ି ଦେଇଥିଲେ। ଏହି ଭିଡିଓକୁ Shanghaiist ଫେସ୍‌ବୁକ୍‌ରେ ପୋଷ୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe