୧୨୯ ବର୍ଷ ପରେ ମିଳିଲା ହଜି ଯାଇଥିବା ସାପ ପ୍ରଜାତିର ସନ୍ଧାନ

Advertisment
୧୨୯ ବର୍ଷ ପରେ ମିଳିଲା ହଜି ଯାଇଥିବା ସାପ ପ୍ରଜାତିର ସନ୍ଧାନ

hindustantimes

ଡେରାଡୁନ୍‌: ଆସାମରୁ ଏକ ବିରଳ ପ୍ରଜାତିର ସାପ ଉଦ୍ଧାର ହୋଇଛି। ଡେରାଡୁନସ୍ଥିତ ୱାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ(ଡବ୍ଲୁଆଇଆଇ) ଉଦ୍ଧାର କରିଥିବା ଏହି ସାପଟିକୁ ଶେଷ ଥର ପାଇଁ ୧୨୯ ବର୍ଷ ତଳେ ଦେଖିବାକୁ ମିିଳିଥିଲା। ହେବିୟସ୍‌ ପିଆଲି ପ୍ରଜାତିର ଏହି ସାପଟିକୁ ପ୍ରଥମ ଥର ପାଇଁ ୧୮୯୧ ମସିହାରେ ଆସାମରେ ଦେଖିବାକୁ ମିଳିଥିଲା।

ସେହି ପ୍ରଜାତି ସାପରୁ ଗୋଟାଏକୁ କୋଲକାତାର ଜୁଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ(ଜେଡ୍‌ଏସ୍‌ଆଇ)। ଅନ୍ୟଟିକୁୁ ଲଣ୍ଡନର ନେଚୁରାଲ୍ ହିଷ୍ଟ୍ରି ମ୍ୟୁଜିୟମ୍‌(ଏନ୍‌ଏଚ୍‌ଏମ୍‌)ରେ ରଖା ଯାଇଥିଲା। ତାପରେ ଏହି ପ୍ରଜାତିର ସାପକୁ ଆଉ ଦେଖିବାକୁ ମିଳି ନଥିଲା।

୨୦୧୮ ମସିହା ସେପ୍ଟେମ୍ବର ମାସରେ ସାପଟିକୁ ଆସାମ-ଅରୁଣାଚଳପ୍ରଦେଶ ସୀମାନ୍ତରୁ ୧୧୮ କିଲୋମିଟର ଦୂର ରିର୍ଜଭ ଜଙ୍ଗଲରେ ଦେଖିବାକୁ ମିଳିଥିଲା।

ଉଦ୍ଧାର ହୋଇଥିବା ଏହି ସାପଟି ପ୍ରାୟ ୬୦ରୁ ୭୦ ସେମି। ଏହା ଏକ ବିଷଧର ସାପ ନୁହେଁ ବୋଲି ସୂଚନା ରହିଛି। ଏହି ପ୍ରଜାତିର ଆହୁରି ସାପର ସନ୍ଧାନରେ ଅଭିଯାନ ଚାଲୁ ରହିଛି। ଏହି ସାପକୁ  ଲୋକେ ଆସାମ କିଲ୍‌ବ୍ୟାକ୍‌ ବୋଲି ମଧ୍ୟ କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe