ବିଷଧର ସାପକୁ ଚୁମ୍ବନ ଦେବା ସହିତ ବିବାହ କରିଥିବା ନେଇ ଚର୍ଚ୍ଚାରେ ଥିବା ଯୁବକଙ୍କ ନାଗ ଦଶଂନରେ ମୃତ୍ୟୁ

Advertisment
ବିଷଧର ସାପକୁ ଚୁମ୍ବନ ଦେବା ସହିତ ବିବାହ କରିଥିବା ନେଇ ଚର୍ଚ୍ଚାରେ ଥିବା ଯୁବକଙ୍କ ନାଗ ଦଶଂନରେ ମୃତ୍ୟୁ

କୁଆଲାଲପୁର: ମାଲେସିୟାର ଫାୟରମେନ୍‌ ଅବୁ ଜରିନ୍‌ ହୁସେନ୍‌ଙ୍କ ନାଗସାପ ଦଶଂନରେ ମୃତ୍ୟୁ ଘଟିଛି। ହୁସେନ୍‌ଙ୍କର ସାପମାନଙ୍କ ସହିତ ଏକ ଅଦ୍ଭୁତ ବନ୍ଧୁତା ଥିଲା। ଏଥିପାଇଁ ସେ ନା କେବଳ ମାଲେସିୟା ତାହା ନୁହେଁ ବରଂ ସମଗ୍ର ଦୁନିଆରେ ପ୍ରସିଦ୍ଧ ଥିଲେ। ବିଷଧର ସାପଙ୍କୁ ଚୁମ୍ବନ ହେଉଥିବା ତାଙ୍କର କେତେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ମାଲେସିଆର ଫହଙ୍ଗ ଷ୍ଟଟରେ ରହୁଥିବା ୩୩ବର୍ଷିଅ ଅବୁ ଜରିନ୍‌ ହୁସେନ୍‌ ସୋମବାର ଦିନ ଏକ ଜଙ୍ଗଲି କୋବ୍ରାକୁ ଧରିବା ପାଇଁ ଚେଷ୍ଟା କରୁଥିଲେ। ଫଳରେ ଟିକେ ଅସାବଧାନତା ହେତୁ ସାପଟି ହୁସେନ୍‌ଙ୍କୁ ଚୋଟରେ ମାରିଥିଲା। ଏହାପରେ ହୁସେନ୍‌ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତ କରାଯାଇଥିଲା। ୪ ଦିନ ଚିକିତ୍ସିତ ହେବା ପରେ ତାଙ୍କର ଶନିବାର ମୃତ୍ୟୁ ହୋଇଥିବା ଖବର ମିଳିଛି।

publive-image

ଗତବର୍ଷ ହୁସେନ୍‌ ଟେଲିଭିଜନ୍‌ ସୋ’ ‘ଗଟ ଟେଲେଣ୍ଟ’ରେ ନଜର ଆସିଥିଲେ। ଏହି ସୋ’ରେ ହୁସେନ୍‌ ସାପକୁ ଏବଂ ସାପ ହୁସେନ୍‌ଙ୍କୁ ଚୁମ୍ବନ ଦେଉଥିବାର ଦୃଶ୍ୟ ଦର୍ଶକ ଦେଖିବାକୁ ପାଇଥିଲେ। ସାପମାନଙ୍କୁ କାବୁ କରିବାର ଶୈଳୀ ହୁସେନ୍‌ ୨୦୦୭ରେ ନିଜ ପିତାଙ୍କଠାରୁ ଶିଖିଥିଲେ। ତିନିବର୍ଷ ପୂର୍ବରୁ ମଧ୍ୟ ଥରେ ହୁସେନ୍‌ଙ୍କୁ ନାଗ ସାପ ଚୋଟ ମାରିଥିଲା, ସେହି ସମୟରେ ସେ ଦୁଇଦିନ ପର୍ଯ୍ୟନ୍ତ କୋମାରେ ରହିବା ପରେ ସୁସ୍ଥ ହୋଇଯାଇଥିଲେ।

କେବଳ ଏତିକି ନୁହେଁ, ଦୁଇବର୍ଷ ପୂର୍ବେ ଆର୍ଥାତ୍‌ ୨୦୧୬ ନଭେମ୍ବରରେ ହୁସେନ୍‌ ନିଜ ପାଳିତ ସାପକୁ ବିବାହ କରିବା ନେଇ ଖବର ଚର୍ଚ୍ଚାର ପରିସରରେ ରହିଥିଲା। ତେବେ ଏହି ଖବର ନେଇ କୁହାଯାଉଥିଲା କି ସାପ ରୂପରେ ହୁସେନ୍‌ଙ୍କ ଗାର୍ଲଫ୍ରେଣ୍ଡର ପୁନଜନ୍ମ ହୋଇଥିଲା। ପରେ ଏହି ଖବରକୁ ମିଥ୍ୟା ବୋଲି କହିଥିଲେ ହୁସେନ୍‌ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe