True Scoop News
ସିମ୍ଲା: ହିମାଚଳ ପ୍ରଦେଶର ସ୍ପିତି ଜିଲ୍ଲାରେ ଏକ ବିରଳ ତୁଷାର ଚିତା ବାଘ ଦେଖିବାକୁ ମିଳିଛି। ବାଘଟିର ଏକ ଭିଡିଓ ଏବେ ସୋସିଆଲ୍ ମିିଡିଆରେ ଭାଇରାଲ୍ ହୋଇଛି। ଭାରତୀୟ ବନ ସେବାର ସୁୁଶାନ୍ତ ନନ୍ଦ ତାଙ୍କ ଟ୍ବିଟ୍ର ଆକାଉଣ୍ଟ୍ରେ ଭିଡିଓଟିକୁ ସେୟାର୍ କରିବା ପରେ ଏହାକୁ ବହୁ ଗ୍ରହଣୀୟତା ମିଳିଛି। ବିରଳ ପ୍ରଜାତିର ଏହି ବାଘଟିର ଆଖି ସବୁଜ ରଂଗର ବୋଲି ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି।
ସୋସିଆଲ୍ ମିଡିଆରେ ଭିଡିଓରେ ସେୟାର୍ ହେବା ପରେ ଏହାକୁ ଏବେ ୭ ହଜାର ଥର ଦେଖା ସରିଲାଣି। ଭିଡିଓଟିକୁ ୯୦୦ ଲାଇକ୍ ମିଳିଛି। ସୁଶାନ୍ତ ନନ୍ଦ ଏପରି ଏକ କୌତୂକିଆ ଭିଡିଓ ସେୟାର୍ କରିଥିବା କାରଣରୁ ଅନେକ ଟ୍ବିଟ୍ର ବ୍ୟବହାରକାରୀ କମେଣ୍ଟ୍ ଜରିଆରେ ତାଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କର ପ୍ରଶଂସା କରିଛନ୍ତି।
ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ବାସ୍ତବରେ ଏହା ଅତି ସୁନ୍ଦର ଭିଡିଓ। ଏପରି ଏକ ଭିଡିଓ ସେୟାର୍ କରିଥିବାରୁ ଧନ୍ୟବାଦ।’ ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ବହୁତ ସୁନ୍ଦର ଦୃଶ୍ୟ। ମୁଁ ମୋ ଜୀବନକାଳ ଭିତରେ ଥରେ ଏହି ବାଘଟିକୁ ଦେଖିପାରନ୍ତି କି!’ ବରଫ ବାଘର ଚାଲିକୁ ଦେଖି କେହି ବ୍ୟବହାରକାରୀ ତାହାକୁ କ୍ୟାଟ୍ ୱାକ୍ ସହ ତୁଳନା କରିଛନ୍ତି ତ ପୁଣି କେହି ଅତ୍ୟନ୍ତ ଚିତାକର୍ଷକ ଦୃଶ୍ୟ ବୋଲି ଲେଖିଛନ୍ତି।
Follow Us