Galerie Forsblom
ଚେକ୍ ଚିତ୍ରଶିଳ୍ପୀ ଜିରି ଜର୍ଜ୍ ଡକୁପିଲ୍ ସାବୁନ ଫେଣ କଳା ପାଇଁ ପ୍ରସିଦ୍ଧ। ଡକୁପିଲ୍ଙ୍କ ସାବୁନ ଫେଣ କଳା ବିଶ୍ବର ବିଭିନ୍ନ ଅଞ୍ଚଳରେ ପ୍ରଦର୍ଶିତ ହେଉଛି। ଡକୁପିଲ୍ ସାବୁନ ଫେଣ ଓ କ୍ଷାର ମିଶ୍ରିତ ଜଳରେ କିଛି ରଙ୍ଗ ଜାତୀୟ ଦ୍ରବ୍ୟ ମିଶାନ୍ତି। କାନ୍ଭାସ୍ ଉପରେ ତାହା ରଖି, ବାଡ଼ି ସାହାଯ୍ୟରେ ବଡ଼ ବଡ଼ ଫୋଟକା ସୃଷ୍ଟି କରନ୍ତି। ମହମବତି ଜଳି କାନ୍ଥରେ ଲାଗୁଥିବା କଳା ତେଲିଆ ଆବରଣ, ବିଭିନ୍ନ ଧାତୁ ମିଶ୍ରିତ ରଙ୍ଗିନ ଦ୍ରବ୍ୟ ଓ ହୀରା ଗୁଣ୍ତ ମଧୢ ସେ ଏହି କଳାରେ ବ୍ୟବହାର କରୁଥିବା ପ୍ରକାଶ। ଚାଳିଶ ବର୍ଷ ହେଲା ସେ ଏହି ପରି ନିଆରା କଳା ସୃଷ୍ଟି କରିଆସିଲେଣି।
Follow Us