ସୋସିଆଲ୍‌ ମିଡିଆ ବ୍ୟବହାର ପାଇଁ ଦିନକୁ ୪ ଟଙ୍କା କର ଦେବାକୁ ପଡ଼ିବ

Advertisment
ସୋସିଆଲ୍‌ ମିଡିଆ ବ୍ୟବହାର ପାଇଁ ଦିନକୁ ୪ ଟଙ୍କା କର ଦେବାକୁ ପଡ଼ିବ

ଉଗାଣ୍ଡା : ବର୍ତ୍ତମାନ ଯୁଗରେ ସୋସିଆଲ ମିଡ଼ିଆ ଲୋକଙ୍କ ଜୀବନର ଅଂଶ ପାଲଟିଯାଇଛି। ଏହା ବିନା ଲୋକଙ୍କ ଜୀବନରେ ହାହାକାର ସୃଷ୍ଟି ହେଉଛି। ଏହି ସମୟରେ ଆଫ୍ରକାର ଉଗାଣ୍ଡାର ସଂସାଦରେ ଏକ ବିଲ୍‌ ପାସ୍‌ କରାଯାଇଛି। ଏହି ବିଲ୍‌ ଅନୁସାରେ ଉୁଗାଣ୍ଡାବାସୀଙ୍କୁ ସୋସିଆଲ୍‌ ମିଡ଼ିଆ ବ୍ୟବହାର କରିବା ପାଇଁ ଟ୍ୟାକ୍ସ ବା କର ଦେବାକୁ ପଡ଼ିବ । ଏହି ନିୟମକୁ ଆସନ୍ତା ଜୁଲାଇରୁ ଲାଗୁ କରାଯିବାର ଖବର ରହିଛି।

publive-image punjabkesari

ଉଗାଣ୍ଡାର ସଂସଦ ଗୁରୁବାର ଦିନ ମିଡ଼ିଆ ଟ୍ୟାକ୍ସ ନାମକ ଏକ ବିଲ୍‌ ପାସ୍‌ କରିଛି। ଏହି ବିଲ୍‌ ଅନ୍ତର୍ଗତ ଉଗାଣ୍ଡାବାସୀଙ୍କ ଠାରୁ ୨୦୦ ସିଲିଗ୍‌୍ସ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୩.୭୫ ଟଙ୍କା ଦୈନିକ ଟ୍ୟାକ୍ସ ଦେବାକୁ ପଡ଼ିବ । ଏହା ଦ୍ୱାରା ଦେଶରେ ସୋସିଆଲ ମିଡ଼ିଆ ଦ୍ୱାରା ବ୍ୟାପୁଥିବା ଅପରାଧ ଏବଂ ଅପବାଦ କମ୍‌ ହେବ ବୋଲି କୁହାଯାଉଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର କେଉଁ ରୁପେ ସାଧାରଣ ଜନତାଙ୍କ ଠାରୁ ଟ୍ୟକ୍ସ ସଂଗ୍ରହ କରିବେ ତାହା ଜଣାପଡ଼ିନାହିଁ ।

publive-image punjabkesari

ଏହି ନିୟମ ଲାଗୁ କରିବା ପୂର୍ବରୁ ମଧ୍ୟ ଉଗାଣ୍ଡାରେ ୨୦୧୬ ମସିହାରେ ରାଷ୍ଟ୍ରପତି ନିର୍ବାଚନ ସମୟରେ ସୋସିଆଲ୍‌ ମିଡ଼ିଆ ବ୍ୟବହାରକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇଥିଲା । ଏହି ନୂତନ ନିୟମ ଦ୍ୱାରା ସୋସିଆଲ୍‌ ମିଡ଼ିଆ ବ୍ୟବହାର ନିୟନ୍ତ୍ରିତ ହେବ ବୋଲି ଆଶା କରାଯାଉଛି। ଖାଲି ଉଗାଣ୍ଡା ନୁହଁ ପାପୁଆ ନ୍ୟୁ ଗିନି ଭଳି ଦେଶରେ ମଧ୍ୟ ସୋସିଆଲ ମିଡ଼ିଆ ସମ୍ବନ୍ଧୀୟ କଡ଼ା ନିୟମ ଲାଗୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe