www.indiatoday.in
ଜୟପୁର: ରାଜସ୍ଥାନରେ ଜଣେ ଯୁବତୀ ନିଜକୁ ନିଜେ ବିବାହ କରୁଥିବା କଥା ତ ଆପଣ ଜାଣିଥିବେ ନିଶ୍ଚୟ। ଯୁବତୀଙ୍କ ଏହି ସୋଲୋ ବିବାହ ନିଷ୍ପତ୍ତି ପରେ ଇଣ୍ଟର୍ନେଟ୍ରେ ଏବେ ସୋଲୋ ବିବାହ ଟ୍ରେଣ୍ଡ୍ ଦେଖିବାକୁ ମିଳୁଛି। ଲୋକେ ହ୍ୟାସ୍ଟ୍ୟାଗ୍ ଦେଇ ସୋଲୋଗାମି ଲେଖି ବିଭିନ୍ନ ପୋଷ୍ଟ୍ କରୁଥିବାର ଦେଖିବାକୁ ମିଳିଛି।
ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘କିଏ ଏହାକୁ ସୋଲୋଗାମି କହୁଛି। ଏହା ହେଉଛି ‘ଖୁଦ୍ ସେ ମେନେ ଇସ୍କ କିୟା’। ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ପାରମ୍ପରିକ ବିବାହ ଧୀରେ ଧୀରେ ତା’ର ମର୍ଯାଦା କମେଇବାକୁ ଲାଗିଲାଣି। ଯେଉଁ ଝିଅମାନେ ବିବାହ କରିବା ପାଇଁ ଇଚ୍ଛୁକ ମାତ୍ର ଦାୟିତ୍ବ ତୁଲାଇବାକୁ ନୁହଁନ୍ତି, ଏହି ସୋଲୋଗାମି ସେମାନଙ୍କ ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହେବ।
ଅନ୍ୟ ଜଣେ ଲେଖିଛନ୍ତି, ‘ସେ ଯଦି ସୋଲୋ ବିବାହ କରିବାରେ ପ୍ରଥମ। ତେବେ ମୁଁ ଦ୍ବିତୀୟ ହେବାକୁ ଯାଉଛି।’ ଅନ୍ୟ ଜଣେ ଲେଖିଛନ୍ତି, ‘ଆଉ ସଂପର୍କୀୟ ପଚାରି ପାରିବେନି କି ବେଟା କାହାକୁ ବିବାହ କରୁଛ।’
ଆପଣ ଜାଣନ୍ତି ଗୁଜୁରାଟରେ ଜଣେ ଏପରି ଯୁବତୀ ଅଛନ୍ତି, ଯିଏକି କୌଣସି ବର ନୁହେଁ ବରଂ ନିଜେ ନିଜକୁ ବିବାହ କରିବାକୁ ଯାଉଛନ୍ତି। ଯୁବତୀ ଜଣକ ହେଉଛନ୍ତି କ୍ଷମା ବିନ୍ଦୁ। ସେ ନିଜେ ନିଜକୁ ଜୁନ୍ ୧୧ ତାରିଖରେ ବିବାହ କରିବାକୁ ତାରିଖ ସ୍ଥିର କରିଛନ୍ତି। ବିବାହ ପାଇଁ ସେ ନିଜ ପାଇଁ ଲେହେଙ୍ଗାରୁ ନେଇ, ଅଳଙ୍କାର, ପାର୍ଲର ସବୁ କିଛି ବୁକିଂ କରିଛନ୍ତି। ମାତ୍ର ବିବାହରେ ଯାହା ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ, ତାହା ହିଁ ନାହିଁ।
Follow Us