ଏହି ଯାଦୁଗର ନିଜ ଯାଦୁ ବଳରେ ତାଜମହଲକୁ ଅଦୃଶ୍ୟ କରାଇ ଦେଇଥିଲେ; ଜାଣନ୍ତୁ ତାଜ୍‌ମହଲ ସଂପର୍କିତ ୧୦ ଅଜଣା ତଥ୍ୟ

ଏହି ଯାଦୁଗର ନିଜ ଯାଦୁ ବଳରେ ତାଜମହଲକୁ ଅଦୃଶ୍ୟ କରାଇ ଦେଇଥିଲେ; ଜାଣନ୍ତୁ ତାଜ୍‌ମହଲ ସଂପର୍କିତ ୧୦ ଅଜଣା ତଥ୍ୟ

ବିଶ୍ୱରେ ଥିବା ସପ୍ତମ ଆଶ୍ଚର୍ଯ୍ୟ ମଧ୍ୟରୁ ଆଗ୍ରାର ତାଜ୍‌ମହଲ ଅନ୍ୟତମ। ତାଜ୍‌ମହଲ ସଂପର୍କିତ ଏପରି ଗୁଡ଼ାଏ ତଥ୍ୟ ଅଛି ଯାହା ସବୁ ଲୋକ ଜାଣନ୍ତି ନାହିଁ। ସେପରି କିଛି ତଥ୍ୟ ଆଜି ଆମେ ନିମ୍ନରେ ଆଲୋଚନା କରିଛୁ।

- ବିଭିନ୍ନ ଦେଶରୁ ଆସିଥିବା ସମୁଦାୟ ୨୮ ପ୍ରକାରର ଦାମିକିଆ ପଥର ତାଜ୍‌ମହଲରେ ବ୍ୟବହୃତ ହୋଇଛି।

- ଭୂମିକମ୍ପକରୁ ସୁରକ୍ଷା ଦେବା ଲକ୍ଷ୍ୟରେ ଜାତ୍‌ମହଲ୍‌ର ୪ଟି ମିନାର୍‌କୁ ଟିକେ ଅଣେଇକି ତିଆରି କରାଯାଇଛି। ଫଳରେ ଯେତେ ଭୂକମ୍ପ ହେଲେ ବି ଏହା ଠଳିପଡ଼ିବ ନାହିଁ।

- ଗୋଟାଏ ଦିନରେ ତାଜ୍‌ମହଲ୍‌ ତିନି ପ୍ରକାରର ରଂଗ ପରିବର୍ତ୍ତନ କରେ। ଏହା ଜଣେ ନାରୀର ମନ ପରିବର୍ତ୍ତନକୁ ସୂଚୀତ କରେ।

- ତାଜ୍‌ମହଲର ଏକ କାନ୍ଥରେ ଆଲ୍ଲାଙ୍କର ୯୯ ନାମ ଖୋଦେଇ କରାଯାଇଛି, ଏହା ହୁଏତ ଆପଣ କେବେ ନଜର କରିନଥିବେ।

- ଶାହାଜାହାନ ଏକ କଳା ତାଜମହଲ ନିର୍ମାଣ କରିବା ଲକ୍ଷ୍ୟ ବି ରଖିଥିଲେ, ମାତ୍ର ଦୁଇଟି ତାଜ୍‌ମହଲ ହେଲେ ଗୁରୁତ୍ୱ କମ୍‌ ହୋଇଯିବ ଭାବ ପରବର୍ତ୍ତି ମୁହୂର୍ତ୍ତରେ ନିଷ୍ପତ୍ତି ବଦଳାଇଥିଲେ।

publive-image

- ତାଜ୍‌ମହଲ ତିଆରି ସଂପୂର୍ଣ୍ଣ ହେବାକୁ ଦୀର୍ଘ ୨୨ ବର୍ଷ ସମୟ ଲାଗିଥିଲା।

- ବିଶ୍ୱାସ ରହିଛି ଯେ ତାଜ୍‌ମହଲରେ ଥିବା ଗୁପ୍ତ ଗୃହ ଦୁଆର ଦେଇ ସେ ସମୟରେ ଶାହାଜାହାନ ଯିବା ଆସିବା କରୁଥିଲେ।

- ଜାଜ୍‌ମହଲର ବାହାର ପାର୍ଶ୍ୱରେ ଶାହାଜାହାନଙ୍କ ଅନ୍ୟ ପତ୍ନୀଙ୍କୁ ମଧ୍ୟ ପୋତା ଯାଇଛି।

- ଜାଜ୍‌ମହଲ ନିର୍ମାଣ ବେଳେ ୧୦୦୦ ରୁ ଊର୍ଧ୍ୱ ହାତୀ ବ୍ୟବହୃତ ହୋଇଥିଲେ।

- ୨୦୦୦ ମସିହାରେ ଯାଦୁକର ପିସି ସରକାର ତାଜ୍‌ମହଲକୁ ତାଙ୍କ ଯାଦୁରେ ଅଦୃଶ୍ୟ କରାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe