ଦୀର୍ଘ ୬ ବର୍ଷ ଧରି ଚାଲିଥିବା ଏହି ଭୟଙ୍କର ଯୁଦ୍ଧରେ ଚାଲି ଯାଇଥିଲା ୬ କୋଟି ଲୋକଙ୍କ ଜୀବନ!

ଦୀର୍ଘ ୬ ବର୍ଷ ଧରି ଚାଲିଥିବା ଏହି ଭୟଙ୍କର ଯୁଦ୍ଧରେ ଚାଲି ଯାଇଥିଲା ୬ କୋଟି ଲୋକଙ୍କ ଜୀବନ!

ବିଶ୍ୱରେ ଘଟିଥିଲା ଏମିତି ଏକ ଭୟଙ୍କର ଯୁଦ୍ଧ। ଯାହା ଦୀର୍ଘ ୬ ବର୍ଷ ଧରି ଚାଲିଥିଲା। ଯେଉଁଥିରେ ଚାଲି ଯାଇଥିଲା ୬ କୋଟି ଲୋକଙ୍କ ଜୀବନ। ଚାରିଆଡେ ଶୁଭୁଥିଲା ହାହାକାର। ୨ ଡିସେମ୍ବର ୧୯୪୫ । ୭୩ ବର୍ଷ ପୂର୍ବେ ଆଜିର ଦିନରେ ଶେଷ ହୋଇଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ। ଜାପାନର ବିଦେଶ ମନ୍ତ୍ରୀ ଆତ୍ମସର୍ମପଣ ଦସ୍ତାବିଜରେ ଦସ୍ତଖତ କରିବା ସହ ଶେଷ ହୋଇଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ। ତେବେ ଯୁଦ୍ଧ ସମୟରେ ଏଭଳି କିଛି ଘଟଣା ରହିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

publive-image

୧୯୩୯ରୁ ୧୯୪୫ ମସିହା ପର୍ଯ୍ୟନ୍ତ ଚାଲିଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ। ଦୀର୍ଘ ୬ ବର୍ଷ ଧରି ଚାଲିଥିଲା ଏହି ଯୁଦ୍ଧ। ୭୦ ଦେଶ ଜଳ-ସ୍ଥଳ ଓ ବାୟୁସେନା ଏହି ଯୁଦ୍ଧରେ ସାମିଲ ହୋଇଥିଲେ। ଏହି ଯୁଦ୍ଧରେ ପୂରା ବିଶ୍ୱ ଦୁଇ ଭାଗରେ ବିଭକ୍ତ ହୋଇଥିଲା। ମିତ୍ରଶକ୍ତି ଓ ଫାସୀବାଦ। ଏପରିକି ଏହି ଯୁଦ୍ଧ ପାଇଁ ଅଧିକାଂଶ ଦେଶ ନିଜର ଅର୍ଥବଳ ଓ ବାହୁବଳକୁ ବ୍ୟବହାର କରିବା ପାଇଁ ମଧ୍ୟ ପଛାଇ ନଥିଲେ। ୧ ସେପ୍ଟେଟର ୧୯୩୯ରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ବିଭିନ୍ନ ଦେଶର ପ୍ରାୟ ୧୦ କୋଟି ସୈନିକ ଯୁଦ୍ଧ ମୈଦାନକୁ ଓହ୍ଳାଇଥିଲେ। ଆଉ ଏହାକୁ ଇତିହାସର ସବୁଠୁ ଘାତକ ଯୁଦ୍ଧ ଭାବେ ଗଣାଯାଉଥିଲା।

publive-image

ଦୀର୍ଘ ୬ ବର୍ଷ ଧରି ଚାଲିଥିବା ଏହି ଯୁଦ୍ଧରେ ୫ରୁ ୭କୋଟି ସୈନିକଙ୍କ ଜୀବନ ଚାଲି ଯାଇଥିଲା। ଅଧିକାଂଶ ସୈନିକ ପଙ୍ଗୁ ମଧ୍ୟ ହୋଇଯାଇଥିଲେ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ବିଶ୍ୱଯୁଦ୍ଧରେ ହିଁ ଜାପାନ ଉପରେ ପରମାଣୁ ଆକ୍ରମଣ କରି ସମସ୍ତଙ୍କୁ ଚକିତ କରି ଦେଇଥିଲା ଆମେରିକା। ପୋଲାଣ୍ଡ ଉପରେ ଜର୍ମାନୀର ଆକ୍ରମଣ ସହ ଆରମ୍ଭ ହୋଇଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ। ତେବେ ଏହି ଯୁଦ୍ଧ ଆରମ୍ଭ ହେବାର ପ୍ରାୟ ୨ ବର୍ଷ ପରେ ଆମେରିକା ଏଥିରେ ସାମିଲ ହୋଇଥିଲା। ତେବେ ଜର୍ମାନୀର ପରାଜୟ ପଛରେ ଋଷର ପ୍ରମୁଖ ଭୂମିକା ରହିଥିଲା। ମିତ୍ରରାଷ୍ଟ୍ର ଦ୍ୱାରା ପରାଜିତ ହୋଇଥିବା ଶେଷ ଦେଶ ଥିଲା ଜାପାନ। ଆଉ ଜାପାନ ଉପରେ ପରମାଣୁ ବୋମା ପକାଇ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇଥିଲା ଆମେରିକା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe