ଦୀପାବଳି ରାତିରେ ମହିଳା ରୋଷେଇ କରୁଥିଲେ, ଘରେ ନିଆଁ ଲାଗିଲା; ଜାଣନ୍ତୁ ତାଙ୍କର ତିନି ପୁଅଙ୍କର ଅବସ୍ଥା କ’ଣ ହେଲା

Advertisment
ଦୀପାବଳି ରାତିରେ ମହିଳା ରୋଷେଇ କରୁଥିଲେ, ଘରେ ନିଆଁ ଲାଗିଲା; ଜାଣନ୍ତୁ ତାଙ୍କର ତିନି ପୁଅଙ୍କର ଅବସ୍ଥା କ’ଣ ହେଲା

ଗୋରଖପୁର: ଉତ୍ତରପ୍ରଦେଶର ଗୋରଖପୁରର ସନ୍ଥ କବୀର ନଗରରେ ଯେତେବେଳେ ସମସ୍ତେ ହସଖୁସିରେ ଦୀପାବଳି ମନାଉଥିଲେ,ସେତେବେଳେ ଏକ ପରିବାରରେ କାନ୍ଦଣା ଶୁଭିଥିଲା।

ଗତ ରାତିପ୍ରାୟ ନଅଟା ବେଳକୁ ଜଣେ ମହିଳା ରେନୁ ଶର୍ମା (୩୮) ରୋଷେଇ ଘରେ ରୋଷେଇ କରୁଥିଲେ। ଶିବ ଶ୍ୟାମ ଶର୍ମାଙ୍କ ପତ୍ନୀ ରେନୁଙ୍କ ପୁଅ ଅମନ(୧୦)ଏକ କୋଠରୀରେ ଶୋଇଥିଲା। ସେହି ସମୟରେ କୌଣସି କାରଣରୁ ଘରେ ବିଦ୍ୟୁତ୍‌ର ସର୍ଟ ସର୍କିଟ୍‌ ହୋଇଗଲା ଓ ଘରେ ନିଆଁ ଲାଗିଗଲା। ଯେଉଁ ରୁମ୍‌ରେ ଅମନ୍‌ ଶୋଇଥିଲା,ସେହି କକ୍ଷରେ ନିଆଁର ତାଣ୍ଡବ ଲୀଳା ଚାଲିଥିଲା।

ମାଆ ରେନୁଙ୍କ ବ୍ୟତୀତ ତାଙ୍କର ଅନ୍ୟ ଦୁଇ ପୁଅ ଅନମୋଲ (୧୨) ଓ ଆୟୁଷ(୬) ଅମନକୁ ସୁରକ୍ଷା କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସେ ତିନି ଜଣ ବି ନିଆଁ ଘେରକୁ ଆସିଯାଇଥିଲେ।

publive-image

ପଡୋଶୀ ନିଆଁ ଦେଖି ଦମକଳ ବାହିନୀ ଓ ପୁଲିସକୁ ସୂଚନା ଦେଇଥିଲେ। ନିଆଁରେ ଦର ପୋଡ଼ା ହୋଇଥିବା ମାଆ ଓ ତିନି ପୁଅଙ୍କ ଗୋରଖପୁର ମେଡିକାଲ କଲେଜ୍‌ରେ ଚିକିତ୍ସା ଲାଗି ନିଆଯାଇଥିଲା। କିନ୍ତୁ ସେଠାରେ ଅମନକୁ ମୃତ ଘୋଷଣା କରାଯାଇଥିଲା। ମାଆ ଓ ଅନ୍ୟ ଦୁଇ ପୁଅଙ୍କର ଚିକିତ୍ସା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe