ମା’ କଣ୍ଡକ୍ଟର ଥିବା ବସରେ ଚାଳକ ଭାବେ ଚାକିରି ପାଇଲେ ପୁଅ

ତିରୁବନନ୍ତପୁରମର କନ୍ନମମୁଲା-ମେଡିକାଲ୍ କଲେଜରେ ଇଲେକ୍ଟ୍ରିକ୍ ବସ୍ ଚଲାଉଥିବା ମା’ ଓ ପୁଅଙ୍କ ଯୋଡ଼ି ଚର୍ଚ୍ଚାରେ ରହିଛି। ପୁଅ ଚାଳକ ଓ ମା’ କଣ୍ଡକ୍ଟର ଭାବେ ଗୋଟିଏ ବସରେ ପାଇଛନ୍ତି ଚାକିରି।

ASED


ନୂଆଦିଲ୍ଲୀ: ତିରୁବନନ୍ତପୁରମର କନ୍ନମମୁଲା-ମେଡିକାଲ୍ କଲେଜରେ ଇଲେକ୍ଟ୍ରିକ୍ ବସ୍ ଚଲାଉଥିବା ମା’ ଓ ପୁଅଙ୍କ ଯୋଡ଼ି ଚର୍ଚ୍ଚାରେ ରହିଛି।

ମା’ ଯମୁନା ୨୦୦୯ ମସିହାରୁ କେଏସଆରଟିସି (କେରଳ ରାଜ୍ୟ ସଡକ ପରିବହନ ନିଗମ)ରେ କାର୍ଯ୍ୟ କରିଆସୁଛନ୍ତି। ସେ ୨୦୨୨ ପର୍ଯ୍ୟନ୍ତ ଆର୍ଯ୍ୟନାଡ ଡିପୋରେ କଣ୍ଡକ୍ଟର ଭାବରେ କାମ କରିଥିଲେ। ଏହା ପରେ ସେ କେଏସଆରଟିସିରେ ଯୋଗ ଦେଇ ପ୍ରଥମ ମହିଳା କଣ୍ଡକ୍ଟର ଭାବେ  କାମ ଆରମ୍ଭ କରିଥିଲେ। 

ଯମୁନା ନିଜର ଖୁସି ବ୍ୟକ୍ତ କରି କହିଛନ୍ତି, “ଯେତେବେଳେ ମୁଁ ସପ୍ତମ ଶ୍ରେଣୀରେ ପାଠପଢ଼ୁଥିଲି ସେବେଠାରୁ ମୁଁ କେଏସଆରଟିସିରେ ସହିତ ଜଡ଼ିତ ଅଛି।କାରଣ ସେ ସମୟରେ ମୋ ବାପା ଡିୟୁଟି ଶେଷପରେ ମୋତେ ସ୍କୁଲ ଛାଡ଼ିବାକୁ ଓ ଆଣିବାକୁ ଆସିଥାଆନ୍ତି।

ଅଧିକ ପଢ଼ନ୍ତୁ:ପୁଣି ପାଦ ଛୁଇଁବକୁ ଯାଉଥିଲେ ନୀତିଶ; ହାତ ଧରି ପକାଇଲେ ମୋଦୀ

ସେବେଠାରୁ ମୁଁ ବସ ଚାଳକ ଷ୍ଟିଟରେ ବସି ଷ୍ଟିୟରିଂ ଧରିବା ପାଇଁ ଖୁସି ପାଉଥିଲି। ସମୟ କ୍ରମେ ମୁଁ କଣ୍ଡକ୍ଟର ଭାବେ ଚାକିରି ପାଇ କାମ କରୁଥିବା ବେଳେ କେଏସଆରଟିସିର ଖାଲିଥିବା ବସ ଚାଳକ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ବାଳହାରିଥିବା ଜାଣିବାକୁ ପାଇଥିଲି। ଏହାପରେ ମୁଁ ମୋ ପୁଅକୁ ଗତ ୪ମାସ ତଳେ ଏଥିରେ ଆବେଦନ ପାଇଁ କହିଥିଲି।

ଆବେଦନ କରିବାର ଦିନ ଠାରୁ ପ୍ରତିଦିନ ପୁଅ ଓ ମୁଁ କେଏସଆରଟିସିର କଳକୁ ଅପେକ୍ଷା କରି ରହିଥିଲି। ଶେଷର ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟିଲା ପୁଅ ଶ୍ରୀରାଗକୁ କେଏସଆରଟିସି ପକ୍ଷରୁ ବସ ଚାଳକ ଭାବେ ଚାକିରି ମିଳିଲା।

ଅଧିକ ପଢ଼ନ୍ତୁ:ଚେନ୍ନାଇ ହସ୍ପିଟାଲ୍‌ରେ ଡାକ୍ତରଙ୍କୁ ୭ ଥର ଛୁରୀରେ ଆଘାତ କଲେ ରୋଗୀଙ୍କ ପୁଅ

ଚାକିରିର ପ୍ରଥମଦିନରେ ଶ୍ରୀରାଗ ଅଧିକାରୀଙ୍କୁ ଅନୁରୋଧ କରି କହିଥିଲା, ‘ମା’ ଯେଉଁ ବସରେ ଯେଉଁ ରାସ୍ତାରେ କଣ୍ଡକ୍ଟର ଭାବେ କାମ କରୁଛନ୍ତି ମୋତେ ସେହି ବସର ଚାଳକ କରାଯାଉ।’ ଶ୍ରୀରାଗର ଏହି ଅନୁରୋଧରେ ଅଧିକାରୀମାନେ ସଙ୍ଗେସଙ୍ଗେ ରାଜି ହୋଇଯାଇଥିଲେ।

ପୁଅ ଯେଉଁ ବସକୁ ଚଲାଉଥିବା ସେଥିରେ ମୁଁ କଣ୍ଡକ୍ଟର ଭାବେ କାମ କରିବାୁର ଅନୁଭବକୁ ଶବ୍ଦକୁ ବଖାଣି ପାରିବି ନାହିଁ। ତଥାପି ଏକାଠି ଆମ ମା’ ଓ ପୁଅକୁ ଗୋଟିଏ ବସରେ କାମ କରିବାର ସୁଯୋଗ ଦେଇଥିବାରୁ ଅଧିକାରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe