୨୪ବର୍ଷ ହେବ ଏହି କାରଣରୁ ଡାକ୍ତରଙ୍କ ମା’ ଗୋଟିଏ ଥାଳିରେ ଖାଉଥିଲେ

Advertisment
୨୪ବର୍ଷ ହେବ ଏହି କାରଣରୁ ଡାକ୍ତରଙ୍କ ମା’ ଗୋଟିଏ ଥାଳିରେ ଖାଉଥିଲେ

ନୂଆଦିଲ୍ଲୀ: ବାପା-ମା’ଙ୍କ ପାଇଁ ସେମାନଙ୍କର ପିଲାମାନଙ୍କର ଛୋଟ ସଫଳତା ବି ବହୁ ଗୁରୁତ୍ୱ ରଖିଥାଏ । ଅନେକ ଲୋକ ଅଛନ୍ତି ଯେଉଁମାନେ ପିଲାଦିନରେ ପାଇଥିବା ପୁରସ୍କାରକୁ ଭୁଲି ଯାଇଆନ୍ତି, କିନ୍ତୁ ସେମାନଙ୍କ ବାପା-ମା’ ସେସବୁକୁ ମନେ ରଖିବା ସହିତ ସାଇତି ବି ରଖି ଥାଆନ୍ତି।

ଟ୍ୱିଟରରେ ଏକ ହୃଦୟସ୍ପର୍ଶୀ ପୋଷ୍ଟରେ ଜଣେ ବ୍ୟକ୍ତି ତାଙ୍କ ମା’ ୨୦ରୁୁ ଅଧିକ ବର୍ଷ ଧରି କାହିଁକି ଗୋଟିଏ ଥାଳିରେ ଖାଉଥିଲେ, ତାହାକୁ ପ୍ରକାଶ କରିଛନ୍ତି।

ଛୋଟ ଓ ଅତି ସାଧାରଣ ପ୍ଲେଟର ଏକ ଫଟୋ ସେୟାର କରି ଦନ୍ତ ଚିକିତ୍ସକ ବିକ୍ରମ ଏସ ବୁଦ୍ଧନେସନ ଲେଖିଛନ୍ତି ଯେ, ‘ ତାଙ୍କ ମା କେବଳ ତାଙ୍କୁ ଏବଂ ଭଣଜାଙ୍କୁ ଏଥିରେ ଖାଇବାକୁ ଅନୁମତି ଦେଇଛନ୍ତି।’

ମା’ଙ୍କ ମୃତ୍ୟୁ ପରେ ବୁଦ୍ଧନେସନ ଏହାର କାରଣ ଜାଣିବାକୁ  ପାଇଥିଲେ। ବୁଦ୍ଧନେସନ କହିଛନ୍ତି ଯେ, ‘ ମୋର ଭଉଣୀ ମୋତେ କହିଥିଲେ  ଯେତେବେଳେ ମୁଁ ସପ୍ତମ ଶ୍ରେଣୀରେ ପଢ଼ୁଥିଲି ସେତେବେଳେ ମୁଁ ଏହି ପ୍ଲେଟ ଜିତିଥିଲି। ଏଥିରେ ମୋ ମା’ ବହୁତ ଖୁସି ହୋଇଯାଇଥିଲେ। ଆଉ ଦୀର୍ଘ ୨୪ବର୍ଷ ହେବ ମା’ ଏହି ପ୍ଲେଟରେ ଖାଇ ଆସୁଥି‌ଲେ। ଯାହାକୁ ମୁଁ ଜାଣି ନଥିଲି।’

ଏହି ପୋଷ୍ଟକୁ ପଢ଼ିବାପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। କେହିକେହି ଲେଖିଛନ୍ତି, ମା’କୁ ହରାଇବା କଷ୍ଟ ଜୀବନର ସବୁଠାରୁ ବଡ଼ କଷ୍ଟ। ଯାହାକି ମଲା ଯାଏଁ ଭୁଲି ହୋଇ ନଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe