ପିତାଙ୍କ ମୃତ୍ୟୁ ଖବର ଶୁଣି ଅନ୍ତିମ ସଂସ୍କାରକୁ ଅଟକାଇ ପରେଡରେ ଯୋଗ ଦେଲେ ଏହି ପୁଲିସ ଇନ୍ସପେକ୍ଟର

Advertisment
ପିତାଙ୍କ ମୃତ୍ୟୁ ଖବର ଶୁଣି ଅନ୍ତିମ ସଂସ୍କାରକୁ ଅଟକାଇ ପରେଡରେ ଯୋଗ ଦେଲେ ଏହି ପୁଲିସ ଇନ୍ସପେକ୍ଟର

ନୂଆଦିଲ୍ଲୀ: ତାମିଲନାଡୁ ପୁଲିସର ଜଣେ ଇନ୍ସପେକ୍ଟର ତାଙ୍କ ପିତାଙ୍କ ମୃତ୍ୟୁ ଖବର ଶୁଣିବା ସତ୍ତ୍ୱେ ବି ଅନ୍ତିମ ସଂସ୍କାରକୁ ଅଟକାଇ ସ୍ୱାଧୀନତା ଦିବସ ପରେଡର ନେତୃତ୍ୱ ନେଇ ପ୍ରଥମେ ନିଜର କର୍ତ୍ତବ୍ୟକୁ ନିଭାଇଥିଲେ। ଯେଉଁଥିପାଇଁ ଆଜି ତାଙ୍କ ପାଖକୁ ଅନେକ ପ୍ରଶଂସାର ସୁଅ ଛୁଟି ଆସୁଛି।

ତାମିଲନାଡୁର ସଶସ୍ତ୍ର ରିଜର୍ଭ ପୁଲିସ ଇନ୍‌ସପେକ୍ଟର ଭାବେ ଏନ୍‌ ମାହେଶ୍ୱରୀ ମୁତୟନ ଅଛନ୍ତି। ଗତ ଅଗଷ୍ଟ ୧୪ ତାରିଖ ରାତିରେ ଦିଦିଗୁଲ ଜିଲ୍ଲାରେ ବାସବାସ କରୁଥିବା ତାଙ୍କ ପିତା ନାରାୟଣସାମୀ(୮୩ବର୍ଷ)ଙ୍କର ପରଲୋକ ହୋଇଥିବା ଖବର ସେ ପାଇଥିଲେ। ଏହି ଖବର ଶୁଣି ଏନ୍‌ ମାହେଶ୍ୱରୀ ଦୁଃଖରେ ଭାଙ୍ଗି ପଡ଼ିଥିଲେ। କିନ୍ତୁ କର୍ତ୍ତବ୍ୟରୁ ଓହରି ନଥିଲେ ପୁଲିସ ଇନ୍‌ସପେକ୍ଟର। ବାପାଙ୍କ ମୃତ୍ୟୁର ଦୁଃଖକୁ ଛାତି ଭିତରେ ଜାବୁଡ଼ି ଧରି ମାହେଶ୍ୱରୀ ଜିଲ୍ଲା ମାଜିଷ୍ଟ୍ରେଟ ଶିଳ୍ପା ପ୍ରଭାକର ସତୀଶ ଏବଂ ପୁଲିସ ଅଧୀକ୍ଷକ ଏନ. ମଣିଭନ୍ନଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରିଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ, ଅଗଷ୍ଟ ୧୪ତାରିଖ ରାତିରେ ପୁଲିସ ଇନ୍‌ସପେକ୍ଟର ଏନ୍‌ ମାହେଶ୍ୱରୀ ତାଙ୍କ ପିତାଙ୍କ ଦେହାନ୍ତ ଖବର ପାଇଥିଲେ। ଏବେ ବଡ଼ ଦୁଃଖ ଖବର ପାଇ ସେ ବିଚଳିତ ହୋଇ ପଡ଼ିଥିଲେ। କ’ଣ କରିବେ କିଛି ବୁଝି ପାରି ନଥିଲେ। କାରଣ ଆରଦିନ ସକାଳେ ଅର୍ଥାତ୍‌ ଅଗଷ୍ଟ ୧୫ ତାରିଖ (ଶନିବାର) ସକାଳେ ତାଙ୍କୁ ପରେଡର ନେତୃତ୍ୱ ନେବାର ଥିଲା। ତେଣୁ ସେ ପ୍ରଥମେ ନିଜ କର୍ମମୟ ଜୀବନର କର୍ତ୍ତବ୍ୟ ପୂରା କରିବେ ବୋଲି ସ୍ଥିର କରିଥିଲେ। ଏହାପରେ ଯାଇ ନିଜ ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ।

ଇନ୍‌ସପେକ୍ଟରଙ୍କ ଡ୍ୟୁଟି ପ୍ରତି ଏଭଳି ନିଷ୍ଠା ଦେଖି ପୁଲିସ ବିଭାଗ ଗର୍ବିତ। ପରେଡ‌ ସମୟରେ ଇନ୍‌ସପେକ୍ଟର ଏନ୍‌ ମାହେଶ୍ୱରୀ ତାଙ୍କର ବ୍ୟକ୍ତିଗତ ଜୀବନରେ ଏତେ ବଡ଼ କ୍ଷତି ହୋଇଥିବା ସତ୍ତ୍ୱେ ସାମନ୍ୟ ଦୁଃଖକୁ ବି ସେ କାହାରିକୁ ଜଣାଇବାକୁ ଚାହିଁ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe