ଅଣ୍ଡା ବିକ୍ରେତାଙ୍କ ପୁଅ ହେଲେ ଜଜ

ବିହାର ଲୋକସେବା ଆୟୋଗ ବିପିଏସସି ୩୧ତମ ନ୍ୟାୟିକ ସେବା ପରୀକ୍ଷାର ଫାଇନାଲ ରେଜଲ୍ଟ ୨୦୨୪ ପ୍ରକାଶ କରିଛି। ଅଣ୍ଡା ବିକ୍ରେତାଙ୍କ ପୁଅ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବନିଯାଇଛନ୍ତି ଜଜ।

ଔ୪୬ଔ୪

ନୂଆଦିଲ୍ଲୀ: ବିହାର ଲୋକସେବା ଆୟୋଗ ବିପିଏସସି ୩୧ତମ ନ୍ୟାୟିକ ସେବା ପରୀକ୍ଷାର ଫାଇନାଲ ରେଜଲ୍ଟ ୨୦୨୪ ପ୍ରକାଶ କରିଛି। ଏହି ପରୀକ୍ଷା ଫଳ  ପ୍ରକାଶ ପାଇବା ପରେ ସଫଳ ହୋଇଥିବା ଛାତ୍ରଛାତ୍ରୀମାନେ ପାଠପଢ଼ିବା ପାଇଁ କରିଥିବା ସଂଘର୍ଷକୁ ବଖାଣିଛନ୍ତି। 

ଏହି କ୍ରମରେ ଔରଙ୍ଗାବାଦର ଶିବଗଞ୍ଜରେ ରହୁଥିବା ଆଦର୍ଶ  କୁମାର  ବିପିଏସସିର ୩୨ତମ ନ୍ୟାୟିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜଜ ହୋଇଯାଇଛନ୍ତି। ଆର୍ଥିକସ୍ଥିତ ଖରାପ ଥିବା ସତ୍ତ୍ବେ ପାଠପଢ଼ା ପ୍ରତି ଥିବା ଆଗ୍ରହ ପାଇଁ ଆଦର୍ଶ ନିଜ ଲକ୍ଷ୍ୟ ପଥରୁ ଓହରି ନଥିଲେ। ନିଜର ପରିଶ୍ରମ ଓ ଚେଷ୍ଟା ବଳରେ ଆଦର୍ଶ କୁମାର ପରିବାରର ନାମ ରଖିଛନ୍ତି। ଆଦର୍ଶଙ୍କ ବାପା ବିଜୟ କୁମାର ରାସ୍ତା ପାର୍ଶ୍ବରେ ଠେଲାରେ ଅଣ୍ଡା ବିକ୍ରି କରି ପିଲାଙ୍କୁ ପାଠପଢ଼ାଇଥିଲେ।

ସଫଳତା ପାଇବା ପରେ ଆଦର୍ଶ  ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୋର ବାପା ଓ ମା’ ହେଉଛନ୍ତି ମୋ ପାଇଁ ଭଗବାନ। ଆଜି ମୁଁ ଯାହାବି କିଛି ପାଇଛି ସବୁକିଛି ସେ ଦୁହିଁଙ୍କ ପାଇଁ ସମ୍ଭବ ହୋଇପାରିଛି। କାରଣ ମୋତେ ପାଠପଢ଼ାଇବା ପାଇଁ ମୋର ବାପାଙ୍କ କେତେ କଠିନ ପରିଶ୍ରମ କରିଛନ୍ତି ତାହା ମୁଁ ଦେଖିଛି। ବିପିଏସସିର ୩୨ତମ ନ୍ୟାୟିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବାପା ଓ ମା’ଙ୍କ ମୁଖରେ ମୁଁ ହଜ ଫୁଟାଇ ପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe