www.ndtv.com
ଚେନ୍ନାଇ: କଥାରେ ଅଛି ଝିଅଟେ ସବୁବେଳେ ମାଆର ପାଦଚିହ୍ନକୁ ଅନୁକରଣ କରି ଚାଲୁଥିବା ବେଳେ ପୁଅଟିଏ ନିଜ ବାପାଙ୍କୁ ଅନୁକରଣ କରିଥାଏ। ମାତ୍ର ଆମେ ଆଜି ଏମିତି ଏକ ଉଦାହରଣ ଦେବୁ, ଯେଉଁଠି ଜଣେ ପୁଅ ନିଜ ମାଆଙ୍କ ପଥରେ ପାଦ ରଖିଛନ୍ତି। ସେନା ଅଧିକାରୀ ବନିବାକୁ ଥିବା ଅବସରପ୍ରାପ୍ତ ମେଜର୍ ସ୍ମିତା ଚତୁର୍ବେଦୀଙ୍କ ପୁଅ ଆଜି ତାଙ୍କ ପଥରେ ପାଦ ରଖି ଉଦାହରଣ ସୃଷ୍ଟି କରିଛନ୍ତି। ଜାଣିବାକୁ ମିଳିଛି ଯେ ତାଙ୍କ ପୁଅ ଚେନ୍ନାଇର ସେହି ଟ୍ରେନିଂ ଏକାଡେମିରୁ ଉତ୍ତୀର୍ଣ୍ଣ ହୋଇ ସେନାରେ ନିଯୁକ୍ତି ପାଇଛନ୍ତି ଯେଉଁ ଏକାଡେମିରୁ ୨୭ ବର୍ଷ ତଳେ ତାଙ୍କ ମାଆ ଉତ୍ତୀର୍ଣ୍ଣ ହୋଇଥିଲେ।
ଚେନ୍ନାଇରେ ଥିବା ଅଫିସର୍ସ ଟ୍ରେନିଂ ଏକାଡେମିର ଏକ ଉତ୍ସବରେ ସ୍ମିତା ଚତୁର୍ବେଦୀଙ୍କ ପୁଅକୁ ସମ୍ମାନର ସହ ସେନାକୁ ସ୍ବାଗତ କରିଛନ୍ତି। ମାଲ୍ଦୀପ ପ୍ରତିରକ୍ଷା ବଳର ମୁଖ୍ୟ ମେଜର୍ ଜେନ୍ ଅବଦୁଲା ସାମାଲ୍। ଚେନ୍ନାଇର ପ୍ରତିରକ୍ଷା ମନ୍ତ୍ରାଳୟର ପିଆର୍ଓ ଉଭୟ ମାଆପୁଅଙ୍କର ଏକ ଯୁଗଳ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିବା ପରେ ଏହା ଚାରିଆଡ଼େ ଚର୍ଚ୍ଚା ପାଲଟିଛି।
ଏହି ଟ୍ବିଟ୍ ପରେ ସ୍ମିତା ଚତୁର୍ବେଦୀ ତାଙ୍କ ପ୍ରଶିକ୍ଷଣ ବେଳର ଏକ ଫଟୋ ଟ୍ବିଟର୍ରେ ପୋଷ୍ଟ୍ କରିଛନ୍ତି। ସେ ଏକ ଭିଡିଓ ଜାରି କିଛି କିଛି ବାର୍ତ୍ତା ମଧ୍ୟ ଦେଇଛନ୍ତି। ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ସ୍ମିତାଙ୍କ ପୋଷ୍ଟ୍କୁ ବହୁଳ ମାତ୍ରାରେ ପସନ୍ଦ କରିବାରେ ଲାଗିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଉଭୟ ମାଆ ଓ ପୁଅଙ୍କ ପାଇଁ ଏହା ଗର୍ବର ବିଷୟ।’
Follow Us