ମା’ଙ୍କୁ କାନ୍ଧରେ ବୋହିବୋହି ତୀର୍ଥ କରାଇବାକୁ ନେଇ ଯାଉଛନ୍ତି କଳି ଯୁଗର ଶ୍ରବଣ କୁମାର

Advertisment
New Project (4)

ନୂଆଦିଲ୍ଲୀ: ଶ୍ରାବଣ ମାସ ଆରମ୍ଭ ହୋଇ ଯାଇଛି। ଏହି ମାସକୁ ଶିବଙ୍କ ପୂଜା ପାଇଁ ପବିତ୍ରମାସ ବୋଲି ଧରାଯାଇଥାଏ। ତେଣୁ କାଉଡିଆମାନେ ନିଜନିଜର ମାନସିକ ନେଇ କାନ୍ଧରେ ପାଣିଭାର ନେଇ ଶିବ ମନ୍ଦିର ଅଭିମୁଖେ ପାଦରେ ଚାଲିଚାଲି ଯାତ୍ରା କରିଥାଆନ୍ତି।

ଏହି କାଉଡିଆ ଯାତ୍ରା ସମୟରେ ଜଣେ ବ୍ୟକ୍ତି (କଳିଯୁଗର ଶ୍ରବଣ କୁମାର) ତାଙ୍କ ମା’ଙ୍କୁ କାନ୍ଧରେ ବୋହିବୋହି ତୀର୍ଥ କରାଇବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ଯାହାକୁ ଦେଖି ଲୋକେ ଭୁରିଭୁରି ପ୍ରଶଂସା କରି କହିଛନ୍ତି, ‘ଆଜିକା ସମୟରେ ଏମିତିକା ପୁଅ ମିଳିବା ବିରଳ ହୋଇଗଲାଣି।’ 

ଉତ୍ତର ପ୍ରଦେଶର ଆଲିଗଡ଼ ଜିଲ୍ଲାର ବିଲଖୋରା ଗାଁର ବାସିନ୍ଦା ପୁଅ ସଞ୍ଜୁ ବାବା ତାଙ୍କ ମାଆ ପୁଷ୍ପା ଦେବୀଙ୍କୁ ଗୋଟିଏ ପାର୍ଶ୍ବରେ ବସାଇଥିବା ବେଳେ ଅନ୍ୟ ପାର୍ଶ୍ବରେ ଗଙ୍ଗା ଜଳ ଭାର ରଖି କାନ୍ଧରେ ବୋହିବୋହି ନେଇ  ଯାଉଛନ୍ତି। 

ସଞ୍ଜୁ ବାବା ମା’ଙ୍କୁ କାନ୍ଧରେ ବୋହି ତୀର୍ଥ କରିବାକୁ ନେଉଥିବା ସମୟରେ କହିଛନ୍ତି,‘ ମୋ ବାପା ଓ ମା’ଙ୍କ ପରି ସମସ୍ତଙ୍କର ବାପା ଓ ମା’ ଅଛନ୍ତି।  ମୁଁ ଚାହେଁ ସମସ୍ତେ ମୋ ପରି ହୁଅନ୍ତୁ।  ପ୍ରତ୍ୟେକ ବାପା ଓ ମା’ ସେମାନଙ୍କର ସନ୍ତାନମାନଙ୍କ ପାଇଁ ଯାହା କର୍ତ୍ତବ୍ୟ ଥାଏ ତାହା କରିଥାଆନ୍ତି।   ସେହିପରି ଭାବେ ବାପା ଓ ମା’ଙ୍କ ପ୍ରତି ଆମେ ଆମର କର୍ତ୍ତବ୍ୟ ପାଳନ କରିବା ଉଚିତ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe