ବାପାଙ୍କୁ ଜନ୍ମ ତାରିଖର ନମ୍ବର ପ୍ଲେଟ ଥିବା ବୁଲେଟ ଉପହାରରେ ଦେଲେ ପୁଅ

580466b3-6817-4d59-94dd-e2e0ca433948

ନୂଆଦିଲ୍ଲୀ: ବାପା ଓ ମା’ଙ୍କ ଠାରୁ ଉପହାର ପାଇବାକୁ ଥିଲେ ବା ପାଇବା ପୂର୍ବରୁ ସନ୍ତାନଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଭରି ରହିଥିବା ଦେଖିବାକୁ ମିଳିଥାଏ। କିନ୍ତୁ ଯେତେବେଳେ ସନ୍ତାନମାନେ ବାପା ଓ ମା’ଙ୍କୁ ଛୋଟ ହେଉ କି ବଡ଼ କିଛି ଉପହାର ନିଜ ଇଚ୍ଛା ମୁତାବକ ଦେଇଥାଆନ୍ତି ତାହା ସେମାନଙ୍କ ପାଇଁ ସବୁଠାରୁ ମୂଲ୍ୟବାନ ସାମଗ୍ରୀ ହୋଇଥାଏ। 

ସମ୍ପ୍ରତି ଡକ୍ଟର ଗୌରବଙ୍କ ଇନଷ୍ଟାଗ୍ରାମ ପେଜରୁ ଏକ ଭିଡିଓ ସେୟାର କରାଯାଇଛି। ଏଥିରେ ଜଣେ ଯୁବକ ତାଙ୍କ ବାପାଙ୍କୁ ରୟାଲ ଏନଫିଲ୍ଡ ବୁଲେଟ ୩୫୦ ଉପହାର ଦେଉଥିବାର ଦେଖିବାକୁ ମିଳୁଛି। 

ଭିଡିଓରେ, ବାପା ଡାଇନିଂ ଟେବୁଲରେ ବସିଛନ୍ତି, ତାଙ୍କ ହାତରେ ଏକ ଛୋଟ ଉପହାର-ପ୍ୟାକେଟ ଅଛି । ଏହି ସମୟରେ ପରିବାରର ଅନ୍ୟ ସଦସ୍ୟମାନେ ପାଖରେ ଉପସ୍ଥିତ ଅଛନ୍ତି।

ପ୍ୟାକେଟ ଭିତରୁ ଚାବି ପାଇବା ପରେ ପୁଅ ତାଙ୍କ ବାପାଙ୍କୁ ଘର ବାହାରକୁ ଡାକିଥିଲେ। ସମସ୍ତେ ବାହାରକୁ ଆସିବା ମାତ୍ରେ ପୁଅ ଘୋଡ଼ା ଯାଇଥିବା ଏକ ସାମଗ୍ରୀ ଉପରୁ କପଡ଼ା ବାହାର କରିବା ପାଇଁ ବାପାଙ୍କୁ କହିଥିଲେ।

ବାପା ପୁଅଙ୍କ କଥା ଅନୁଯାୟୀ ଯେମିତି ହିଁ  କଭର ହଟାଇ ଦେଇଥିଲେ ତା’ ଭିତରୁ ଏକ  ରୟାଲ ଏନଫିଲ୍ଡ ବୁଲେଟ ୩୫୦ ବାହାରିଥିଲା। ଏହି ବୁଲେଟ ଗାଡ଼ିର ସ୍ବତନ୍ତ୍ରତା ହେଉଛି ତାହାର ନମ୍ବର ପ୍ଲେଟ "୫୭୬୮"। ଏହି ନମ୍ବରଟି ବାପାଙ୍କ ଜନ୍ମ ତାରିଖ ଅନୁଯାୟୀ ପୁଅ ବାହାର କରିଥିଲେ। ଯେଉଁପାଇଁ ତାଙ୍କୁ ଖୁବ ପରିଶ୍ରମ ବି କରିବାକୁ ପଡ଼ିଥିଲା।

ରୟାଲ୍ ଏନଫିଲ୍ଡ ବୁଲେଟ ୩୫୦ର ଏକ୍ସ-ସୋରୁମ୍ ମୂଲ୍ୟ ୨.୦୮ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୨.୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଛି। ପୁଅ ତାଙ୍କ ବାପାଙ୍କ ପାଇଁ ଯେଉଁ ଭର୍ସନର ବୁଲେଟ ବା୍ଛିଥିଲେ ତାହାର ମୂଲ୍ୟ ୨.୧୮ ଲକ୍ଷ ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe