ଆଜିଠୁ ଆରମ୍ଭ ହେବ କେବିସି-୧୪, ଜାଣନ୍ତୁ କେବିସି ବିଜେତାଙ୍କୁ ଦେବା ପାଇଁ କେଉଁଠୁ ଆସେ ଟଙ୍କା

Advertisment
ଆଜିଠୁ ଆରମ୍ଭ ହେବ କେବିସି-୧୪, ଜାଣନ୍ତୁ କେବିସି ବିଜେତାଙ୍କୁ ଦେବା ପାଇଁ କେଉଁଠୁ ଆସେ ଟଙ୍କା

ମୁମ୍ବାଇ: ଆଜିଠାରୁ କୌନ ବନେଗା କରୋଡପତୀ(କେବିସି) ର ନୂଆ ସିଜିନ ଆରମ୍ଭ ହେବାକୁ ଯାଉଛି। ଏହା କେବିସିର ୧୪ତମ ସିଜିନ ହୋଇଥିବା ବେଳେ ଆଜି ବି ଲୋକଙ୍କ ମଧ୍ୟରେ ଏହି ସୋ’କୁ ନେଇ କ୍ରେଜ ରହିଛି। ବର୍ଷ ପରେ ବର୍ଷ ଗଡି ଚାଲିଥିବା ବେଳେ ଏହି ସୋ’ର ଟିଆରପି ବଢ଼ି ବଢ଼ି ଚାଲିଛି। ଏହା ସହ କେବିସିରେ ଭାଗ ନେଉଥିବା ପ୍ରତିଯୋଗୀଙ୍କ ପୁରସ୍କାର ରାଶି ମଧ୍ୟ ସମୟ ଅନୁସାରେ ବଢ଼ାଯାଇଛି। ତେବେ ପ୍ରତିଯୋଗୀଙ୍କୁ ଦିଆଯାଉଥିବା କୋଟି କୋଟି ଟଙ୍କାର ପୁରସ୍କାର ରାଶି କେଉଁଠୁ ଆସ‌େ ତାହା ଆପଣ ଜାଣନ୍ତି କି?

ମିଳିଥିବା ସୂଚନା ମୁତାବକ, କେବିସି ବିଭିନ୍ନ ଉତ୍ସରୁ ଟଙ୍କା ଗ୍ରହଣ କରିଥାଏ। ଏହାର ଏକ ବଡ ଉତ୍ସ ହେଉଛି ପ୍ରାୟୋଜକ ଏବଂ ବିଜ୍ଞାପନ। କୌନ ବାନେଗା କରୋଡପତୀରେ ବିଜେତାଙ୍କୁ ଦିଆଯାଇଥିବା ପୁରସ୍କାର ରାଶି ବିଜ୍ଞାପନରୁ ଆସିଥାଏ। ଦର୍ଶକଙ୍କ ମଧ୍ୟରେ କେବିସିର କ୍ରେଜ ଅଧିକ ରହିଥିବା ବେଳେ ବିଗ୍ ବି ଅମିତାଭ ବଚ୍ଚନଙ୍କ ଉପସ୍ଥିତି ପାଇଁ ଏହି ସୋ’ ଏକ ବଡ଼ ବ୍ୟବସାୟରେ ପରିଣତ ହୁଏ। ଏହି କାରଣରୁ, ସୋନି ପିକ୍ଚର୍ସ ପ୍ରାୟୋଜକ ଏବଂ ବିଜ୍ଞାପନ ମାଧ୍ୟମରେ ସୋ’ରୁ ବିପୁଳ ପରିମାଣର ଅର୍ଥ ଆୟ କରିଥାଏ।

ଏଥର ସୋ’ର ରାଜସ୍ୱ ଆପୋଲୋ ୨୪x୭, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଏଲଆଇସି, ଆରସି ପ୍ଲାଷ୍ଟୋ ଟ୍ୟାଙ୍କ ଏବଂ କୁଇକ୍ ହିଲ୍ ଭଳି ପାର୍ଟନର ପ୍ରାଯୋଜକମାନଙ୍କ ସହିତ ଦୃଢ଼ ହେବାକୁ ଯାଉଛି। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ସିଜିନରେ କେବିସିର ବିଜ୍ଞାପନ ରାଜସ୍ୱ ୪୫୦କୋଟି ହୋଇପାରେ। ଗତ ବର୍ଷ ତୁଳନାରେ ଚଳିତ ବର୍ଷ କେବିସିର ପ୍ରାୟୋଜକ ଏବଂ ବିଜ୍ଞାପନ ହାର ୧୦-୧୫% ବୃଦ୍ଧି ପାଇଛି। ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ଦ୍ୱାରା ଏହି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe