ଅର୍ଥ ସୂତ୍ର: ବୀମା ଚୟନରେ ନିର୍ଣ୍ଣାୟକ କ୍ଲେମ୍‌ ସେଟଲ୍‌ମେଣ୍ଟ୍ ରେସିଓ

ଆଜି ଦିନରେ ସମସ୍ତଙ୍କ ପାଇଁ ବୀମା ଜରୁରି ହୋଇଗଲାଣି। ତେବେ ବଜାରରେ ଏବେ ବୀମା କମ୍ପାନି ଓ ପଲିସି ସଂଖ୍ୟା ଅନେକ। ଏଣୁ କୌଣସି ବୀମା ପଲିସି ବାଛିବାକୁ ହେଲେ ଅନେକ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହେଉଛି।

adgagadagd

ଆଜି ଦିନରେ ସମସ୍ତଙ୍କ ପାଇଁ ବୀମା ଜରୁରି ହୋଇଗଲାଣି। ତେବେ ବଜାରରେ ଏବେ ବୀମା କମ୍ପାନି ଓ ପଲିସି ସଂଖ୍ୟା ଅନେକ। ଏଣୁ କୌଣସି ବୀମା ପଲିସି ବାଛିବାକୁ ହେଲେ ଅନେକ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ପଲିସି ଚୟନକୁ ସହଜ କରିବା ପାଇଁ ତଥା ସର୍ବୋତ୍ତମ ବୀମାକାରୀଙ୍କୁ ବାଛିବା ପାଇଁ ‘କ୍ଲେମ୍‌ ସେଟଲ୍‌ମେଣ୍ଟ୍‌ ରେସିଓ’ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ପରିମାପକ।କ୍ଲେମ୍‌ ସେଟଲ୍‌ମେଣ୍ଟ୍‌ ରେସିଓ ହେଉଛି ଏକ ବୀମା କମ୍ପାନି ଗୋଟିଏ ବର୍ଷରେ ପଲିସିଧାରୀ କିମ୍ବା ନୋମିନିଙ୍କଠାରୁ ପ୍ରାପ୍ତ ମୋଟ୍‌ କ୍ଲେମ୍‌/ଦାବି ତୁଳନାରେ କେତେ ଦାବି ସମାଧାନ କରିଛନ୍ତି କିମ୍ବା ଦେୟ ପରିଶୋଧ କରିଛନ୍ତି। ଏହା ଉକ୍ତ ବୀମା କମ୍ପାନିର ଦାବି ସମାଧାନ କରିବାର ଦକ୍ଷତା ଓ ବିଶ୍ବସନୀୟତାର ସୂଚକ। ପ୍ରତ୍ୟେକ ବୀମା କମ୍ପାନିର ଏହି ଅନୁପାତକୁ ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆର୍‌ଡିଏଆଇ) ପ୍ରତି ବର୍ଷ ପ୍ରକାଶ କରିଥାଏ। ଏହାକୁ ଦେଖି ନିଜ ପଲିସି ବାଛିବା ବୁଦ୍ଧିମାନର କାମ।

 କ୍ଲେମ୍‌ ସେଟଲ୍‌ମେଣ୍ଟ୍ ରେସିଓ ହିସାବ କରିବେ କେମିତି?
ଏକ ବୀମା କମ୍ପାନି ଗୋଟିଏ ବର୍ଷରେ ଯେତିକି କ୍ଲେମ୍‌ ସମାଧାନ କରେ ତାହାକୁ ମୋଟ୍‌ କ୍ଲେମ୍‌ ଦ୍ବାରା ଭାଗ କରି, ତା’ ସହିତ ୧୦୦ ଗୁଣିଲେ କ୍ଲେମ୍‌ ସେଟଲ୍‌ମେଣ୍ଟ୍‌ ରେସିଓ ମିଳିଥାଏ। ଅର୍ଥାତ୍‌, ଯଦି ବୀମା କମ୍ପାନି ବର୍ଷକୁ ୧ ଲକ୍ଷ କ୍ଲେମ୍‌ ପାଆନ୍ତି ଏବଂ ୯୬,୦୦୦ କ୍ଲେମ୍‌ ସମାଧାନ କରନ୍ତି, ତେବେ ତାଙ୍କର କ୍ଲେମ୍‌ ସେଟଲ୍‌ମେଣ୍ଟ୍‌ ରେସିଓ ୯୬% ହେବ। ଯଦିଓ ଏପରି କୌଣସି ନିର୍ଦ୍ଦିଷ୍ଟ ଅନୁପାତ ନାହିଁ ଯାହାକୁ ସର୍ବୋତ୍ତମ ବୋଲି କୁହାଯିବ, ତଥାପି ୯୫% କିମ୍ବା ତା’ଠାରୁ ଅଧିକ ଅନୁପାତ ଥିବା ବୀମା କମ୍ପାନି ଆପଣଙ୍କ ଦାବିକୁ ଯଥାଶୀଘ୍ର ଓ ବିନା ଦ୍ବିଧାରେ ସମାଧାନ କରିବାକୁ ଚେଷ୍ଟା କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe