ଅର୍ଥ ସୂତ୍ର: ଦୁର୍ଘଟଣା ଜନିତ ବୀମାରାଶି ଲାଗି ବ୍ୟାଙ୍କ ଜମା

ଆଜିକାଲି ମୋଟର ଯାନ ଦୁର୍ଘଟଣା ହାର ବଢୁଛି ଏବଂ ଅନେକ ଧନଜୀବନ ହାନି ଘଟୁଛି। ଭାରତରେ, ମୋଟର ଯାନ ନିୟନ୍ତ୍ରଣ ପାଇଁ ମୋଟର ଯାନ ଆଇନ, ୧୯୮୮ ରହିଛି। ଏହାର ସେକ୍‌ସନ୍‌ ୧୬୧ ଆଧାରରେ କେନ୍ଦ୍ର ସରକାର ମୋଟର ଦୁର୍ଘଟଣାରେ ମୃତ....

scscsxxx

ଆଜିକାଲି ମୋଟର ଯାନ ଦୁର୍ଘଟଣା ହାର ବଢୁଛି ଏବଂ ଅନେକ ଧନଜୀବନ ହାନି ଘଟୁଛି। ଭାରତରେ, ମୋଟର ଯାନ ନିୟନ୍ତ୍ରଣ ପାଇଁ ମୋଟର ଯାନ ଆଇନ, ୧୯୮୮ ରହିଛି। ଏହାର ସେକ୍‌ସନ୍‌ ୧୬୧ ଆଧାରରେ କେନ୍ଦ୍ର ସରକାର ମୋଟର ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କୁ ସର୍ବାଧିକ ୨ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥାନ୍ତି। ସେହିପରି ସେକ୍‌ସନ୍‌ ୧୬୪ ଆଧାରରେ ରାଜ୍ୟ ସରକାର ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କୁ ୫ଲକ୍ଷ ଟଙ୍କା‌ ଓ ଗୁରୁତର ଆହତ ବ୍ୟକ୍ତିଙ୍କୁ ୨.୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାର ନିୟମ ରହିଛି। ତେବେ ମୋଟର ଆକ୍‌ସିଡେଣ୍ଟ କ୍ଲେମ୍‌ସ ଆନ୍ୟୁଟି ଡିପୋଜିଟ୍‌ (ଏମ୍‌ଏସିଏଡି) ହେଉଛି ଭିନ୍ନ ଏକ ଫିକ୍ସ ଡିପୋଜିଟ୍‌ ଆକାଉଣ୍ଟ ସ୍କିମ୍ ଯାହା ମୋଟର ଦୁର୍ଘଟଣା ହେଲେ କ୍ଷତିପୂରଣ ଦେଇଥାଏ। ଏହି ସ୍କିମ୍‌ରେ ଏକ ନିର୍ଦ୍ଦିଷ୍ଟ ଅବଧି ପାଇଁ ପାଣ୍ଠି ଜମା କରାଯାଏ ଏବଂ ନିୟମିତ ଦେୟ (ରେଗୁଲାର୍‌ ପେମେଣ୍ଟ ସିରିଜ୍‌) ଭାବେ ପରିଶୋଧ କରାଯାଏ। ଏହା ମୁଖ୍ୟତଃ ଦୁର୍ଘଟଣାର ଶିକାର ପୀଡ଼ିତ/ଦାବିଦାରଙ୍କୁ କ୍ଷତିପୂରଣ ପ୍ରଦାନକୁ ସହଜ କରିଥାଏ। ଅଭିଭାବକଙ୍କ ମାଧ୍ୟମରେ ନାବାଳକଙ୍କ ସମେତ ବୟସ୍କମାନେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶକୁ ଆଧାର କରି ଏମ୍‌ଏସିଏଡି ଆକାଉଣ୍ଟ ଖୋଲିପାରିବେ।

ଏହି ଡିପୋଜିଟ୍‌ରେ କୋର୍ଟ ଦ୍ୱାରା ନିର୍ଣ୍ଣୟ କରାଯାଇଥିବା ଏକକାଳୀନ ପରିମାଣ ଏକ ନିର୍ଦ୍ଦିଷ୍ଟ ଅବଧି ପାଇଁ ଜମା କରାଯାଏ। ମୂଳ ଓ ସୁଧର ଏକ ଅଂଶ ମାସିକ କିସ୍ତି ଆକାରରେ ପରିଶୋଧ କରାଯାଏ।
ଏମ୍‌ଏସିଏଡି ଆକାଉଣ୍ଟଗୁଡ଼ିକରେ ସାଧାରଣତଃ ସମୟ ପୂର୍ବରୁ ଉଠାଣ ଉପରେ ପ୍ରତିବନ୍ଧ ରହିଥାଏ। ଏମ୍‌ଏସିଏଡି ଜମାଗୁଡ଼ିକ ବୀମା ଓ କ୍ରେଡିଟ୍‌ ଗ୍ୟାରେଣ୍ଟି କର୍ପୋରେସନ୍‌ (ଡିଆଇସିଜିସି) ଦ୍ୱାରା କଭର୍‌ କରାଯାଏ, ଯାହା ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଜମା ପାଇଁ ଏକ ସୁରକ୍ଷିତ ବୀମାରାଶି ପ୍ରଦାନ କରେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe