ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ସଂଘର୍ଷ କାହାଣୀ ଭିନ୍ନ ରହିଥାଏ। କିଛି କାହାଣୀ କେବଳ ପ୍ରେରଣା ନୁହେଁ, ବରଂ ନାରୀର ଦୃଢ଼ ମନବଳକୁ ଦର୍ଶାଇଥାଏ। ତାମିଲନାଡୁର ତିରୁଭନ୍ନାମଲାଇ ଜିଲ୍ଲା ପୁଲିୟୁର ଗ୍ରାମର ଆଦିବାସୀ ସମ୍ପ୍ରଦାୟର ଭି. ଶ୍ରୀପତିଙ୍କ କାହାଣୀ ଏକ ଉଦାହରଣ। ସେ କୌଣସି ପରିସ୍ଥିତି ଆଗରେ ହାର ମାନି ନାହାନ୍ତି ବରଂ ସାହସିକତାର ସହ ସାମନା କରିଛନ୍ତି। ୨୩ ବର୍ଷୀୟା ଭି. ଶ୍ରୀପତି ମାଲାୟାଲୀ ଜନଜାତିର ବାସିନ୍ଦା। ସେ ତାଙ୍କ ପିଲାଦିନ ପୁଲିୟୁର ଗାଁର ସରକାରୀ ସ୍କୁଲରେ ବିତାଇଥିଲେ, ଯେଉଁଠାରେ ସେ ତାମିଲ ମାଧ୍ୟମ‌େର ପାଠପଢ଼ା ଆରମ୍ଭ କରିଥିଲେ। ତାଙ୍କ ପରିବାରରେ ଆର୍ଥିକ ସମସ୍ୟା ଥିବା ସତ୍ତ୍ବେ ସେ ଦେଖିଥିଲେ ଉଚ୍ଚଶିକ୍ଷାର ସ୍ବପ୍ନ। ତାଙ୍କର କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ବଳରେ ଶ୍ରୀପତି ଆଇନରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ତେବେ ସେ କମ୍‌ ବୟସରେ ବିବାହ କରିଥିଲେ। 

Advertisment

Odisha Parab: ଗୁଆହାଟୀରେ ଓଡ଼ିଶାର କଳା, ସଂସ୍କୃତି ଓ ପର୍ଯ୍ୟଟନର ଭବ୍ୟ ପ୍ରଦର୍ଶନୀ ସମାପ୍ତ

ବିବାହ ପରେ ମଧ୍ୟ ସେ ପାଠପଢ଼ା ଜାରି ରଖିଥିଲେ। ତାଙ୍କ ସ୍ୱାମୀ ଓ ମାଆଙ୍କ ସମର୍ଥନରେ ଶ୍ରୀପତି ତାଙ୍କର ଏଲଏଲବି ସମାପ୍ତ କରି ତାମିଲନାଡୁ ପବ୍ଲିକ୍ ସର୍ଭିସ କମିସନ ପରୀକ୍ଷା ପାଇଁ ଆବେଦନ କରିଥିଲେ। ପରେ, ନଭେମ୍ବର ୨୦୨୩ରେ ସେ ଗର୍ଭବତୀ ହୋଇଥିଲେ। ସବୁଠାରୁ ଚକିତ କଲା ଭଳି କଥା ହେଉଛି ସନ୍ତାନ ପ୍ରସବ କରିବାର ଦୁଇ ଦିନ ପରେ ସେ ସିଭିଲ ଜଜ ପାଇଁ ପରୀକ୍ଷା ଦେବାକୁ ଚେନ୍ନାଇ ଯିବାକୁ ନିଷ୍ପତ୍ତି ନେଇଥିଲେ। ଶ୍ରୀପତି ନିଜ ସ୍ବାସ୍ଥ୍ୟ ସମସ୍ୟାକୁ  ଖାତିର ନକରି କଠିନ ପରିଶ୍ରମ ବଳରେ ସଫଳତାର ସହ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ତାଙ୍କ ସମ୍ପ୍ରଦାୟର ପ୍ରଥମ ଆଦିବାସୀ ମହିଳା ସିଭିଲ ଜଜ ହୋଇଥିଲେ। ଶ୍ରୀପତିଙ୍କ ସଫଳତାର ଆନନ୍ଦ ବାଣ୍ଟିବା ପାଇଁ  ତାଙ୍କ ଗଁାର ସମ‌େସ୍ତ ଏକାଠି ହୋଇ ଏକ ଉତ୍ସବ ଆୟୋଜନ କରିଥି‌େଲ, ଯାହାକି ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

Budget 2026: ଆଇଟି ସେବା ପାଇଁ ସ୍ୱୟଂଚାଳିତ ନିୟମ-ଆଧାରିତ ସୁରକ୍ଷା ଅନୁମୋଦନ