ଅର୍ଥ ସୂତ୍ର: ପୋଷାପ୍ରାଣୀ ପାଇଁ ବୀମା

ଅଧିକରୁ ଅଧିକ ଲୋକ କୁକୁର ବା ବିଲେଇ ପୋଷିବାକୁ ପସନ୍ଦ କରୁଛନ୍ତି। ଘରର ସଦସ୍ୟ ପାଲଟିଥିବା ପୋଷ୍ୟ ପ୍ରାଣୀଙ୍କ ଯତ୍ନ ନେବା ଏକ ବ୍ୟହବହୁଳ ବ୍ୟାପାର। ପୁଣି ରୋଗ ଅଥବା ଦୁର୍ଘଟଣାଜନିତ ଚିକିତ୍ସା ଖର୍ଚ୍ଚ ଏକକାଳୀନ ବହନ କରିବାରେ ସମସ୍ୟା ହୋଇଥାଏ।

gddvccvfg

ଅଧିକରୁ ଅଧିକ ଲୋକ କୁକୁର ବା ବିଲେଇ ପୋଷିବାକୁ ପସନ୍ଦ କରୁଛନ୍ତି। ଘରର ସଦସ୍ୟ ପାଲଟିଥିବା ପୋଷ୍ୟ ପ୍ରାଣୀଙ୍କ ଯତ୍ନ ନେବା ଏକ ବ୍ୟହବହୁଳ ବ୍ୟାପାର। ପୁଣି ରୋଗ ଅଥବା ଦୁର୍ଘଟଣାଜନିତ ଚିକିତ୍ସା ଖର୍ଚ୍ଚ ଏକକାଳୀନ ବହନ କରିବାରେ ସମସ୍ୟା ହୋଇଥାଏ। ତେଣୁ ଏ ନେଇ ଚିନ୍ତାମୁକ୍ତ ରହିବା ଲାଗି ବୀମା କମ୍ପାନିମାନେ କିଛି ବର୍ଷ ହେଲା ପୋଷାପ୍ରାଣୀଙ୍କ ପାଇଁ ମଧ୍ୟ ବୀମା ସୁବିଧା ପ୍ରଦାନ କରୁଛନ୍ତି। ଉପଯୁକ୍ତ ବୀମା ବାଛିବା ପାଇଁ ନିମ୍ନୋକ୍ତ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।

 କଭରେଜ୍‌: ଭଲ ‘ପେଟ୍‌ ଇନ୍‌ସ୍ୟୁରାନ୍‌ସ’ ବା ପୋଷାପ୍ରାଣୀ ବୀମାରେ ଟିକାକରଣରୁ ଆରମ୍ଭ କରି ଅସ୍ତ୍ରୋପଚାର ପର୍ଯ୍ୟନ୍ତ ସେବା ଅନ୍ତର୍ଭୁକ୍ତ ଥିବା ଜରୁରି। ତା’ ଛଡ଼ା ପ୍ରାୟ ସବୁ ବୀମା କମ୍ପାନି ପୋଷାପ୍ରାଣୀର ମୃତ୍ୟୁ ଓ ଚୋରି ଜନିତ କ୍ଷତିପୂରଣ, ଅନ୍ୟ ଲୋକଙ୍କର କରିଥିବା କ୍ଷତିର ଭରଣା, ଦୀର୍ଘସ୍ଥାୟୀ ରୋଗର ଚିକିତ୍ସା ଖର୍ଚ୍ଚ ଆଦି ବହନ କରିଥାନ୍ତି। ବୀମାରେ କେଉଁସବୁ ସେବା ଅନ୍ତର୍ଭୁକ୍ତ ନୁହଁ ତାହା ବି ପୂର୍ବରୁ ଜାଣିନେବା ଜରୁରି। ସାଧାରଣତଃ ରୋଗ ବା ଦୁର୍ଘଟଣା ବହିର୍ଭୂତ ଚିକିତ୍ସା, ଜନ୍ମଗତ ବିକଳାଙ୍ଗତା, ପ୍ରସବ, କସ୍‌ମେଟିକ୍‌ ସର୍ଜରି ପୋଷାପ୍ରାଣୀ ବୀମାରେ ଅନ୍ତର୍ଭୁକ୍ତ ନ ଥାଏ।

 ଯୋଗ୍ୟତା: ଭାରତରେ ବୀମା କମ୍ପାନିମାନେ କେବଳ କୁକୁର ଓ ବିଲେଇଙ୍କ ପାଇଁ ବୀମା ବିକ୍ରି କରୁଛନ୍ତି। ବୀମା ନେବା ଲାଗି ପୋଷାଜୀବର ବୟସ ତିନିମାସରୁ ସାତବର୍ଷ ଭିତରେ ହୋଇଥିବା ଆବଶ୍ୟକ। ପୋଷାପ୍ରାଣୀର ବୟସ, ଆକାର ଓ ବ୍ରିଡ୍‌କୁ ଦୃଷ୍ଟିରେ ରଖି ବୀମା କମ୍ପାନିମାନେ ପଲିସିର ଦର ନିର୍ଦ୍ଧାରଣ କରିଥାନ୍ତି। ଏଥିସହିତ ବୀମା ଲାଭର ମୂଲ୍ୟ ଅନୁଯାୟୀ ଦର କମ୍-ବେଶୀ ହୋଇଥାଏ। ଭାରତରେ ଏବେ ବଜାଜ ଆଲିଆଞ୍ଜ, ଏଚ୍‌ଡିଏଫ୍‌ସି ଏର୍ଗୋ, ଗୋ ଡିଜିଟ୍‌ ଓ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍‌ସ ପ୍ରମୁଖ କମ୍ପାନି ପେଟ୍‌ ଇନ୍‌ସ୍ୟୁରାନ୍‌ସ ପଲିସି ବିକ୍ରି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe