ହଠାତ ରେସ୍ତୋରାଁ ଭିତରକୁ ଚାଲି ଆସିଲା ଚିତାବାଘ; ଆଉ ତା’ପରେ...

Advertisment
ହଠାତ ରେସ୍ତୋରାଁ ଭିତରକୁ ଚାଲି ଆସିଲା ଚିତାବାଘ; ଆଉ ତା’ପରେ...

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ନିକଟରେ ଏକ ରେସ୍ତୁରାଁରେ କିଛି ଅତିଥି ଏକ ଚିତାବାଘ ଚାଲୁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଭଳି ଏକ ଘଟଣା ଦକ୍ଷିଣ ଆଫ୍ରିକାର ମପୁମଲଙ୍ଗାର ସିଙ୍ଗିତା ଇବୋନି ଲଜରେ ଘଟିଛି।

ସିଙ୍ଗିତା ଇବୋନି ଲଜ୍ ଦ୍ୱାରା ଫେସବୁକରେ ଏହି ଘଟଣାର ଭିଡିଓକୁ ଟୁଇଟ କରାଯାଇଛି। ଏହି ଭିଡିଓ କ୍ଲିପ୍‌ରେ ଚିତାବାଘଟି ଲାଉଞ୍ଜରେ ବୁଲୁଥିବାର ଦେଖିବାକୁ ମିଳିଛି।| ଏହି ଭିଡିଓଟି ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

ରେସ୍ତୋରାଁକୁ ଆସିଥିବା ଜଣେ ଅତିଥି ଏହି ଘଟଣା ଦେଖିବା ପରେ ତୁରନ୍ତ ମୋବାଇଲ୍ କ୍ୟାମେରା ବାହାର କରି ସବୁକିଛି ରେକର୍ଡ କରି ଦେଇଥିଲେ |

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି , ରେସ୍ତୋରାଁ ଭିତରେ ଥିବା ଏକ ଚେୟାର ନିକଟରେ ବାଘଟି ବୁଲୁଛି। ପରେ ସିଢ଼ି ଦେଇ ବାହାରକୁ ଚାଲି ଯାଉଛି।

ଫେସବୁକରେ ଭିଡିଓ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି, 'ସେ ଡେକ୍ ଅଞ୍ଚଳ ଆଡକୁ ଯିବାକୁ ଚେଷ୍ଟା କରୁଛି। ଧୀରେଧୀରେ ଚିତାବାଘଟି କାହାରିକୁ କିଛି କ୍ଷତି ନପହଂଚାଇ ବାହାରକୁ ଚାଲିଯାଉଛି।

ଏହି ଭିଡିଓ ଗତ ସପ୍ତାହରେ ସେୟାର କରାଯାଇଥିଲା, ଯାହାକୁ ଏଯାବତ ୨.୮ଲକ୍ଷ ଲୋକ ଦେଖି ସାରିଲେଣି। | ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଅନେକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe