ସାଇକେଲ୍‌ରେ ମୋଜା ବୁଣା

ସାଇକେଲ୍‌ରେ ମୋଜା ବୁଣା

ବିଂଶ ଶତାବ୍ଦୀର ଶେଷ ଭାଗରେ ଢିଲା ମୋଜା ପିନ୍ଧିବା ଏକ ଷ୍ଟାଇଲରେ ପରିଣତ ହୋଇଥିଲା। ତେବେ ସମୟକ୍ରମେ ଏହା ଲୋକଲୋଚନରୁ ଅଦୃଶ୍ୟ ହୋଇଗଲା ଏବଂ ଏଭଳି ମୋଜା ଉତ୍ପାଦନ କରୁଥିବା ଫ୍ୟାକ୍ଟ୍ରି ଗୁଡ଼ିକରେ ତାଲା ଝୁଲିଲା। ମାତ୍ର ଜାପାନର ‘ସୋକି ସକ୍ସ’ କମ୍ପାନି ଏ ପର୍ଯ୍ୟନ୍ତ ଢିଲା ମୋଜା ଉତ୍ପାଦନ ଜାରି ରଖିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏଠାରେ ସାଇକେଲ ଦ୍ବାରା ମୋଜା ବୁଣା ଯାଉଛି। ଏକ ତନ୍ତୁବୁଣା ମେସିନକୁ ସାଇକେଲର ପେଡାଲ ସହିତ ସଂଯୋଗ କାରାଯାଇଛି। ‌ଚାଳକ ପେଡାଲ ମାରିବା ଦ୍ବାରା ମେସିନଟି କାର୍ଯ୍ୟକ୍ଷମ ହୋଇଥାଏ।

ଏହି ଫ୍ୟାକ୍ଟ୍ରିରେ ଗ୍ରାହକଙ୍କୁ ନିଜ ପସନ୍ଦର ରଙ୍ଗ ଏବଂ ମାପ ମୁତାବକ ମୋଜା ତିଆରି କରିବାର ସ୍ବାଧୀନତା ଦିଆଯାଉଛି। ‘ଚାରିକ୍ସ’ ନାମକ ଏହି ମେସିନ ଦ୍ବାରା ଏକ ହଳ ମୋଜା ବୁଣିବାକୁ ମାତ୍ର ୧୦ ମିନିଟ ସମୟ ଲାଗୁଛି। ଏଥିପାଇଁ ପ୍ରାୟ ୧୮ ଡଲାର ଗଣିବାକୁ ପଡୁଛି। ଫ୍ୟାକ୍ଟ୍ରି ବୁଲିବାକୁ ଆସୁଥିବା ଲୋକମାନେ ଏହି ମେସିନକୁ ବ୍ୟବହାର କରିପାରୁଛନ୍ତି। କେବଳ ମୋଜା ନୁହେଁ ଏହି ମେସିନ ଦ୍ବାରା ଟ୍ରାଉଜର, ଗ୍ଲୋଭ୍‌ସ ଏବଂ ଶୀତବସ୍ତ୍ର ବୁଣାଯାଇପାରୁଛି। ଅନଲାଇନରେ ଏହାର ସାମଗ୍ରୀଗୁଡ଼ିକ ଉପଲବ୍ଧ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe