ବିବାହ ଭୋଜିକୁ ଅଧିକ ଆକର୍ଷଣୀୟ ବନାଇବା ପାଇଁ ଗଧକୁ ରଙ୍ଗ ଦେଇ କଲେ ଜେବ୍ରା

ସୋସିଆଲ ମିଡିଆରେ ଫଟୋ ଭାଇରାଲ

latestly

ନୂଆଦିଲ୍ଲୀ: ମନୁଷ୍ୟ ନିଜ ସ୍ୱାର୍ଥ ଓ ଇଚ୍ଛାକୁ ପୂରଣ କରିବା ପାଇଁ କିଛି ବି କରିବାକୁ ପଛାଇ ନଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଭଲ କଲେ ପ୍ରଶଂସା ମିଳିଥାଏ, ଯଦି ଏଥିରେ କିଛି ଗଡ଼ବଡି ପରିଲକ୍ଷିତ ହୁଏ ତେବେ ଲୋକହସା ହେବାକୁ ପଡ଼ିଥାଏ।

ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସ୍ପେନ୍‌ରୁ ସାମ୍ନାକୁ ଆସିଛି। ଏଠାରେ ଏକ ବିବାହ ଭୋଜିର ଆୟୋଜନ କରାଯାଇଥିଲା। ବିବାହ ଭୋଜିର ଆୟୋଜନକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଗଧକୁ ରଙ୍ଗ ଦେଇ ଅବିକଳ ଜେବ୍ରା ଭଳି ସଜ୍ଜା ଯାଇଥିଲା। ତେବେ ଏହି ବିବାହ ଭୋଜିକୁ ଅନେକ ଅତିଥି ଆସିଥିଲେ, ଏହି ଅତିଥିଙ୍କ ମଧ୍ୟରୁ  ଜଣେ ବ୍ୟକ୍ତିଙ୍କ ଏହି ରଙ୍ଗ ଦିଆଯାଇଥିବା ନକଲି ଜେବ୍ରା ଉପରେ ନଜର ପଡ଼ିଥିଲା।

publive-image LADbible

ଏହାପରେ ସେ ଏହି ଘଟଣାକୁ ନେଇ ଆନିମଲ ରାଇଟ୍‌ ଆକ୍ଟିଭିଟିଙ୍କୁ ଅଭିଯୋଗ କରିଥିଲେ। ଏହାପରେ ଉକ୍ତ ବ୍ୟକ୍ତି ଏହି ନକଲି ଜେବ୍ରା ଫଟୋକୁ ସୋସିଆଲ ମିଡିଆରେ ସେୟାର କରି ଗଧ ପ୍ରତି ଅପମାନ ହୋଇଥିବା କଥା ଲେଖିଥିଲେ। ଯେମିତି ହିଁ ଲୋକମାନେ ଏହି ନକଲି ଜେବ୍ରାର ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ପାଇଥିଲେ। ସେମାନେ ମଜାକ୍‌ ଉଡାଇବାକୁ ଲାଗିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe