ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ ଖୋଲାଯାଉ, ନବୀନଙ୍କୁ ପ୍ରସ୍ତାବ ଦେଲେ ରାଜା

Advertisment
ରାଜ୍ୟରେ ଅଧିକ ପାମ-ଅଏଲ୍‌ କାରଖାନା ପ୍ରତିଷ୍ଠାର ଆବଶ୍ୟକତା ରହିଛି: କୃଷି ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ କରୋନା ଭୂତାଣୁ ରୋକିବା ଓ ସଂକ୍ରମିତ ରୋଗୀଙ୍କ ପାଇଁ ଏକ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ କରିବା ପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି।

ଶ୍ରୀ ସ୍ବାଇଁ କହିଛନ୍ତି, ସଂପ୍ରତି ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି। ତେବେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଧିକ କରୋନା ସଂକ୍ରମିତଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଏକ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ସ୍ଥାପନ କରାଯିବା ଉଚିତ। ଏହାଦ୍ବାରା କରୋନା ସଂକ୍ରମଣକୁ ସହଜରେ ରୋକାଯାଇ ପାରିବ।

ମନ୍ତ୍ରୀ ଆହୁରି ପାଦେ ଆଗକୁ ଯାଇ କହିଛନ୍ତି, ଭୁବନେଶ୍ବର ଜୟଦେବନଗର ବିହାର ନିକଟରେ ହସ୍ପିଟାଲର ସମସ୍ତ ସୁବିଧା ଥାଇ ବନ୍ଦ ହୋଇପଡ଼ିଥିବା ଏକ ବହୁତଳ କୋଠାକୁ ସହଜରେ ଏକ ପୂର୍ଣ୍ଣାଙ୍ଗ ହସ୍ପିଟାଲ କରାଯାଇପାରିବ। କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସାକୁ ତ୍ବରାନ୍ବିତ କରିବାରେ ଏହା ସହାୟକ ହୋଇପାରିବ। ଏହାଦ୍ବାରା ଅନ୍ୟମାନଙ୍କ ସାମ୍ନାରେ ଓଡ଼ିଶା ଏକ ଉଦାହରଣ ସୃଷ୍ଟି କରିବ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe