ଭୁବନେଶ୍ବର: ବାତ୍ୟା... ବାତ୍ୟା... ବାତ୍ୟା... ଅକ୍ଟୋବର ଆସିଲେ ଓଡିଶାକୁ ମାଡିଆସେ ବାତ୍ୟା । ସମୁଦ୍ରରୁ ସ୍ଥଳ ଭାଗକୁ ମାଡି ଆସି କେବେ ତାଣ୍ଡବ ରଚେ ବାତ୍ୟା ତ ପୁଣି କେବେ ମହାବାତ୍ୟା । ଅକ୍ଟୋବର ମାସ ହିଁ ଓଡିଶା ପାଇଁ ବାତ୍ୟା ପ୍ରବଣ ମାସ । ଅକ୍ଟୋବର ଆସିଲେ ହିଁ ବାତ୍ୟାର ଓଡିଶା କଥା ମନେପଡେ ବୋଲି କେହି କେହି କୌତୁହଳ ବସତଃ କୁହନ୍ତି ମାତ୍ର ଏହି ମାସ ବାତ୍ୟା ଅନୁକୂଳ ମାସ । ଓଡ଼ିଶା-ଅକ୍ଟୋବର ଓ ବାତ୍ୟାର ଇତିହାସ ଯଦି ଲେଉଟାଯାଏ ତେବେ ଅତୀତରେ ଅକ୍ଟୋବରରେ ହିଁ ଅନେକ ଥର ଓଡିଶାକୁ ବାତ୍ୟା ଆସିଥିବାର ବଡ଼ ବଡ଼ ଉଦାହରଣ ରହିଛି । ଆଉ ସେହି ଅକ୍ଟୋବର ବାତ୍ୟା ହିଁ ଓଡିଶା ଛାତିରେ କେବେ କରାଳ ରୂପ ଦେଖାଇ ଛାରଖାର କରିଛି ତ ପୁଣି କେବେ ଓଡ଼ିଶାକୁ ଛୁଇଁ ଅନ୍ୟ ଆଡେ ମୁହାଁଇଛି । କିନ୍ତୁ ଅକ୍ଟୋବର ଆସିବ ମାନେ ଓଡିଶାକୁ ବାତ୍ୟା ଆସିବନି ବୋଲି ଏହାର କିଛି ମାନେ ନାହିଁ…
ଆଉ ଦିନ କେଇଟା ପରେ କ୍ୟାଲେଣ୍ଡରେ ବଦଳିଯିବ ସେପ୍ଟେମ୍ବରର ପୃଷ୍ଠା । ଆସିବ ଅକ୍ଟୋବର । ଆଉ ମାତ୍ର ୧୫ ଦିନ ପରେ ଅକ୍ଟୋବର ମାସ ଆସୁଥିବାରୁ ଏହିଁ ମାସକୁ ନେଇ ଏବେ ଠାରୁ ଚିନ୍ତା ଘାରିଲାଣି । କାରଣ ଅକ୍ଟୋବର ଆସିଲେ ହିଁ ଓଡିଶା ପାଇଁ ସାଙ୍ଗରେ ନେଇଆସେ ବାତ୍ୟା । ଅତୀତରେ ୧୯୯୯ରେ ମହାବାତ୍ୟା, ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡୁହୁଡୁ, ୨୦୧୮ରେ ତିତିଲି ଏବଂ ୨୦୨୪ରେ ଦାନା- ଓଡିଶାକୁ ଛୁଇଁ, ଓଡିଶାରେ ତାଣ୍ଡବ ରଚିଛି । ଆଉ ଏ ସବୁ ବାତ୍ୟା ଅକ୍ଟୋବର ମାସରେ ହିଁ ଓଡିଶା ଆସିଛି । ୧୯୯୯ରୁ ୨୦୨୪ ଯାଏଁ ୫ଟି ବାତ୍ୟା ଓଡିଶାରେ ପ୍ରଳୟ ରଚିଥିବା ବେଳେ ଆହୁରି ଅନେକ ବାତ୍ୟା ସାମାନ୍ୟ ପ୍ରଭାବ ପକାଇ ଯାଇଛି । ଆଉ ଏବେ ପୁଣି ଅକ୍ଟୋବର ଆସୁଥିବାରୁ ଏଥର କେଉଁ ବାତ୍ୟା ଆସୁଛି ଏବଂ ତାହା କେତେ କ୍ଷତି କରିବ ତାକୁ ନେଇ ଏବେଠୁ ଭୟ ଘାରିଲାଣି ।
ସେପଟେ ଅକ୍ଟୋବରରେ ଓଡିଶାକୁ ବାତ୍ୟା ଭୟ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏମଡି ଡିଜି । କହିଛନ୍ତି- ଅକ୍ଟୋବରରୁ ଡିସେମ୍ବର ଭିତରେ ବଙ୍ଗୋପ ସାଗରରେ ଅଧିକ ବାତ୍ୟା ସୃଷ୍ଟି ହୋଇଥାଏ । ପ୍ରତିବର୍ଷ ସାଧାରଣତଃ ବଙ୍ଗୋପସାଗର ଏବଂ ଆରବ ସାଗରରେ ୫ଟି ବାତ୍ୟା ସୃଷ୍ଟି ହୋଇଥାଏ । ତା ଭିତରେ ୩ଟି ବତ୍ୟା ଅକ୍ଟୋବରରୁ ଡିସେମ୍ବରରେ ସୃଷ୍ଟି ହୋଇଥାଏ । ମାତ୍ର ଏ ବର୍ଷ ଏଯାଏଁ କୌଣସି ବାତ୍ୟା ବଙ୍ଗୋପସାଗର କିମ୍ବା ଆରବସାଗରରେ ସୃଷ୍ଟି ହୋଇନାହିଁ । ହେଲେ ଅକ୍ଟୋବରରୁ ଡିସେମ୍ବର ମାସରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ।
ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଲା-ନିନା ସୃଷ୍ଟି ହୋଇପାରେ ବୋଲି ଗତକାଲି ସେ କହିଥିବା ବେଳେ ଇତିମଧ୍ଯରେ ପ୍ରଶାନ୍ତ ମହାସାଗରରେ ଦୃଶ୍ୟମାନ ହେଲାଣି ଲା-ନିନା ପରିସ୍ଥିତି। ବାଦଲ ଆଚ୍ଛାଦନ କ୍ରମାଗତ ଭାବେ ବଢୁଛି । ବିଶ୍ୱ ପାଣିପାଗ ସଂସ୍ଥାନର ଆକଳନ ଡିସେମ୍ବର ଯାଏଁ ଜଳବାୟୁ ପ୍ରକ୍ରିୟା ଲା-ନିନାର ସକ୍ରିୟତା, ଆହୁରି ଚିନ୍ତା ସୃଷ୍ଟି କରିଛି । ତେବେ ଲା-ନିନା ସୃଷ୍ଟି ହେଲେ ବଙ୍ଗୋପସାଗରର ଉତ୍ତରରେ ପ୍ରଭାବ ଦେଖିବାକୁ ମିଳିଥାଏ । ବାତ୍ୟା ସୃଷ୍ଟି ପାଇଁ ଏହି ଲାନିନା ପ୍ରଭାବ ପକାଇଥାଏ । ଲାନିନାର ଅନୁକୂଳ ପ୍ରଭାବ ବଙ୍ଗୋପସାଗର ଉପରେ ପଡେ ।
ତେବେ ବାରମ୍ବାର ଓଡିଶା ଝଡ଼ର ସାମ୍ନା କରୁଥିବା ବେଳେ ଏଠି ମନରେ ପ୍ରଶ୍ନ ଉଠେ ଅକ୍ଟୋବର ମାସରେ ସାମୁଦ୍ରିକ ଝଡ଼ ବା ବାତ୍ୟା କାହିଁକି ସୃଷ୍ଟି ହୁଏ ?
ଅକ୍ଟୋବରରେ ବାତ୍ୟା କାହିଁକି ?
ଅକ୍ଟୋବର ମାସ ବାତ୍ୟା ପ୍ରବଣ ମାସ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟରୁ ଏହା ଲେଉଟାଣି ସମୟ ତେଣୁ ସେହି ସମୟ ହିଁ ବାତ୍ୟାନୁକୂଳ । ଅକ୍ଟୋବର ମାସ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟରୁ ଲେଉଟାଣି ବେଳ ଏବଂ ଉତ୍ତର-ପୂର୍ବ ମୌସୁମୀ ବାୟରୁ ଆଗମନୀ ସମୟ । ଏତିକି ବେଳେ ବଙ୍ଗୋପସାଗର ଗରମ ଥାଏ । ସମୁଦ୍ର ଉପରିଭାଗର ତାପମାତ୍ରା ଅଧିକ ଥାଏ । ସମୁଦ୍ର ଭିତରେ ପବନର ବେଗ ସମାନ୍ତରାଳ ରହିଥିବା ବେଳେ କମ୍ ବେଶି ହୋଇଥାଏ । ଯାହା ଝଡ଼ ସୃଷ୍ଟି କରେ । ଆଉ ଏଥିପାଇଁ ହିଁ ସମୁଦ୍ର ଅଶାନ୍ତ ହୋଇପଡେ । ଏହା ଅଧିକ ଘନୀଭୂତ ହୋଇ ଧିରେଧିରେ ବାତ୍ୟାର ରୂପ ନିଏ ଏବଂ ଅତି ଭୟଙ୍କର ରୂପ ଧାରଣ କରି ଶେଷରେ ସମୁଦ୍ରରୁ ବଳ ଗୋଟାଇ, ଶକ୍ତିଶାଳୀ ହୋଇ ସ୍ଥଳ ଭାଗକୁ ମାଡ଼ି ଆସେ । ଯାହାକୁ ଆମେ ବାତ୍ୟା ବୋଲି କହୁ…
ବାତ୍ୟା ଅକ୍ଟୋବର ମାସରେ ସୃଷ୍ଟି ହେଉଥିବାରୁ ଏହା ସମସ୍ତଙ୍କ ମନରେ ଛନକା ଭରେ । ଅକ୍ଟୋବର ମାସ ଆସିଲେ ରାଜ୍ୟ ସରକାର ଓ ଉପକୂଳ ଚାଷୀଙ୍କୁ ଭୟ ଘାରେ । ୧୯୯୯ ଅକ୍ଟୋବର ବାତ୍ୟାର କରାଳ ଏ ଓଡିଶା ଦେଖିଥିବାରୁ ପ୍ରତି ବର୍ଷ ଅକ୍ଟୋବର ଆସିଲେ ଛାତିରେ ଛନକା ପଶେ ।
ଅଧିକ ପଢନ୍ତୁ-