ନୂଆ ଟ୍ରାଫିକ୍‌ ନିୟମ: ଚିନ୍ତାରେ ଅଟୋ ଚାଳକ, କେମିତି ପୋଷିବେ ପେଟ

ନୂଆ ଟ୍ରାଫିକ୍‌ ନିୟମ: ଚିନ୍ତାରେ ଅଟୋ ଚାଳକ, କେମିତି ପୋଷିବେ ପେଟ

କଟକ: କଟକ ବକ୍ସିବଜାର ଅଞ୍ଚଳରେ ରୁହନ୍ତି ରବି ନାରାୟଣ ସିଂହ। ସେ ଜଣେ ଭନ୍ନକ୍ଷମ ଯୁବକ। ପେଶାରେ ଜଣେ ଅଟୋ ଡ୍ରାଇଭର। ଦିନ ସାରା ଅଟୋ ଚଲାଇ ନାରାୟଣ ଯାହା ଟଙ୍କା ରୋଜଗାର କରନ୍ତି, ସେଇଥିରେ ହିଁ ତାଙ୍କ ପୂରା ପରିବାର ଚଳନ୍ତି। ଆଉ ଯେଉଁ ଦିନ ଭଡ଼ା କିଛି ନମିଳେ ସେ ଦିନ ନାରାୟଣଙ୍କ ଘରେ ଚୁଲି ଜଳେ ନାହିଁ। ତେବେ ଅଟୋ ଚଲାଇ ନିଜ ଗୁଜୁରାଣ ମେଂଟାଉଥିବା ନାରାୟଣଙ୍କ ମୁଣ୍ଡରେ ଏବେ ଚଡ଼କ ପଡିଯାଇଛି। କାହିଁକି ନା ନୂଆ ମୋଟର ଯାନ ଆଇନ ଅନୁସାରେ ନାରାୟଣ ଆଉ ଏବେ ଅଟୋ ଚଲାଇପାରିବେ ନାହିଁ। ନାରାୟଣଙ୍କ ଡାହାଣ ହାତ କଟି ଯାଇଥିବାରୁ ତାଙ୍କୁ ଅଟୋ ଚଳାଇବାକୁ ଆଉ ସରକାର ଅନୁମତି ଦେବେକି ନାହିଁ, ସେ ନେଇ ଏବେ ଦ୍ୱନ୍ଦରେ ପଡ଼ିଯାଇଛନ୍ତି ନାରାୟଣ।

publive-image

ଗତ ୨୬ ବର୍ଷ ତଳେ ରଥଯାତ୍ରା ଦେଖିବାକୁ ପୁରୀ ଯାଉଥିବା ବେଳେ ଟ୍ରେନରୁ ଖସିପଡ଼ି ନାରାୟଣଙ୍କ ଡାହାଣ ହାତଟି କଟି ଯାଇଥିଲା। ଏହାପରେ ସେ ଇଲେକ୍ଟଟ୍ରି କାମକରି ଘରର ଭରଣ ପୋଷଣ କରୁଥିବା ବେଳେ ୩ ବର୍ଷତଳେ ଗୋଟିଏ ପୁରୁଣା ଅଟୋ କିଣି ପରିବାର ପାଳୁଛନ୍ତି। ଏଥିରୁ ଯାହା ଦୁଇପଇସା ମିଳୁଛି ସେଥିରେ ସେ ନିଜର ବୁଢିମା ଆଉ ଘରସଂସାର ସୁଖେ ଦୁଃଖେ ଚଳାଉ ନେଉଛନ୍ତି। ହେଲେ ନୂଆ ମୋଟର ଯାନ ଆଇନ ବର୍ତ୍ତମାନ ନାରାୟଣଙ୍କ ନିଦ ସବୁ ହଜାଇଦେଇଛି। କାରଣ ନୂଆ ଆଇନରେ ଏବେ ସେ ଆଉ ଅଟୋ ଚଲାଇପାରିବେ କି ନାହିଁ ଚିନ୍ତାରେ ପଡ଼ିଯାଇଛନ୍ତି।

ତେବେ ନାରାୟଣ ଜଣେ ଭଲ ଅଟୋଚାଳକ ହୋଇଥିବାରୁ ତାଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଦିଆଯିବା ଦରକାର ବୋଲି କହିଛନ୍ତି ଲୋକେ। ନାରାୟଣ ମଧ୍ୟ ତାଙ୍କୁ ଅଟୋ ଚଲାଇବାକୁ ଦିଆଯାଉ ବୋଲି ଦାବି କରଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe